ସଡକ ସୁରକ୍ଷା ସପ୍ତାହ ଅବସରରେ ଚିତ୍ରାଙ୍କନ ଓ ସ୍ଲୋଗାନ ଲିଖନ ପ୍ରତିଯୋଗିତା
![](https://teerthkhetra.com/wp-content/uploads/2023/01/competition-on-road-safety-week.jpg)
ସଡକ ସୁରକ୍ଷା ସପ୍ତାହ 2023 ଅବସରରେ ପୁରୀ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ତରଫରୁ ଅନଲାଇନ୍ ମାଧ୍ୟମରେ ସଡକ ସୁରକ୍ଷା ସଚେତନ ବାର୍ତ୍ତାର ଭିଡ଼ିଓ(୧୫ ରୁ ୨୫ ସେକେଣ୍ଡ ମଧ୍ୟରେ), ଚିତ୍ରାଙ୍କନ ଓ ସ୍ଲୋଗାନ ଲିଖନ ପ୍ରତିଯୋଗିତାର ଆୟୋଜନ କରାଯାଉଛି। ଏହାର ବିଷୟ ବସ୍ତୁ ରହିଛି “ଯାତ୍ରା ନ ଦେଉ ଯାତନା” । ଏହି ପ୍ରତିଯୋଗିତାରେ ଭାଗ ନିଅନ୍ତୁ ଓ ପୁରସ୍କାର ଜିତନ୍ତୁ। ଆପଣଙ୍କ ପ୍ରସ୍ତୁତ ଭିଡ଼ିଓ,ସ୍ଲୋଗାନ ଓ ଚିତ୍ରକଳା ୯୮୬୧୩୧୩୨୭୫ ଓ ୯୮୫୩୭୬୬୬୦୦ କୁ ହ୍ଵାଟ୍ସଆପ ଜରିଆରେ ଆସନ୍ତା ତା ୧୬.୦୧.୨୦୨୩ ସୋମବାର ସକାଳ ୭ ଟା ରୁ ୧୭.୦୧.୨୦୨୩ ମଙ୍ଗଳବାର ସକାଳ ୭ ଟା ମଧ୍ୟରେ ପ୍ରେରଣ କରିବାକୁ ଅନୁରୋଧ ।