୪୦୦ ବର୍ଷର ଘୁଟିପଡ଼ା ଅଧବାସୀଙ୍କୁ ବିନା ଥଇଥାନରେ ଉଚ୍ଛେଦ

ଭୁବନେଶ୍ବର, ୭/୨ : ସମ୍ବଲପୁର ସହର ସୌନ୍ଦର୍ଯ୍ୟକରଣ ପାଇଁ ସମଲେଶ୍ବରୀ ମନ୍ଦିର ନିକଟରେ ଥିବା ୪୦୦ ବର୍ଷ
ପୁରୁଣା ବସତିକୁ ବିନା ଥଇଥାନରେ ବଳପୂର୍ବକ ଉଚ୍ଛେଦକୁ ରାଜ୍ୟ ଜାତି, ଜନଜାତି, ପଛୁଆବର୍ଗ ଓ ସଂଖ୍ୟାଲଘୁ ମିଳିତ
କ୍ରିୟାନୁଷ୍ଠାନ କମିଟି ଦୃଢ ନିନ୍ଦା କରୁଛି । ଏଠାରେ ବାସ କରୁଥିବା ପ୍ରାୟ ୨୦୦ ଦଳିତ ପରିବାରଙ୍କୁ ଭେଦଭାବ ପ୍ରଦର୍ଶନ କରି ଆଗୁଆ ଜାତିର ପୂଜକ ବର୍ଗଙ୍କୁ ଜମି-ଘର ବାବଦକୁ କ୍ଷତିପୂରଣ, ଏକବର୍ଷ ପର୍ଯ୍ୟନ୍ତ ମାସକୁ ୧୦ ହଜାର ଟଙ୍କା ଘରଭଡ଼ା, ସ୍ଥାନାନ୍ତରଣ ଭତ୍ତା (Relocation Allowance) ୧ ଲକ୍ଷ ଟଙ୍କା ଓ ପୁନର୍ବାସ ଭତ୍ତା (Resettlement Allowance) ୨୦ ଲକ୍ଷ
ଟଙ୍କା ପ୍ରଦାନ କରାଯାଉଛି । କିନ୍ତୁ ଘୁନ୍ଘୁଟିପଡ଼ାରେ ଥିବା ପ୍ରାୟ ୨୦୦ ଦଳିତ ପରିବାରଙ୍କୁ ଜବରଦଖଲକାରୀ ଦର୍ଶାଇ
୬୩ ଥଇଥାନ ଓ ସ୍ଥାନାନ୍ତରଣ ନିମନ୍ତେ ପ୍ରାୟ ୩ ଲକ୍ଷ ଟଙ୍କା ମାତ୍ର, ୧ବର୍ଷ ପାଇଁ ଘରଭଡ଼ା ମାସିକ ୨୫୦୦ ଟଙ୍କା ପ୍ରଦାନ
କରାଯିବାର ବ୍ୟବସ୍ଥା ରହିଛି । ଉଲ୍ଲେଖଯୋଗ୍ୟ ଯେ, ବହୁ ସଂଖ୍ୟକ ଜବରଦଖଲକାରୀ ଆଗୁଆ ଜାତିର ବ୍ୟକ୍ତିଙ୍କୁ ଏହି
ଯୋଜନା ଘୋଷଣା ହେବାର ଅଳ୍ପମାସ ପୂର୍ବରୁ ସରକାରୀ ପଟ୍ଟା ପ୍ରଦାନ କରାଯାଇଥିଲା; କିନ୍ତୁ ୨୦୦୦ ମସିହା ପରଠାରୁ
୮୦ରୁ ଅଧିକ ଦଳିତ ପରିବାର ଦରଖାସ୍ତ କରିଥିଲେ ମଧ୍ୟ ସେମାନଙ୍କୁ ପଟ୍ଟା ପ୍ରଦାନ କରାଯାଇ ନଥିଲା । ଏସବୁ ଭେଦଭାବପୂର୍ଣ୍ଣ ଆଚରଣ ଯୋଗୁଁ ଘୁନ୍ଘୁଟିପଡ଼ାବାସୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦୀର୍ଘ ୧୦ ଦିନ ଧରି ଅନଶନରେ ବସିଥିଲେ । ଗତ ତା-୧୬.୦୧.୨୦୨୩ରିଖରେ ଉତ୍ତରାଞ୍ଚଳ ରାଜସ୍ବ କମିଶନର ଓ ଜିଲ୍ଲା ଅଧିକାରୀମାନଙ୍କ ସହ ଆଲୋଚନା ଅନୁଷ୍ଠିତ ହୋଇଥିଲା।
ପ୍ରଶାସନ ନିମ୍ନ ପ୍ରତିଶ୍ରୁତି ସମୂହ ପ୍ରଦାନ କରିଥିଲେ ।
୧. ଚିହ୍ନଟ ପ୍ରକ୍ରିୟାରେ ବାଦ ପଡ଼ିଥିବା ଯୋଗ୍ୟ ପରିବାରଗୁଡ଼ିକୁ ପୁନର୍ବାସ ନିମନ୍ତେ ବିଗ୍ର କରାଯିବ ।
ବାକିଥିବା ୭୨ଟି ପରିବାର ଚଉଁରାପଡ଼ାଠାରେ ସମସ୍ତ ଆନୁସଙ୍ଗିକ ସୁବିଧା ସହ ଥଇଥାନ କରାଯିବ ।
୨. ୩ ଲକ୍ଷ ଓ ୨୦ ଲକ୍ଷ ଭଳି ଦୁଇ ପ୍ରକାର ଭେଦଭାବପୂର୍ଣ୍ଣ ପୁନର୍ବାସ ଭତ୍ତା ବ୍ୟବସ୍ଥାକୁ ସମାନ ସ୍ତରକୁ ଅଣାଯିବ ।
୩. ପୁନର୍ବାସ ହେବାକୁ ଥିବା ପରିବାର ଗୁଡିକୁ ଘରଡ଼ିହ ଓ ବିକଳ୍ପ ଆଶ୍ରୟ ଯୋଗାଇ ଦିଆନଯିବା ପର୍ଯ୍ୟନ୍ତ ଉଚ୍ଛେଦ କାର୍ଯ୍ୟ
ବନ୍ଦ ରହିବ ।
ଉପରୋକ୍ତ ପ୍ରତିଶ୍ରୁତି ପାଇଁ ଅନଶନକୁ ସମାପ୍ତ କରିଥିବା ଘୁଙ୍ଗୁଟିପଡ଼ାବସୀ ପ୍ରତାରଣାର ଶିକାର ହୋଇଛନ୍ତି ଓ ବଳପୂର୍ବକ ଉଚ୍ଛେଦ କାର୍ଯ୍ୟ ପ୍ରଶାସନ ପକ୍ଷରୁ କରାଯାଉଛି । ଏଣୁ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଲୋୟର ପିଏମ୍ଜିରେ ଅନିର୍ଦ୍ଦିଷ୍ଟକାଳ ପାଇଁ ଧାରଣା ଦେବାକୁ ନିଷ୍ପତ୍ତି ନିଆଯାଇଛି ଓ ଘୁନ୍ଘୁଟିପଡ଼ାବାସୀଙ୍କୁ ନ୍ୟାୟ ପାଇଁ ସମସ୍ତ ମାନବବାଦୀ ସଂଗଠନ ଓ ବ୍ୟକ୍ତିବିଶେଷ ଏଥିରେ ସାମିଲ୍ ହେବାକୁ ନିବେଦନ କରାଯାଉଛି।
ରିପୋର୍ଟବିଜୟ ନନ୍ଦ