ଥ୍ରୋ ବଲ ଚମ୍ପିୟାନସିପ ଚଳିତ ମାସ ୨୩ ରୁ ୨୫

ପୁରୀ ୧୭/୧- ପୁରୀ ଜିଲ୍ଲାରେ ଚଳିତ ମାସ ୨୩ ରୁ ୨୫ ତାରିଖ ପର୍ଯ୍ୟନ୍ତ ଝାଡେଶ୍ୱରୀ କ୍ଲବ ଓ ସ୍ପୋର୍ଟ୍ସ କମ୍ଲେକ୍ସ ପରିସରରେ ୩୨ ତମ ଫେଡେରେସନ କପ ଥ୍ରୋ ବଲ ଚମ୍ପିୟାନସିପ ଅନୁଷ୍ଠିତ ହେବ।ଏହି କ୍ରିଡା କୁ ଶୃଙ୍ଖଳିତ ଭାବେ ପରିଚାଳନା କରିବା ପାଇଁ ଆଜି ଅପରାହ୍ନ ରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।ଏଥିରେ ଅଧ୍ୟକ୍ଷତା କରି ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁଏହାକୁ ସୁନ୍ଦର ଭାବେ ଆୟୋଜନ କରିବାକୁ ସମସ୍ତ ଉଦ୍ୟମ କରାଯିବ ବୋଲି କହିଥିଲେ।ଓଡିଶା ଥ୍ରୋ ବଲ ଆସୋସିଏସନ ର ଉପସଭାପତି ମଧୁସୂଦନ ମିଶ୍ର ବିସ୍ତୃତ ସୂଚନା ଦେଇ ଏହି କ୍ରୀଡ଼ା ରେ ବିଭିନ୍ନ ରାଜ୍ୟର ପୁରୁଷ ଓ ମହିଳା ଦଳର ୧୬ ଟି ଦଳ ଅଶଂଗ୍ରହଣ କରିବେ ଓ ଚଳିତ ଥର ଏହାକୁ ଭବ୍ୟ ଭାବେ ଆୟୋଜନ କରାଯିବ ବୋଲି କହିଥିଲେ।ଏଥିରେ ଜିଲ୍ଲା କ୍ରିଡା ଅଧିକାରୀ ଚନ୍ଦନ ସାହୁ, ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା, ଜିଲ୍ଲା କ୍ରିଡା ସଂଘର ସମ୍ପାଦକ ରବି ଶଙ୍କର ପ୍ରତିହାରୀ, ଓଡିଶା ଥ୍ରୋ ବଲର ସମ୍ପାଦକ ଜିତେନ୍ଦ୍ର ନାଥ ଦାସ,ସିତେନ୍ଦ୍ର ନାଥ ଦାସ,ଚିନ୍ମୟୀ ଚିରଞିବି ମହାନ୍ତି, ନିବେଦିତା ନାୟକ,ସୁଦ୍ଧା ସିନ୍ଧୁ ସାହୁ,ଅରୁଣ କୁମାର ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ।ଓଡିଶା ଥ୍ରୋ ବଲରେ ୨୦୧୫ ରେ ପୁରୁଷ ବର୍ଗରେ ସିଲଭର,୨୦୧୭ ରେ ମହିଳା ବର୍ଗରେ ବ୍ରୋଞ୍ଜ,୨୦୧୯ ରେ ମହିଳା ବର୍ଗରେ ସିଲଭର ଓ ୨୦୨୧ ଜୁନିୟର ବାଳକ ବର୍ଗରେ ବ୍ରୋଞ୍ଜ ପଦକ ବିଜେତା ହୋଇଥିଲା ବୋଲି ଅବଗତ କରାଯାଇଥିଲା।

Leave a Reply

Your email address will not be published. Required fields are marked *