ଜଳ, ପରିମଳ ଓ ସେଚ ଅବସରପ୍ରାପ୍ତ ବରିଷ୍ଠ ନାଗରିକ ପରିଷଦର ୪ର୍ଥ ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ

ଭୁବନେଶ୍ୱର, ତା ୧୧/୧ : ଆଜି ବୁଦ୍ଧମନ୍ଦିରଠାରେ ଓଡ଼ିଶା ଜଳ, ପରିମଳ ଓ ଶେଚ ଅବସରପ୍ରାପ୍ତ ବରିଷ୍ଠ
ନାଗରିକ ପରିଷଦର ଚତୁର୍ଥ ବାର୍ଷିକ ଅଧ୍ଵବେଶନ ଅନୁଷ୍ଠିତ ହୋଇଯାଇଅଛି । ବରିଷ୍ଠ ନାଗରିକମାନେ ରିଟାର୍ଡ କରିବା
ପରେ ବହୁ ଗୁଡ଼ିଏ ସମସ୍ୟା ସମ୍ମୁଖୀନ ହେଉଥିବା ବେଳେ ସେମାନଙ୍କର ଦାବିଗୁଡ଼ିକ ହାସଲ ପାଇଁ ଏହି ପରିଷଦ
ଗଠନ କରାଯାଇଛି ଏବଂ ଏହି ପରିଷଦ ଦ୍ବାରା ସରକାରଙ୍କ ପାଖରେ ସବୁ ଦାବି ଉପସ୍ଥାପନ କରିବା ଏବଂ ସମସ୍ତେ
ଏକାଠି ହୋଇ ପରସ୍ପର ସହିତ ମିଶି ସମ୍ପର୍କ ବଢ଼ାଇବା ହେଉଛି ଆଜିର ବୈଠକର ମୂଳ ଉଦ୍ଦେଶ୍ୟ । ଆମର ପ୍ରମୁଖ
ଦାବିଗୁଡ଼ିକ ହେଲା – କେନ୍ଦ୍ର ସରକାରଙ୍କ ଷଷ୍ଠ ବେତନ କମିଶନ ସୁପାରିଶ ଅନୁସାରେ ୨୦୦୬ ମସିହାରୁ ଅବିକଳ
ପେନ୍‌ସନ୍‌ ଲାଗୁ କରିବା, ୨୫ବର୍ଷ ଚାକିରୀ ପୂରଣ କରିଥିଲେ ପୁରା ପେନ୍‌ସନ୍‌ ଦେବା, ସର୍ବନିମ୍ନ ପେନ୍‌ସନ୍ ୮୩୦୦ ରୁ
୯୦୦୦ ଟଙ୍କା ବୃଦ୍ଧି କରିବା, ଗୃହ ନିର୍ମାଣ ପାଇଁ ସ୍ଵଳ୍ପ ସୁଧରେ ବ୍ୟାଙ୍କ ଋଣ ଦେବା, ଅବସରପ୍ରାପ୍ତ କର୍ମଚାରୀଙ୍କ ପାଇଁ
ନିଃଶୁଳ୍କ ମେଡିକାଲ୍ ଟେଷ୍ଟର ବ୍ୟବସ୍ଥା କରିବା, ମାସିକ ମେଡିକାଲ୍ ଭତ୍ତା ଦେବା, ୮୦ ବର୍ଷ ପରିବର୍ତ୍ତେ ୭୦ ବର୍ଷରୁ
ଅତିରିକ୍ତ ପେନ୍‌ସନ୍‌ ଦେବା, ଇନ୍‌କ୍ରିମେଣ୍ଟ ଭଳି ପେନ୍‌ସନ୍‌ରେ ବାର୍ଷିକ ବୃଦ୍ଧି କରିବା, ଅର୍ଥ ବିଭାଗ ୧୯.୦୧, ୨୦୦୯ ରିଖରେ
ରିଜୋଲ୍ୟୁସନ୍ ଅନୁଯାୟୀ ଫାମିଲି ପେନ୍‌ସନ୍‌ ଦେବାରେ ସୃଷ୍ଟି କରୁଥିବା ବାଛ ବିଚାରକୁ ଦୂର କରିବା, ଯେଉଁ ଦପ୍ତରରୁ
ଅବସର ନେଇଥବେ ଅବସର ପରେ ମଧ୍ୟ ସେଠାକୁ ପ୍ରବେଶ ପତ୍ରର ସୁଯୋଗ ଦେବା ଭଳି ଦାବି ଗୁଡ଼ିକ ସରକାରଙ୍କ
ପାଖରେ ଉପସ୍ଥାପନା କରାଯାଇଅଛି । ଏହାର ତୁରନ୍ତ ବିଚାର କରି ସମାଧାନ ନ କଲେ ସମସ୍ତ ଅବସରପ୍ରାପ୍ତ ବରିଷ୍ଠ
ନାଗରିକମାନେ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବେ ବୋଲି କହିଛନ୍ତି ପରିଷଦର ସାଧାରଣ ସମ୍ପାଦକ ଉଗ୍ରସେନ୍ ସାହୁ ।
ସେହିଭଳି ବରିଷ୍ଠ ନାଗରିକମାନଙ୍କର ଚିକିତ୍ସା ଭତ୍ତା ପୂର୍ବତନ ବିଧାୟକ ଏବଂ ଜଜଙ୍କ ଭଳି ଦେବା, ଏନ୍.ଏମ୍.ଆର,
ଡି.ଏଲ୍‌.ଆର ଏବଂ ୱାର୍କଚାର୍ଜଡ୍ କର୍ମଚାରୀମାନଙ୍କର ପେନସନ୍ ସୁବିଧା ନଥିବାରୁ ସେମାନଙ୍କୁ ଏକକାଳୀନ ଅବସର
ସମୟରେ ଏକ୍ସଗ୍ରାସିଆ ବଡ଼ ଧରଣର ଆର୍ଥିକ ଅନୁଦାନ ଦେବା, ପରିଷଦକୁ ସରକାର ଗୋଟିଏ ଅଫିସ୍ କାର୍ଯ୍ୟ କରିବା ପାଇଁ
ସରକାରୀ ଜାଗା ବା ଘର ଯୋଗାଇଦେବା, ଅବସରପ୍ରାପ୍ତ କର୍ମଚାରୀଙ୍କୁ ଭ୍ରମଣ ସୁବିଧା ଦେବା ଭଳି ସମସ୍ୟା ଗୁଡ଼ିକ ଉପରେ
ସରକାର ବିଚାର କରି ବରିଷ୍ଠ ନାଗରିକମାନଙ୍କ ପ୍ରତି ଉପଯୁକ୍ତ ବ୍ୟବସ୍ଥା କରିବା ପାଇଁ ଅନୁରୋଧ କରିଛନ୍ତି ପରିଷଦର
ସଭାପତି ରବି ନାରାୟଣ ମହାପାତ୍ର ।

Leave a Reply

Your email address will not be published. Required fields are marked *