ବାର୍ଷିକ ପୁଷ୍ପ ପ୍ରଦର୍ଶନୀ

ନେଚର୍ ଲଭର୍ସ କ୍ଳବ୍ ପକ୍ଷରୁ ଜିଲ୍ଲା ପ୍ରଶାସନ ଓ ପୂରୀ ସେବା ସମିତିର ସହଯୋଗିତା ରେ ବାର୍ଷିକ ପୁଷ୍ପ ପ୍ରଦର୍ଶନୀ ଦୁଇ ଦିନ ଧରି ଗାନ୍ଧୀ ସ୍ମୃତି ପୀଠ ପରିସରରେ ଅନୁଷ୍ଠିତ ହୋଇଯାଇଛି।ପ୍ରଦର୍ଶନୀରେ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷଙ୍କ ପକ୍ଷରୁ ପୁଷ୍ପ ପ୍ରଦର୍ଶନ କରାଯାଇଥିଲା।ଜିଲ୍ଲାପାଳ ସମର୍ଥ ବର୍ମା ପ୍ରଦର୍ଶନୀକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।ପ୍ରଦର୍ଶନୀରେ ମେରିଗୋଲ୍ଡ, ଡାହାଲିଆ,ଗ୍ଲାଡ଼ିଓଲି,ସେବତୀ, ଆଣ୍ଟୀ ରାଇନମ, ସାଲଭିଆ,ସେଲୋଷିଆ, ପିଟୋ ନିଆ,ଭାର୍ବେନା,ଫ୍ଲକ୍ସ,ପାନସୀ, ପନ୍ସେଟିଆ, ବେଗନ ଭିଲିଆ,ଆସ୍ତର,ଆଦି ପୁଷ୍ପ ତଥା ପିଚାଡ଼ିଆ ପାମ, ଡାଏଫେନ ବେକିଆ,ସାଇକାସ,ଫର୍ କେରିଆ, ଥୁଜା,ଯୁନିପସ,ଆଦି ବୃକ୍ଷ ପ୍ରଦର୍ଶନ କରାଯାଇଥିଲା। ଉଦ୍ଦଯାପନ ଉତ୍ସବରେ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ପୁରସ୍କାର ବିତରଣ କରିବା ସହ ଅନୁଷ୍ଠାନ ର ମାଳି ମାନଙ୍କୁ ମାନପତ୍ର ପ୍ରଦାନ କରିଥିଲେ।ନେଚର ଲଭର୍ସ କ୍ଳବ୍ ତଥା ପୂରୀ ସେବା ସମିତି ର ସଦସ୍ୟ ଓ କର୍ମକର୍ତ୍ତା ଗଣ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ।