ଡେଲାଙ୍ଗରେ ସଡ଼କ ସୁରକ୍ଷା ସପ୍ତାହ ପାଳିତ
![](https://teerthkhetra.com/wp-content/uploads/2023/01/WhatsApp-Image-2023-01-16-at-4.13.07-PM-1024x461.jpeg)
ଡେଲାଙ୍ଗ ,୧୬/୦୧/୨୩- ରାଜ୍ୟପରିବହନ ପ୍ରାଧିକାରୀ,ପୁରୀ ଜିଲ୍ଲା ଆଂଚଳିକ ପରିବହନ କାର୍ଯ୍ୟାଳୟ ଓ ରେଡକ୍ରସ୍ ୟୁନିଟ୍, ଗାଦିବ୍ରହ୍ମ ମହାବିଦ୍ୟାଳୟ ,ଡେଲାଂଗ ର ମିଳିତ ଆନୁକୁଲ୍ୟ ରେ ” ସଡକ ସୁରକ୍ଷା ସପ୍ତାହ-୨୦୨୩”(ଜାନୁଆରି ୧୧ରୁ ୧୭ ୨୦୨୩)ଉପଲକ୍ଷେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡଃ. ସରୋଜ କୁମାର ପଣ୍ଡାଂକ ସଭାପତିତ୍ୱ ରେ ଐତିହ କକ୍ଷ ରେ ୧୬-୦୧-୨୦୨୩(ସୋମବାର)ଦିବା ୧୧.୩୦ ଘ. “ସଡକ ସୁରକ୍ଷା” ସଂପର୍କିତ ଏକ ଆଲୋଚନା ଚକ୍ର ଆୟୋଜିତ ହେବା ସହିତ ମହାବିଦଚୟାଳୟ ଠାରୁ ଡେଲାଂଗ ହାଟ ପର୍ଯ୍ୟନ୍ତ ରେ ଏକ ସଡକ ସୁରକ୍ଷା ସଚେତନତା ରାଲି ସଂଗଠିତ ହୋଇଥିଲା।ରାସ୍ତା ରେ ଛାତ୍ରଛାତ୍ରୀ,ପୋଲିସ ଅଧିକାରୀ ଓ ପୁରୀ ଜିଲ୍ଲା ଆଂଚଳିକ ପରିବହନ କାର୍ଯ୍ୟାଳୟ ର ଅଧିକାରୀ ମାନେ ରାସ୍ତା ରେ ଗାଡିଚାଳକ ମାନଂକୁ ସଚେତନ କରାଇଥିଲେ।ଉକ୍ତ ଆଲୋଚନା ଚକ୍ର ରେ ମୁଖ୍ୟଅତିଥିଭାବେ ଡେଲାଂଗ ଗୋଷ୍ଠୀଉନ୍ନୟନ ଅଧୀକାରୀ ଶ୍ରୀଯୁକ୍ତ ଦିଲିପ କୁମାର ଷଡଂଗି , ମୁଖ୍ୟବକ୍ତା ରୂପେ ଡେଲାଂଗ ଥାନା ଅଧିକାରୀ ଶ୍ରୀଯୁକ୍ତ ଅନିଲ କୁମାର ମହାନ୍ତି , ପର୍ଯ୍ୟବେକ୍ଷକ ଭାବେ ସହକାରୀ ମୋଟରଯାନ ନିରିକ୍ଷକ ଶ୍ରୀଯୁକ୍ତ ଅମିତ କୁମାର ରଣା ଓ ସମ୍ମାନିତ ଅତିଥିରୂପେ *ହାଟ ଫାଣ୍ଡି ଅଧିକାରୀ ଶ୍ରୀଯୁକ୍ତ ଧନପତୀ ପିଂଗ୍ ଓ ବରିଷ୍ଠ ସମ୍ବାଦିକ ପ୍ରସନ୍ନ ତ୍ରୀପାଠୀ ଭାବରେ ଯୋଗଦାନ କରି ସଡକ ସୁରକ୍ଷା ସପ୍ତାହ ପାଳନ ର ଗୁରୁତ୍ୱ ଓ ଆବଶ୍ୟକତା ସଂପର୍କରେ ଆଲୋକପାତ କରିଥିଲେ।ମହାବିଦ୍ୟାଳୟ ର ରେଡକ୍ରସ ପରାମର୍ଶଦାତା ଅଧ୍ୟାପକ ତ୍ରିନାଥ ପରିଡା ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।ମହାବିଦ୍ୟାଳୟ ର ସମସ୍ତ ଛାତ୍ରଛାତ୍ରୀ ମାନଂକ ସହ ଅନ୍ୟମାନଂକ ମଧ୍ୟରେ ଅଧ୍ୟାପିକା ପ୍ରମୋଦିନୀ ମହାପାତ୍ର,ସହକାରୀ ଗ୍ରନ୍ଥାଗାରିକ ଦାଶରଥି ବଳବନ୍ତରାୟ ଓ ସମସ୍ତ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।