ଏବେ ଅନ୍ଲାଇନରେ ମଧ୍ୟ ମିଳିବ ଗଣତନ୍ତ୍ର ଦିବସ ପରେଡ଼ର ଟିକେଟ୍ , ପୋର୍ଟଲ ଲଂଚ୍

ନୂଆଦିଲ୍ଲୀ : ରାଷ୍ଟ୍ରୀୟ ରାଜଧାନୀରେ କର୍ତବ୍ୟ ମାର୍ଗରେ ହେବାକୁଥିବା ଗଣତନ୍ତ୍ର ଦିବସ ପରେଡ଼ ଏବଂ ସ୍ୱତନ୍ତ୍ରତା ଦିବସରେ ଲାଲ୍କିଲାର କାର୍ଯ୍ୟକ୍ରମକୁ ଦେଖିବା ପାଇଁ ଏବେ ଅନ୍ଲାଇନ୍ ଟିକେଟ୍ କିଣାଯାଇ ପାରିବ । ଏଥିପାଇଁ ରକ୍ଷା ରାଜ୍ୟମନ୍ତ୍ରୀ ଅଜୟ ଭଟ୍ଟ ଶୁକ୍ରବାର ଦିନ ଏକ ଅନ୍ଲାଇନ୍ ଆମନ୍ତ୍ରଣ ପ୍ରବନ୍ଧନ ପୋର୍ଟଲ ଲଂଚ୍ କରିଛି । ତେବେ ଇ-ଆମନ୍ତ୍ରଣ ବା ଇ-ଟିକେଟ୍ ବ୍ୟତୀତ ଟିକେଟ୍ ବିକ୍ରୀ ପାଇଁ ରାଜଧାନୀରେ କେତେକ ଜାଗାରେ ବୁଥ୍ କାଉଂଟର ମଧ୍ୟ ସ୍ଥାପିତ କରାଯିବ ।