ଦିଶାଙ୍କ ପୁରୁଷ ବନ୍ଧୁ : ପୁରୁଷ ବନ୍ଧୁଙ୍କ ସହ ଦିଶାଙ୍କୁ ଦେଖି କିଛି ଏପରି କହିଲେ ଫ୍ୟାନ୍ସ

ମୁମ୍ବାଇ : ଦିଶାଙ୍କୁ ମିଳିଛି ନୂଆ ପୁରୁଷ ବନ୍ଧୁ । ସହ ତାରକା ଟାଇଗର ଶ୍ରଫଙ୍କ ସହ ବ୍ରେକଅପ ପରେ ଏବେ ପୁଣି ଚର୍ଚ୍ଚାରେ ଦିଶା । ମଡେଲ ଆଲେକ୍ସଜାଣ୍ଡାର ଇଲିକଙ୍କ ସହ ନଜର ଆସିଛନ୍ତି ଦିଶା । ଯାହା ତାଙ୍କ ଫ୍ୟାନ୍ସ ମାନଙ୍କୁ ଭାବିବା ପାଇଁ ବାଧ୍ୟ୍ୟ କରୁଛି । ବର୍ତ୍ତମାନ ସୋସିଆଲ ମିଡିଆରେ ୨ଜଣଙ୍କ ଫଟୋ ଭାଇରାଲ ହେବାରେ ଲାଗିଛି । ପରସ୍ପର ପାଖପାଖି ହୋଇ ବସିଥିବା ଫଟୋ ଫ୍ୟାନ୍ସଙ୍କୁ ଖୁବ ପସନ୍ଦ ଆସିଛି ।

ତେବେ ଏହାକୁ ନେଇ ମଡେଲ ଆଲେକ୍ସଜାଣ୍ଡାର କହିଛନ୍ତି ମୁଁ ଦେଖୁଛି କି ଏହି ଅନୁମାନ ଖେଳ କିଛି ସପ୍ତାହ ଧରି ଚାଲିଛି। କଥା ହେଉଛି ଆମେ ସତ୍ୟ ଜାଣୁ। ଲୋକମାନେ କାହିଁକି ଅନୁମାନ କରିବା ଆବଶ୍ୟକ କରନ୍ତି ମୁଁ ଭାବି ପାରୁନାହିଁ। କଣ ଚାଲିଛି? ସେମାନେ କାହିଁକି ଅନ୍ୟ ଲୋକଙ୍କୁ ନିଜ ଜୀବନକୁ ଶାନ୍ତିପୂର୍ଣ୍ଣ ଭାବରେ ବଞ୍ଚିବାକୁ ଦେଇ ପାରିବେ ନାହିଁ? ଆମେ କେବଳ ଏହି କାହାଣୀ ଗୁଡିକୁ ଶୁଣି ହସୁଛୁ।

କଫି ଉଇଥ କରନ ସୋରେ ଟାଇଗରଙ୍କୁ ଦିଶା ଓ ତାଙ୍କ ସମ୍ପର୍କ ବିଷୟରେ ପଚାରିବାରୁ ସେ କହିଥିଲେ ହଁ ମୁଁ ଏବେ ଅବିବାହିତ ଅଛି । ଆଗକୁ ସିଦ୍ଧାର୍ଥ ମଲହୋତ୍ରାଙ୍କ ବିପକ୍ଷରେ ଦିଶାଙ୍କୁ ଦେଖିବାକୁ ମିଳିବ ।

Leave a Reply

Your email address will not be published. Required fields are marked *