ଚାଲୁଅଛି ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ୨୦୨୩
ପୁରୀ,୧୭/୧- ଚାଲୁଅଛି ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ୨୦୨୩। ସପ୍ତମ ଦିବସ ଅବସରରେ ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ରବୀନ ପଟ୍ଟନାୟକଙ୍କ ତତ୍ତ୍ଵାବଧାନରେ ବଳଗଣ୍ଡି ହାଇ ସ୍କୁଲରେ ଛାତ୍ରଛାତ୍ରୀ ମାନଙ୍କୁ ଭିଡିଓ ବାର୍ତ୍ତା ମାଧ୍ୟମରେ ସଡ଼କ ସୁରକ୍ଷା ସଂପର୍କରେ ସଚେତନତା କରାଯାଇଥିଲା। ପରିବହନ ଅଧିକାରୀ ଶ୍ରୀ ପଟ୍ଟନାୟକ ମଧ୍ୟ ପିଲାମାନଙ୍କୁ ଟ୍ରାଫିକ ନିୟମ ସମ୍ପର୍କରେ ବୁଝାଇଥିଲେ। ସେହିପରି ସିଂହଦ୍ଵାର ଠାରେ ପୁରୀ ବଡ଼ ବଜାର ଉଠାଦୋକାନୀ ବ୍ୟବସାୟୀ ସଂଘର କର୍ମକର୍ତ୍ତା ମାନଙ୍କ ମଧ୍ୟରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସମସ୍ତେ ପବିତ୍ର ବଡ଼ଦାଣ୍ଡ ଉପରେ ଠିଆ ହୋଇ ମହାପ୍ରସାଦକୁ ସାକ୍ଷୀ ରଖି ଟ୍ରାଫିକ ନିୟମ ମାନିବାକୁ ପ୍ରତିଜ୍ଞା କରିଥିଲେ। ସେହି ସମୟରେ ଯାତାୟାତ କରୁଥିବା ଯାତ୍ରୀମାନଙ୍କୁ ମହାପ୍ରସାଦ ଦେଇ ସଡକ ସୁରକ୍ଷା ନିୟମ ପାଳନ କରିବାକୁ ବୁଝାଇଥିଲେ।ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ପଟ୍ଟନାୟକଙ୍କ ସମେତ ଜିଲ୍ଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର ସମସ୍ତେ କର୍ମଚାରୀ ବୃନ୍ଦ ଏଥିରେ ଉପସ୍ଥିତ ସହି କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ।