ଜଳେଶ୍ଵର ବ୍ଲକ ନେତୁଆ ପଞ୍ଚାୟତର ଆଡିନଗା ଗ୍ରାମରେ ନିଆଁ ଲାଗି ଅଘଟଣ

ଜଳେଶ୍ବର ,୬/୦୨/୨୩- ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ବ୍ଲକ ନେତୁଆ ପଞ୍ଚାୟତ ର ଆଡିନଗା ଗ୍ରାମ ରେ ବିଳମ୍ବିତ ରାତିରେ ଅଘଟଣ, ଗ୍ରାମ ର ଅଜୟ କୁମାର ବାରିକ, ସୁଜୟ ବାରିକ , ସଞ୍ଜୟ ବାରିକ, ଙ୍କ ଗୁହାଳ ଘରେ ନିଆଁ ଲାଗି 32 ଟି ଛେଳି ସମେତ ଗୋଟିଏ ଗୋରୁ ଜୀବନ୍ତ ଦଗ୍ଧ ହୋଇଥିବା ବେଳେ 10 ଟି ଗୋରୁ ଙ୍କୁ ଜୀବନ୍ତ ଅବସ୍ଥାରେ ଉଦ୍ଧାର କରାଯାଇଛି। ନିଆଁ ଲାଗିବାର କାରଣ ଅସ୍ପଷ୍ଟ ଥିବା ବେଳେ ଘଟଣାସ୍ଥଳରେ ଭେଟନାରୀ ବିଭାଗ ଏବଂ ତହସିଲ କତୃପକ୍ଷ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି, ସୂଚନା ଅନୁସାରେ ଅଜୟ ବାରିକ ଙ୍କ ଚାରି ଭାଇ ଙ୍କ ସହ ତାଙ୍କର ପରିବାର ପକ୍କା ଘରେ ରହୁଥିବା ବେଳେ, ଗୁହାଳ ଘରଟି ଅଲଗା ରହିଛି, ତେବେ ବିଳମ୍ବିତ ରାତି ରେ ଗୁହାଳ ଘରେ ନିଆଁ ଲାଗିଥିବା ଦେଖି ସମସ୍ତେ ନିଆଁ କୁ ଆୟତ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସେତେବେଳକୁ ବହୁ ବିଳମ୍ବ ହୋଇଥିଲା, ଘଟଣା ସ୍ଥଳରେ 32 ଟି ଛେଳି ସହ ଗୋଟିଏ ଗୋରୁ ଜୀବନ୍ତ ଦଗ୍ଧ ହୋଇଥିବା ବେଳେ 10 ଟି ଗୋରୁ ଅର୍ଦ୍ଧ ଦଗ୍ଧ ଅବସ୍ଥାରେ ଉଦ୍ଧାର କରାଯାଇଛି , ଖବର ପାଇ ଭେଟନାରୀ ବିଭାଗ ର ଡାକ୍ତର ଶୈଳେନ୍ଦ୍ରୀ ଗୁପ୍ତା, ବାଲିଆପାଳ ର ଡାକ୍ତର ଚନ୍ଦନ କୁମାର ଜେନା ପହଞ୍ଚି ଆହତ ଗୋରୁ ମାନଙ୍କ ଚିକିତ୍ସା କରୁଛନ୍ତି , ତେବେ ନିଂଆ ଲାଗିବା ର କାରଣ ଅସ୍ପଷ୍ଟ ରହିଛି।
ରିପୋର୍ଟ – ବିଷ୍ନୁପଦ ପତି, ଜଳେଶ୍ଵର।

Leave a Reply

Your email address will not be published. Required fields are marked *