ଶିକ୍ଷୟତ୍ରୀଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

ପୁରୀ, ୩୧/୦୧- ପୁରୀ ଜିଲ୍ଲା ସ୍କୁଲ୍ ପରିସର ରେ ଆଜି ବରିଷ୍ଠ ଶିକ୍ଷୟିତ୍ରୀ ଶ୍ରୀମତୀ ପଦ୍ମାବତୀ ବେହେରାଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଶ୍ରୀମତୀ ବେହେରା ଦୀର୍ଘ ୩୦ ବର୍ଷରୁ ଊର୍ଦ୍ଧ୍ବ ଜଣେ ଦକ୍ଷ ଶିକ୍ଷୟିତ୍ରୀ ରୂପେ ପୁରୀ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରେ ଶିକ୍ଷା ଦାନ କରିଥିଲେ। ପୁରୀ ଜିଲ୍ଲା ସ୍କୁଲ୍ ଠାରେ ଦୀର୍ଘ ୧୪ ବର୍ଷର ସେବାଦାନ ସମୟରେ ସେ ନିଜର ମିଷ୍ଠଭାଷୀତା, ସରଳତା, ସମୟାନୁବର୍ତ୍ତୀତା,ଓଜସ୍ବୀ ବାକ୍ ପଟୁତା ଓ ସ୍ନେହ ସୈ।ହାର୍ଦ୍ଦ୍ଯ ବଳରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଶିକ୍ଷା କର୍ମଚାରୀ ଓ ଛାତ୍ର ଛାତ୍ରୀ ମାନଙ୍କ ହୃଦୟ ଜିଣି ପାରିଥିଲେ। ପ୍ରଧାନ ଶିକ୍ଷକ ଶ୍ରୀମତୀ ଜ୍ୟୋତିର୍ମୟୀ ମିଶ୍ର ଏହି କାର୍ଯ୍ୟକ୍ରମରେ ସଭାପତିତ୍ବ କରିଥିଲେ ଓ ଶିକ୍ଷକ ଶ୍ରୀ ବିଦ୍ୟାଧର ମିଶ୍ର ସଭାକାର୍ଯ୍ୟ ପରିଚାଳନା କରିଥିଲେ । ସମସ୍ତ ଛାତ୍ରଛାତ୍ରୀ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ମାନଙ୍କ ଉପସ୍ଥିତିରେ ତାଙ୍କୁ ମାନପତ୍ର, ପୁଷ୍ପଗୁଚ୍ଛ, ଉତ୍ତରୀୟ ଓ ଉପଢ଼ୌକନ ପ୍ରଦାନ କରାଯାଇଥିଲା। ତାଙ୍କର ଅବଶିଷ୍ଟ ଜୀବନ ନୀରୋଗ ଓ କୁସୁମିତ ହେବାପାଇଁ ପ୍ରତ୍ୟେକ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଥିଲେ । ଶିକ୍ଷକ ଗୋପାଳ ଚନ୍ଦ୍ର ପରିଡା ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *