ବିଜୁ ଜନତା ଦଳର ଫୁଲବାଣୀ ବିଧାନସଭା ନିର୍ବାଚନ ମଣ୍ଡଳୀ ସ୍ତରୀୟ ୨୫ ବର୍ଷ ପୂର୍ତ୍ତି ତଥା ୨୬ ତମ ପ୍ରତିଷ୍ଠା ଦିବସ ପାଳିତ

ଫୁଲବାଣୀ – କନ୍ଧମାଳ ଜିଲ୍ଲା ଫୁଲବାଣୀ ସଦର ମହକୁମା ଠାରେ ବିଜୁ ଜନତା ଦଳପକ୍ଷରୁ ଫୁଲବାଣୀ ବିଧାନସଭା ନିର୍ବାଚନ ମଣ୍ଡଳୀ ସ୍ତରୀୟ ୨୫ବର୍ଷ ପୂର୍ତ୍ତି ତଥା ୨୬ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଅଛି। ଏ ଉପଲକ୍ଷେ ସର୍କିଟ ହାଉସରୁ ଏକ ବିରାଟ ଶୋଭାଯାତ୍ରା ଦଳୀୟ ନେତୃମଣ୍ଡଳୀ ଓ କର୍ମୀ ବାହାରି, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ମାନ୍ୟବର ମନ୍ତ୍ରୀ ଶ୍ରୀ ପ୍ରଦୀପ ଅମାତ, ମାନ୍ୟବର ବିଧାୟକ ଶ୍ରୀ ଅଙ୍ଗଦ କହ୍ନର, ଶ୍ରୀ ସାଲୁଗା ପ୍ରଧାନ, ଶ୍ରୀ ଚକ୍ରମଣୀ କହ୍ନର, ଜିଲ୍ଲା ପର୍ଯ୍ୟବେକ୍ଷକ ଶ୍ରୀ ବିଜୟ ନାୟକଙ୍କ ସମେତ ଜିଲ୍ଲାର ବରିଷ୍ଠ ନେତୃମଣ୍ଡଳୀ,ସ୍ଥାନୀୟ ଜନ ପ୍ରତିନିଧି ଏବଂ ବହୁ ସଂଖ୍ୟାରେ ଦଳୀୟ କର୍ମୀ ଅଂଶଗ୍ରହଣ କରିଥିଲେ । କିନ୍ତୁ ଦୁଃଖର ବିଷୟ ଏହାଜେ ଷ୍ଟେଜ ଉପରେ ସାମ୍ବାଦିକମାନେ ଫଟୋ ଉତଳନ କରିବା ବେଳେ ବିଜେଡି ସଭାପତି ସରୋଜ କର୍ଣ୍ଣ ଦୁର୍ବ୍ୟବହାର ଦେଖାଇ ତଳକୁ ଯିବାକୁ କହି ଠେଲି ଠେଲି ପଠାଇ ଦେଇଥିଲେ ହେଲେ ଏହା ନିଜ ବଳରେ ଏହି ଦାଦାଗିରି ନା ବିଜେଡ଼ି ବଳରେ ବଳିଆନ ହୋଇ ଦାଦାଗିରି ଦେଖାଉଛନ୍ତି ଆଗାମୀ ଦିନରେ ଜଣା ପଡ଼ିବ ।

ରିପୋର୍ଟ- ବୈଦ୍ୟନାଥ ବେହେରା, କନ୍ଧମାଳ।

Leave a Reply

Your email address will not be published. Required fields are marked *