ଘୁମୁସର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଭାରତ ଲୀଳା ସଂଘର ସାଙ୍ଗଠନିକ ବୈଠକ
![](https://teerthkhetra.com/wp-content/uploads/2023/01/WhatsApp-Image-2023-01-16-at-4.22.18-PM-1024x568.jpeg)
ଗଞ୍ଜାମ,୧୬/୦୧/୨୩- ଆଜିକାଲି ଲୋକସଂସ୍କୃତି,ଲୋକକଳା ଓ ଲୋକନୃତ୍ୟକୁ ଯେପରି ଭାବରେ କଳୁଷିତ କରିଦେଲେଣି ସେ ଲୋକସଂସ୍କୃତି ନହୋଇ ଅପସଂସ୍କୃତି ରେ ପରିଣତ ହୋଇଗଲାଣି ଏଣୁ ଏହାକୁ ନେଇ ବୁଦ୍ଧିଜୀବୀଙ୍କ ମହଲରେ ଅସହ୍ୟ ମନେ ହେଉଥିବା ବେଳେ କ୍ଷୋଭ ପ୍ରକାଶ କରିଆସୁଥିଲେ। ବର୍ତ୍ତମାନ କିଛି ବୁଦ୍ଧିଜୀବୀ ଲୋକନୃତ୍ୟ ଗୁରୁଙ୍କ ଜ୍ଞାନ ଉଦୟ ହୋଇ ଗଞ୍ଜାମ ଜିଲ୍ଲାର ଘୁମୁସର ଜୋନ୍ ର ୩୮ଗୋଟି ଭାରତ ଲୀଳାର ମୁଖ୍ୟ କଳାକାରମାନେ ସଂଗଠିତ ହୋଇ “ଘୁମୁସର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଭାରତ ଲୀଳା ସଂଘ” ଗଠନ କରି ଆଜି ତା’ର ସପ୍ତମ ସାଙ୍ଗଠନିକ ବୈଠକ ବୁଗୁଡ଼ା ସହରର ଭଞ୍ଜବଂଶ ପ୍ରତିଷ୍ଠିତ ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ବଳଦେବ ସ୍ବାମୀଙ୍କ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସଂଘର ଉପସଭାପତି ପ୍ରମୋଦ କୁମାର ଦାସଙ୍କ ଅଧ୍ୟକ୍ଷତାରେ ମୂଖ୍ୟ ଅତିଥି ଭାବେ ସ୍ଥାନୀୟ ମଦନମୋହନ ପାଠାଗାର ଓ ସାହିତ୍ୟ ସଂସଦ ସମ୍ପାଦକ ତଥା ସାହିତ୍ୟିକ ତ୍ରିଲୋଚନ ପଣ୍ଡା ଏବଂ ମୂଖ୍ୟବକ୍ତା ଭାବେ ଅଶୋକ କୁମାର ମହାପାତ୍ର ଯୋଗଦାନ କରିଥିବା ସହ ସମ୍ମାନୀତ ଅତିଥି ଭାବେ ବୁଗୁଡ଼ା ବ୍ଲକ କଳା ବିକାଶ ସଂଘ ସଭାପତି ଜଟେଶ୍ଵର ବିଷୋୟୀ,ସଂଘ ଉପଦେଷ୍ଟା ନୀଳମାଧବ ସ୍ଵାଇଁ,ଭଜରାମ ଡାକୁଆ,ସହସମ୍ପାଦକ କେଶବ ଆଚାର୍ଯ୍ୟ,କୋଷାଧ୍ୟକ୍ଷ ଶୁସାନ୍ତ କୁମାର ସାହୁ ଓ ସ୍ଵତନ୍ତ୍ର ଅତିଥି ଭାବେ ମୁରଲୀଧର ଗୌଡ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ଜଗତରନାଥ ଶ୍ରୀ ଜଗନ୍ନାଥ ଓ କବି ଉପେନ୍ଦ୍ର ଭଞ୍ଜଙ୍କ ଫୋଟଚିତ୍ରରେ ମାଲ୍ୟାର୍ପଣ ସହ ପ୍ରଦୀପ ପ୍ରଜ୍ଜ୍ଵଳନ କରିଥିଲେ । ସମସ୍ତ ମଞ୍ଚାସୀନ ଅତିଥିବୃନ୍ଦଙ୍କୁ ଅନୁଷ୍ଠାନ ପକ୍ଷରୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିବା ବେଳେ ସଂଘର ସମ୍ପାଦକ ବାଲ୍ମୀକି ଗୌଡଙ୍କ ସଂଯୋଜନା କରିଥିଲେ। ଭାରତ ଲୀଳା ରେ ଯେଉଁ ପ୍ରକାର ଏକ ବାୟା ଭୂମିକାରେ ଅଭିନୟ କରି ଲୋକକଳାର ପୂର୍ବ ସଂସ୍କୁତିକୁ ଅଶ୍ଳିଳ ଭାଷା ପ୍ରୟୋଗ କରି ଅପସଂସ୍କୃତି ରେ ପରିଣତ ହୋଇଥିବା ନେଇ ତାକୁ କ୍ଷୋଭ ପ୍ରକାଶ କରି ତାହାକୁ ରୋକିବା ପାଇଁ ଆପ୍ରାଣ ଚେଷ୍ଟା କରିବାକୁ ପଡିବ ବୋଲି ମତବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମକୁ ସୀତାରାମ ସ୍ଵାଇଁ,ପ୍ରଫୁଲ କୁମାର ଦାସ ଓ ଧ୍ରୁବଚରଣ ଜେନା ପ୍ରମୁଖ ସୁପରିଚାଳନା କରିଥିବା ବେଳେ ପଚାଶ ରୁ ଉର୍ଦ୍ଧ୍ଵ କଳାକାର ବନ୍ଧୁ ଉପସ୍ଥିତ ଥିଲେ।
ରିପୋର୍ଟ- ତ୍ରିଲୋଚନ ପଣ୍ଡା, ଗଞ୍ଜାମ ।