ବିଦ୍ୟୁତ୍ ଆଘାତରେ ରାଜମିସ୍ତ୍ରୀଙ୍କ ମୃତ୍ୟୁ
![](https://teerthkhetra.com/wp-content/uploads/2023/01/Screenshot_2023-01-31-23-11-50-38_6012fa4d4ddec268fc5c7112cbb265e7-1024x522.jpg)
ଭଦ୍ରକ– ଭଦ୍ରକ ଛାତ ଉପରେ କାମ କଲାବେଳେ ଲାଗିଲା ବିଦ୍ୟୁତ୍ ଆଘାତ। ମେଡିକାଲରେ ରାଜମିସ୍ତ୍ରୀଙ୍କୁ ମୃତ ଘୋଷଣା କଲେ ଡାକ୍ତର। ଭଦ୍ରକ ଜିଲ୍ଲା ସାବରଙ୍ଗ ଥାନା ଅଧୀନ ଅଞ୍ଚଳରେ ଏମିତି ଘଟଣା ଘଟିଛି। ଖବର ଅନୁସାରେ ବାବୁ ନାୟକ ପାଖରେ ଥିବା ଅଣ୍ଡରେଇରେଥିବା ଲାଲାଜି ପାଟଣା ସାହି ଗାଁରେ ଏକ ଘରର ଛାତ କାମ କରୁଥିଲେ। ଏହି ସମୟରେ ବିଦ୍ୟୁତ ତାରରୁ ଆଘାତ ଲାଗିବାକରୁ ସେ ଆହତ ହୋଇଥିଲେ। ପରେ ତୁରନ୍ତ ତାଙ୍କୁ ଭଦ୍ରକ ମେଡିକାଲକୁ ଅଣାଯାଇଥିଲା। ଭଦ୍ରକ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଭରତ ନାୟକ (ବାବୁ) ଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି।
ରିପୋର୍ଟ – ପୁନିଲ୍ କୁମାର ସାମନ୍ତ, ଭଦ୍ରକ।