୪୬ ବର୍ଷ ପରେ “ଚିଲିକାତୀରେ”ର ପ୍ରଦର୍ଶନ ସଂସ୍କୃତି, ବିଦ୍ରୋହ ଓ ବିପ୍ଳବର ଭୂମି ବ୍ରହ୍ମଗିରି ଓ ପୁରୀ

ପୁରୀ – ୧୯୭୭ ମସିହା ମକର ସଂକ୍ରାନ୍ତି ଦିନ ପୁରୀରୁ ପ୍ରାୟୋଜିତ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରାପ୍ତ ଚିଲିକତୀରେର ମହୁରତ କାଲିଯାଇଠାରେ ହୋଇଥିଲା। ଆଜି ଦୀର୍ଘ ୪୬ ବର୍ଷ ପରେ ପୁରୀରେ ଏହାର ପୁନଃ ପ୍ରଦର୍ଶନ ହେବା ଆମ ପାଇଁ ଗର୍ବ ଓ ସ୍ମୃତିର ସନ୍ତକ ବହନ କରୁଛି ବୋଲି ରାଜ୍ୟ ଯୋଜନା ବୋର୍ଡର ପୂର୍ବତନ ଉପାଧ୍ୟକ୍ଷା ଶ୍ରୀଯୁକ୍ତ ସଞ୍ଜୟ କୁମାର ଦାସବର୍ମା ମତବ୍ୟକ୍ତ କରିଛନ୍ତି। ଜାତୀୟ ଚଳଚ୍ଚିତ୍ର ଅଭିଲେଖାଗାର ଓ ଫିଲ୍ମ ଜନାଲିଷ୍ଟ ଫୋରମ୍ ପକ୍ଷରୁ ପୁରୀ ପୈାର ସଦନ ଠାରେ ଆୟୋଜିତ ଚିଲିକା ତୀରେ ଚଳଚ୍ଚିତ୍ରର ସ୍ଵତନ୍ତ୍ର ପ୍ରଦର୍ଶନ ଉତ୍ସବରେ ଯୋଗଦେଇ ଶ୍ରୀ ଦାସବର୍ମା କହିଲେ ଯେ ସଂସ୍କୃତି, ବିଦ୍ରୋହ ଓ ବିପ୍ଳବ ର ଭୂମି ବ୍ରହ୍ମଗିରି ଓ ପୁରୀରୁ ଚିଲିକା ଉପକୂଳବର୍ତ୍ତୀ ମତ୍ସ୍ୟଜୀବୀ ମାନଙ୍କର ଜୀବନ ଜୀବିକା ଓ ସଂଘର୍ଷର ପ୍ରତିଛବି ଚିଲିକା ତୀରେ ଚଳଚ୍ଚିତ୍ର ନିର୍ମାଣ ହୋଇଥିଲା। ତେବେ ଦୀର୍ଘ ବର୍ଷ ଧରି ଏହାର ପ୍ରିଣ୍ଟ ମିଳୁନଥିବାରୁ ଏହି ବିପ୍ଳବ ଧର୍ମି ଜାତୀୟ ପୁରସ୍କାର ପ୍ରାପ୍ତ ଚଳଚ୍ଚିତ୍ର କୁ ଦେଖିବାପାଇଁ ସୁଯୋଗନଥିଲା । ଜାତୀୟ ଚଳଚ୍ଚିତ୍ର ଅଭିଲେଖାଗାର ରେ ସଂରକ୍ଷିତ ଚିଲିକା ତୀରେ ପ୍ରଦର୍ଶନ ପାଇଁ କତୃପକ୍ଷ ଫିଲ୍ମ ଜନାଲିଷ୍ଟ ଫୋରମ୍ କୁ ଅନୁମତି ଦେଇଥିବାରୁ ଶ୍ରୀ ଦାସବର୍ମା ସମ୍ପୃକ୍ତ ଅନୁଷ୍ଠାନ କୁ ଧନ୍ୟବାଦ ଜଣାଇଥିଲେ।

ଚିଲିକା ତୀରେ ପ୍ରଦର୍ଶନ ଅବସରରେ ଓଡ଼ିଆ ଚଳଚ୍ଚିତ୍ର ଜନକ ମୋହନ ସୁନ୍ଦର ଦେବ ଗୋସ୍ୱାମୀଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରାଯାଇଥିଲା। ପରେ ପରେ ଚିଲିକା ତୀରେ ଚଳଚ୍ଚିତ୍ର ସମ୍ବନ୍ଧିତ ଏକ ବିବରଣୀ ପୁସ୍ତିକା ଉନ୍ମୋଚିତ ହୋଇଥିଲା। ଚିଲିକା ତୀରେ ର ସହ ଜଡ଼ିତ ଥିବା ଅଭିନେତା ସୁଧାଂଶୁ ଭୁଷଣ ମହାପାତ୍ର, ଲକ୍ଷ୍ମୀଧର ତ୍ରିପାଠୀ, ନୃତ୍ୟଶିଳ୍ପୀ ଗୋବିନ୍ଦ ଚନ୍ଦ୍ର ମହାନ୍ତି ଓ ବସନ୍ତ ମାହାନ୍ତି, ଗାୟକ ଦେବାଶିଷ ମହାପାତ୍ର ପ୍ରଯୋଜକ ତଥା ଅଭିନେତା ଚିତ୍ତରଞ୍ଜନ ମିଶ୍ର, ଅଭିନେତ୍ରୀ ମଞ୍ଜୁ ପ୍ରଧାନ ଓ ତନ୍ଦ୍ରା ରାୟ, ସ୍ଵତ୍ତ୍ଵାଧୀକାରି ଲୋକନାଥ ରାଉତରାୟ ଏବଂ ସହଯୋଗୀ ନିର୍ଦେଶକ ସଂଳାପକାର ହରିହର ମିଶ୍ରଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା। ସହକାରୀ ନିର୍ଦେଶକ ତଥା ସଂଳାପକାର ହରିହର ମିଶ୍ର ଏବଂ ଅଭିନେତ୍ରୀ ତନ୍ଦ୍ରା ରାୟ ଚଳଚ୍ଚିତ୍ର ବିଷୟରେ ନିଜ ଅନୁଭୂତି ବର୍ଣ୍ଣନା କରିଥିବାବେଳେ ଗାୟକ ଦେବାଶିଷ ମହାପାତ୍ର ଚଳଚ୍ଚିତ୍ରର ଗୀତ “ଜଗତ ପତି ହେ ଆଉ ଛଳନା କର ନାହିଁ” ଗାଇ ଦର୍ଶକ ମାନଙ୍କୁ ମୃଗଧ କରିଦେଇଥିଲେ।

ବିଶିଷ୍ଟ କବି ରକ୍ଷକ ନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ଚିଲିକା ତୀରେ ସ୍ଵତନ୍ତ୍ର ପ୍ରଦର୍ଶନ ଉତ୍ସବରେ ଶ୍ରୀକାନ୍ତ ମାହାନ୍ତି, ସ୍ୟାମ ପ୍ରକାଶ ସେନାପତି, ବଦ୍ରି ମିଶ୍ର, ରବି ସାମନ୍ତରାୟ, ସୂର୍ଯ୍ୟ ଦେଓ, ସୂର୍ଯ୍ୟ ମିଶ୍ର, ମାନସ ରଞ୍ଜନ ମହାପାତ୍ର, ଦିବାକର ପାତ୍ର ଏବଂ ରତ୍ନବାଳା ବେହେରାଙ୍କ ସମେତ ପୁରୀ ଜିଲ୍ଲାର ବହୁ ବିଶିଷ୍ଟ ବ୍ୟକ୍ତି ଓ ଚଳଚ୍ଚିତ୍ର ପ୍ରେମୀ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *