ଆର୍ଟ ମହୋତ୍ସବ ଉଦଯାପିତ

ପୁରୀ ୨୩/୧ – ଐତିହ୍ୟ ଗ୍ରାମ ରଘୁରାଜପୁରରେ ତିନିଦିନବ୍ୟାପୀ ଆର୍ଟ ମହୋତ୍ସବ ଉଦଯାପିତ ହୋଇଯାଇଛି।ଓଡ଼ିଶା ସରକାରଙ୍କ ହସ୍ତତନ୍ତ,ବୟନଶିଳ୍ପ ଓ ହସ୍ତଶିଳ୍ପ ବିଭାଗ,ସଂସ୍କୃତି ବିଭାଗ, ପର୍ଯ୍ୟଟନ ବିଭାଗ ଓ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରାୟୋଜିତ ଏହି ମହୋତ୍ସବକୁ ରଘୁରାଜପୁରର ମାଆ ଭୂବାସିନୀଙ୍କ ମଣ୍ଡପରେ ମିଳିତ ଆୟୋଜନ କରାଯାଇଥିଲା।ରଘୁରାଜପୁରର କଳାକ୍ଷେତ୍ର,ଲୋକକଳା ଗ୍ରାମ ସାରଙ୍ଗଯୋଡି଼ର କୈଳାଶ ଗୋଟିପୁଅ ଓଡି଼ଶୀ ନୃତ୍ୟ ପରିଷଦ ଏବଂ ଦିଲ୍ଲୀର ୟାକ୍ କମ୍ଯୁନିକେସନ୍,ପଦ୍ମଶ୍ରୀ ଶିଳ୍ପୀ ଗୁରୁ ପ୍ରଭାକର ମହାରଣା ଏହାକୁ ଜାନୁଆରୀ କୋଡ଼ିଏ ତାରିଖ ସନ୍ଧ୍ୟାରେ ଉଦଘାଟନ କରିଥିଲା ବେଳେ ଉଦଯାପନୀ ସନ୍ଧ୍ୟାର ମୁଖ୍ୟ ଅତିଥି ଥିଲେ, ଓଡ଼ିଶାର ହସ୍ତତନ୍ତ ବୟନଶିଳ୍ପ ଓ ହସ୍ତଶିଳ୍ପର ମାନ୍ୟବର ମନ୍ତ୍ରୀ ଶ୍ରୀମତୀ ରିତା ସାହୁ।ବିଭିନ୍ନ ସନ୍ଧ୍ୟାରେ ଗୋଟିପୁଅ ନୃତ୍ୟ,ପୁରୀର ନବପ୍ରତିଭା ତରଫରୁ ମାହାରୀ ନୃତ୍ୟ, ବିଙ୍ଘାରପୁରର ସମ୍ବଲପୁରୀ ନୃତ୍ୟ, ନିମାପଡ଼ାର ଚଢେଇଆ ନୃତ୍ୟ ,ମଙ୍ଗଳପୁରର ଲୋକନୃତ୍ୟ ପ୍ରଭୃତି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା।ମହୋତ୍ସବ ନିର୍ଦ୍ଦେଶକ ମୁକେଶ ମୟୁରିଆ,ମହୋତ୍ସବ ସମ୍ପାଦକ ସୁଦର୍ଶନ ସ୍ଵାଇଁ, କୈଳାଶ ଗୋଟିପୁଅ ଅନୁଷ୍ଠାନର ସମ୍ପାଦକ କୈଳାଶ ଚନ୍ଦ୍ର ବିଶ୍ଵାଳ, ସମାଜସେବୀ ପ୍ରଭାତ ପୃଷ୍ଟି, ମାଳତୀପାଟପୂର ପଞ୍ଚାୟତର ସରପଞ୍ଚ ମହେନ୍ଦ୍ର ମହାପାତ୍ର ଓ ସମିତିସଭ୍ୟ ପ୍ରମୋଦ ମହାରଣା,ବିଶିଷ୍ଟ ଗୋଟିପୁଅ ଗୁରୁ ବସନ୍ତ ମହାରଣା,ଉଦଘୋଷକ ଭୁବନେଶ୍ୱର ମହାପାତ୍ର ଏବଂ ଯୁବ ସଂଗଠକ ରଘୁନାଥ ଦାସଙ୍କ ଉଦ୍ୟମରେ କାର୍ଯ୍ୟକ୍ରମ ସଫଳ ହୋଇଥିଲା।ପୁରୀ ଜିଲ୍ଲା ହସ୍ତଶିଳ୍ପର ସହ ନିର୍ଦ୍ଦେଶକ ଶ୍ରୀ ଶ୍ରୀକାନ୍ତ ଶ୍ରୀଚନ୍ଦନ, ବିଶିଷ୍ଟ ଶିଳ୍ପୀ ଗୁରୁ ବନମାଳୀ ମହାପାତ୍ର, ଶିଳ୍ପୀ ଗୁରୁ ଦୀନବନ୍ଧୁ ମହାପାତ୍ର, ଦିଲ୍ଲୀର କଳା ନିର୍ଦ୍ଦେଶକ ରାଜେଶ ମୟୁରିଆ ଏଥିରେ ଯୋଗ ଦେଇଥିଲେ।ଅନ୍ତିମ ସନ୍ଧ୍ୟାରେ ମନ୍ତ୍ରୀ ଶ୍ରୀମତୀ ସାହୁ ଓ ଓଡିଶା ମୋ ପରିବାର ସଂଯୋଜକ ଶୁଭାଶିଷ ଖୁଣ୍ଟିଆ ବିଭିନ୍ନ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ।ଭୁବନେଶ୍ବରର ରାଧାକୃଷ୍ଣ କଳାକୁଞ୍ଜର କଳାକାର ମାନେ ଗୁରୁ ମିନତୀ ପ୍ରଧାନଙ୍କ ନୃତ୍ୟ ସରଞ୍ଚନାରେ ଓଡି଼ଶୀ ନୃତ୍ୟ ଏବଂ ଗୁରୁ ଅଶୋକ ଦାସଙ୍କ ନିର୍ଦ୍ଦେଶନାରେ ପୁରୀର ନବପ୍ରତିଭାର କଳାକାର ମାନେ ନୃତ୍ୟ ନାଟିକା କାଳିଜାଇ ପରିବେଷଣ କରିଥିଲେ।ତିନିଦିନିଆ ଏହି କାର୍ଯ୍ୟକ୍ରମକୁ ଅଧିବକ୍ତା ଅଞ୍ଜନ ହୋତା ସଂଯୋଜନା ଓ କଳାକ୍ଷେତ୍ରର ସଭାପତି ଶ୍ରୀ କୈଳାଶ ମହାରଣା ଧନ୍ୟବାଦ ପ୍ରଦାନ କରିଥିଲେ।

Leave a Reply

Your email address will not be published. Required fields are marked *