ଓଡିଶା କ୍ଷିପ୍ର ଲିପି ଲେଖକ ସଙ୍ଘ ଜେନେରାଲ ବଡି ମିଟିଂ ଅନୁଷ୍ଠିତ
![](https://teerthkhetra.com/wp-content/uploads/2023/01/IMG-20230129-WA0058-1024x576.jpg)
ଭୁବନେଶ୍ୱର, ଓଡିଶା ସର୍ଟହାଣ୍ଡ ରାଇଟର ଆସୋସିଏସନର ବାର୍ଷିକ ସାଧାରଣ ଅଧିବେଶନ ରେଡ଼କ୍ରସ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅଧିବେଶନରେ ମାନ୍ୟବର ରାଜ୍ୟ ସଭା ସାଂସଦ ଅମର ପଟନାୟକ ମୁଖ୍ୟ ଅତିଥିଭାବେ ଓ ସମ୍ମାନିତ ଅତିଥିଭାବେ ଶ୍ରୀ ବଳରାମ ମିଶ୍ର ଯୋଗଦେଇଥିଲେ। ସଂଘର ସଭାପତି ଅଜୟ କୁମାର ଦାସଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ସଭାରେ ସଂଘର ପୂର୍ବତନ କର୍ମ କର୍ତା ମାନେ ଏକାଠି ହୋଇଥିଲେ। ରାଜ୍ୟରେ ଥିବା ସବୁ ଷ୍ଟେନୋଗ୍ରାଫର ଭାଇ ଭଉଣୀ ମାନେ ନିଜର ନ୍ୟାର୍ଯ୍ୟ ଦାବି ଗୁଡିକୁ ଆଲୋଚନା ଓ ପର୍ଯ୍ୟାଲୋଚନା କରି ଲୋକାଭିମୁଖୀ ସରକାରଙ୍କ ପାଖରେ ରଖିବା ପାଇଁ ଆଜିର ଏହି ବୈଠକ ବୋଲି କହିଛନ୍ତି ସଭାପତି ଅଜୟ କୁମାର ଦାସ। ମୁଖ୍ୟ କଥା ହେଲା କ୍ୱାଲିଫିକେସନ ଗ୍ରାଜୁଏସନ ହେଉ ଓ କ୍ୟାଡର ରିସ୍ତୃକଚର କରାଯାଉ ବୋଲି ଦାବି କରିଛନ୍ତି ଶ୍ରୀ ଦାସ। ସେହିପରି ମୁଁ ଯେତେବେଳେ ଚାକିରୀ କରିଥିଲି ନିଜେ ଦେଖିଛି ଷ୍ଟେନୋ ଗ୍ରାଫର ମାନେ କେତେ କଷ୍ଟ କରିଛନ୍ତି ଓ ଆଜି ଏହି ସଭାରେ ସେମାନଙ୍କର କ୍ୟାଡର ରିଷ୍ଟ୍ରକଚର ପାଇଁ ଆଲୋଚନା ହେଇଛି ଓ ବିଭିନ୍ନ ଦାବି ଏମାନଙ୍କର ଅଛି, ମୁ ସେସବୁ ବିଷୟରେ ସରକାରଙ୍କୁ ଜଣାଇବି ବୋଲି କହିଛନ୍ତି ମାନ୍ୟବର ରାଜ୍ୟ ସଭା ସାଂସଦ ଅମର ପଟ୍ଟନାୟକ। ଆମର ଅନୁଆଲ ଜେନେରାଲ ବଡ଼ି ମିଟିଂ ପ୍ରତିବର୍ଷ ହୁଏ, କରୋନା ମହାମାରୀ ଯୋଗୁ ଆମ ଅଧିବେଶନ ଗତ ତିନି ବର୍ଷ ଧରି ହେଇପାରୁ ନ ଥିଲା। ସବୁ ଜିଲ୍ଲାରୁ ଆମର ଭାଇମାନେ ଆସିଛନ୍ତି। ଆମର ଦାବି ସବୁ ସରକାରଙ୍କୁ ଜଣାଇବୁ, ସରକାରଙ୍କ ସବୁ ସ୍କିମ ଗୁଡିକୁ ଆମେମାନେ ରାତିଦିନ ଲାଗି କରୁଛୁ ଆମର ମୁଖ୍ୟ ଦାବି ହେଲା ଗ୍ରେଡ଼ ପେ 2400 ପରିବର୍ତ୍ତେ 4200କରାଯାଉ, ନିଯୁକ୍ତି କ୍ୱାଲିଫିକେସନ ଗ୍ରାଜୁଏସନ କରାଯାଉ, କ୍ୟାଡର ପୁନର୍ଗଠନ କରାଯାଉ। ଏହି ଦାବିଗୁଡ଼କ ପୂରଣ ପାଇଁ ସରକାରଙ୍କୁ ଜଣାଇବୁ ଓ ଆଶା ରଖିଛୁ ସରକାର ଆମ କଥା ବୁଝିବେ ବୋଲି କହିଛନ୍ତି ସାଧାରଣ ସମ୍ପାଦକ ବ୍ରଜେନ୍ଦ୍ର କୁମାର ବେହେରା।
ରିପୋର୍ଟ – ବିଜୟ ନନ୍ଦ।