ଭଞ୍ଜବଂଶ ପ୍ରତିଷ୍ଠିତ ଶ୍ରୀ ଶ୍ରୀ ବିରଞ୍ଚି ନାରାୟଣଙ୍କ ରଥଯାତ୍ରା

ଗଞ୍ଜାମ– ଗଞ୍ଜାମ ଜିଲ୍ଲା ବୁଗୁଡ଼ା ସହରର ଭଞ୍ଜବଂଶ ପ୍ରତିଷ୍ଠିତ ଶ୍ରୀ ଶ୍ରୀ ବିରଞ୍ଚି ନାରାୟଣଙ୍କ ରଥଯାତ୍ରା ।ଉତ୍କଳର ଅଦ୍ବିତୀୟ ଅର୍କକ୍ଷେତ୍ର ତଥା କାଷ୍ଠ କୋଣାର୍କ ଭାବେ ପରିଚିତ ଗଞ୍ଜାମ ଜିଲ୍ଲା ବୁଗୁଡ଼ା ସହରର ଭଞ୍ଜବଂଶ ପ୍ରତିଷ୍ଠିତ ଶ୍ରୀ ଶ୍ରୀ ବିରଞ୍ଚି ନାରାୟଣଙ୍କ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପ୍ରଭାତରୁ ପାରମ୍ପାରିକ ନିତୀନିୟମ ଅନୁଯାୟୀ ହୋମ କାର୍ଯ୍ୟ ଆରମ୍ଭ କରିବା ସହ ଘୃତଯଜ୍ଞ ଅନୁଷ୍ଠିତ ହୋଇଥିବା ବେଳେ ସନ୍ଧ୍ୟାରେ ମହାନ୍ତ ମହାରାଜାଙ୍କ ତତ୍ବାବଧାନରେ ପ୍ରଭୁଙ୍କ ଚଳନ୍ତି ପ୍ରତିମାକୁ ଏକ ସୁସଜ୍ଜିତ ରଥ ଉପରେ ବିରାଜମାନ କରାଇଥିଲେ । ତା’ପରେ ବଡଦାଣ୍ଡରେ ବାଣ ପଟୁଆର ସହ ଘଣ୍ଟ ଘଣ୍ଟା ଏବଂ ମୃଦଙ୍ଗର ତାଳେ ତାଳେ ବାଘ ବୃଷଭ ର ନୃତ୍ୟ ଏବଂ ଜନସମୁଦ୍ରରେ ଆସି ଶ୍ରୀ ଶ୍ରୀ ବଳଦେବ ସ୍ବାମୀଙ୍କ ଦୋଳମଣ୍ଡପରେ ବିରାଜମାନ କରାଇଥିଲେ । ସେହିଠାରେ ପୂର୍ବବତ୍ ପୂଜା ଓ ଆଳତି ପରେ ପୁଣି ସ୍ବମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଛାମଣ୍ଡା ମହନ୍ତ ଶ୍ରୀ ସତାନନ୍ଦ ଦାସ,ବାବନପୁର ମହନ୍ତ ବିଷ୍ଣୁ ଦାସ,ଟିକରପଡ଼ା ମହନ୍ତ ରାମସେବକ ଦାସ ଏବଂ ତିରୁପତି ଦାସ ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ପୂଜକ ଉମାକାନ୍ତ ଦାଶ,କୃଷ୍ଣଚନ୍ଦ୍ର ଦାଶ,ବଳରାମ ଦାଶ, ସରୋଜ ପଣ୍ଡା ଓ ଦିନବନ୍ଧୁ ପାଣି ପ୍ରମୁଖ ସହଯୋଗ କରିଥିଲେ ।

ରିପୋର୍ଟ- ତ୍ରିଲୋଚନ ପଣ୍ଡା, ଗଞ୍ଜାମ।

Leave a Reply

Your email address will not be published. Required fields are marked *