ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପୁରୁଣା ବଜାର ଭଦ୍ରକ ର ବିଭିନ୍ନ କାର୍ଯ୍ୟକ୍ରମ
ଭଦ୍ରକ -ଭଦ୍ରକ ସହରର ପ୍ରସିଦ୍ଧ ପୁରୁଣା ବଜାର ଅଞ୍ଚଳରେ ରେ ଶିକ୍ଷା ବିକାଶ ସମିତି ଓଡିଶା ଙ୍କ ଦ୍ୱାରା ପରିଚାଳିତ ସରସ୍ବତୀ ଶିଶୁବିଦ୍ୟା ମନ୍ଦିର ରେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଶ୍ରୀ ମଦନ ମୋହନ ମହାନ୍ତ ପ୍ରଧାନଆଚାର୍ଯ୍ୟ ଙ୍କ ନେତୃତ୍ୱରେ ସମାପନ ହୋଇଛି।ପ୍ରଥମେ ଶିଶୁଭାଇଭଉଣୀ ମାନେ ପ୍ରଭାତଫେରି ପୂର୍ବକ ୭୪ତମ ଜନରାଜ୍ୟଦିବସ ଅବସରରେ ବିଶିଷ୍ଟ ଶିକ୍ଷାବିତ ଶ୍ରୀଯୁକ୍ତ ପ୍ରଭାତ କୁମାର ଜେନା ମୁଖ୍ୟ ଅତିଥି ରୂପେ ଯୋଗଦାନ ପୂର୍ବକ ପବିତ୍ର ଜାତୀୟ ପତାକା ଉତ୍ତୋଳନ କରିବାପରେ ଦେଶର ଉନ୍ନତି ରେ ଛାତ୍ରଛାତ୍ରୀ ମାନଙ୍କ ଯୋଗଦାନ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ।ତତ୍ ପରେ ବିଦ୍ୟାଳୟ ର ସରସ୍ବତୀ ପୂଜା ବିଶେଷାଙ୍କ ବାଣୀ ” ପ୍ରାଚୀର ପତ୍ରିକା ଉନ୍ମୋଚନ କରାଯାଇ ଥିଲା ।ଶିଶୁବୋଧ ଶ୍ରେଣୀରେ ଅଧ୍ୟୟନ କରୁଥିବା ଶିଶୁଭାଇଭଉଣୀ ମାନଙ୍କ ଉଦ୍ଦେଶ୍ୟରେ ବିଦ୍ୟାରମ୍ଭ ସଂସ୍କାର ଯଜ୍ଞ ଅନୁଷ୍ଠିତ ହୋଇଥିଲା ।ଉକ୍ତ ବିଦ୍ୟାରମ୍ଭ ସଂସ୍କାର ଯଜ୍ଞ ପରେ ବିଦ୍ୟାଦାୟିନୀ ମାତା ସରସ୍ବତୀ ଙ୍କ ପୂଜନତ୍ସୋବ ହୋଇଥିଲା।ସମସ୍ତ ଛାତ୍ରଛାତ୍ରୀ ,ଅଭିଭାବକ, ଅଭିଭାବିକା ଶୁଭେଚ୍ଛୁ ମାନଙ୍କ ନିମନ୍ତେ ପ୍ରସାଦ ସେବନ ବ୍ୟବସ୍ଥା ହୋଇଥିଲା। ବିଦ୍ୟାଳୟ ର ସମସ୍ତ ସେବାବ୍ରତୀ ଆଚାର୍ଯ୍ୟ/ଆଚାର୍ଯ୍ୟା ଙ୍କ ସହଯୋଗ ରେ କାର୍ଯ୍ୟକ୍ରମ ସମ୍ପାଦିତ ହୋଇଥିଲା।ବିଦ୍ୟାଳୟ ର ପରିଚାଳନା ସମିତିର ସମସ୍ତ କାର୍ଯ୍ୟକର୍ତ୍ତା ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ କାର୍ଯ୍ୟକ୍ରମଟି ସରସ ସୁନ୍ଦର ହୋଇଥିଲା ।