ସଡକ ସୁରକ୍ଷା ସଚେତନତା ରଥର ଉଦଘାଟନ
ପୁରୀ ୧୫/୧ ସଡକ ସୁରକ୍ଷିତ ରଖିବା ଓ ନିଜେ ସତର୍କ ରହିଲେ ମୂଲ୍ୟବାନ ଜୀବନ ଅକାଳରେ ରାସ୍ତାରେ ଝଡିଯିବ ନାହିଁ। ତେଣୁ ପ୍ରତ୍ୟେକ ସଡକ ସୁରକ୍ଷା ନିୟମକୁ ଅନୁପାଳନ କରିବାକୁ ଜିଲ୍ଲାପାଳ ସମର୍ଥ ବର୍ମା ଆହ୍ୱାନ ଦେଇଛନ୍ତି।ଆଜି ପୂର୍ବାହ୍ନରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପରିସରେ ସଡକ ସୁରକ୍ଷା ସମ୍ପର୍କିତ ଏକ ସଚେତନତା ରଥକୁ ଜିଲ୍ଲାପାଳ ଶ୍ରୀ ବର୍ମା ଉଦଘାଟନ କରିଥିଲେ। ଏହି ରଥ ଜିଲ୍ଲା ର ବିଭିନ୍ନ ଅଞ୍ଚଳ ପରିକ୍ରମଣ କରିବା ସହ ସଡକ ସୁରକ୍ଷା ର ବାର୍ତ୍ତା ବଣ୍ଟନ କରିବ ବୋଲି ଜିଲ୍ଲାପାଳ ସୂଚନା ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଉପଜିଲ୍ଲାପାଳ ଭବତାରଣ ସାହୁ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ଆଞ୍ଚଳିକ ପରିବହନ ଅଧିକାରୀ ରବିନ ପଟ୍ଟନାୟକ,ଟ୍ରାଫିକ ଡିଏସପି ମନୋବ୍ରତା ଶତପଥୀ, ସଚିନ ପଟେଲ, ଆସୋସିଏସନ ଅଫ ଟୁଇଟର ଆକ୍ଟିଭିଷ୍ଟ ର ସଭାପତି ବିସ୍ମୟ ମିଶ୍ର, ବରିଷ୍ଠ ପରାମର୍ଶ ଦାତା ବିପିନ କୁମାର ମହାନ୍ତି, ଦେବରାଜ ଦାସ,ସତ୍ୟ ନାରାୟଣ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।