ଆଜିର ମୁଖ୍ୟ ଖବର

୧- ଆଜି ଦିନ ୧୧ଟା ୪୫ ମିନିଟରେ ଭୁବନେଶ୍ୱର ଏୟାରପୋର୍ଟରେ ପହଞ୍ଚିବେ ରାଷ୍ଟ୍ରପତି।
୨- ଭାବବିହ୍ୱଳ ପରିବେଶରେ ନବ ଦାସଙ୍କ ଦ୍ୱାଦଶାହ: ଶ୍ରଦ୍ଧାଞ୍ଜଳି ଦେବା ସହ ପରିବାରକୁ ଭେଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
୩- ୧୧ରେ କଟକ ବିଦ୍ୟାଧରପୁର NRRIରେ ଯୋଗଦେବେ ଦ୍ରୌପଦୀ ମୁର୍ମୁ, ରାଇସ କଂଗ୍ରେସର କରିବେ ଉଦଘାଟନ।
୪- ଖଣି ଓ ଇସ୍ପାତ ବିଭାଗରେ ନିଯୁକ୍ତି ପାଇଲେ ୬୫ ଅଧିକାରୀ।
୫- ବିଏମ୍ସିକୁ ଝଟକା: ବର୍ଦ୍ଧିତ ହୋଲଡିଂ ଟ୍ୟାକ୍ସ ଆଦାୟ ସମ୍ପର୍କିତ ନିର୍ଦ୍ଦେଶନାମାକୁ ଖାରଜ କଲେ ହାଇକୋର୍ଟ।
୬- ଢେଙ୍କାନାଳ ମହାବିରୋଡ଼ ବ୍ୟାଙ୍କ ଲୁଟ ଘଟଣା: ୬ କେଜି ସୁନା ସହ ୯ ଡକାୟତ ଗିରଫ।
୭- କିଟ୍ କାର୍ନଭାଲ ଷ୍ଟାର ନାଇଟ୍ରେ ଜଲଓ୍ୱା ଦେଖାଇଲେ ବଲିଉଡ ଗାୟିକା ସୁନିଧି ଚୌହାନ, ନାଚିଲେ ଛାତ୍ରଛାତ୍ରୀ।
୮- ମେ’ ରେ OJEE, ଆଜିଠୁ ପଞ୍ଜିକରଣ ଆରମ୍ଭ, ମାର୍ଚ୍ଚ ୨୦ ଯାଏଁ ଚାଲିବ।
୯- ସୁଶାନ୍ତ କୁମାର ମହାନ୍ତି ନୂଆ ସୂଚନା କମିଶନର ନିଯୁକ୍ତ।
୧୦- ଜଷ୍ଟିସ ଶତ୍ରୁଘନ ପୂଜାହାରୀ ହେଲେ ଓଡ଼ିଶା ମାନବାଧିକାର କମିଶନ ନୂଆ ଅଧ୍ୟକ୍ଷ।
୧୧- ବ୍ରହ୍ମପୁର:ଗଞ୍ଜେଇ ଚାଲାଣ ଯାଞ୍ଚ କରୁ କରୁ ମିଳିଲା ୧୮ ଲକ୍ଷ ଟଙ୍କା, ଜବତ କଲା ଅବକାରୀ ଗୁଇନ୍ଦା ବିଭାଗ।
୧୨- ବଲାଙ୍ଗିର ସଡକ ଦୁର୍ଘଟଣା, ସ୍ଵାମୀଙ୍କ ପରେ ହସ୍ପିଟାଲ୍ରେ ଆଖି ବୁଜିଲେ ସ୍ତ୍ରୀ ଏବଂ ଶିଶୁ।
୧୩- କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ୍ ସୀମାନ୍ତ:ଅଭାବନୀୟ ଦୃଶ୍ୟ, ପାଖରେ ଟଙ୍କା ନଥିବାରୁ ପତ୍ନୀଙ୍କ ଶବକୁ ୩୩ କି.ମି. କାନ୍ଧରେ ବୋହିଲେ ସ୍ବାମୀ।
୧୪- ଯୁଗ୍ମ ପ୍ରବେଶିକା ପରୀକ୍ଷାରେ ଆଦର୍ଶ ବିଦ୍ୟାଳୟର ଆଶାନୁରୂପ ସଫଳତା ହାସଲ।
୧୫- ୨୦୨୨ ରେ ଭାରତୀୟ ନାଗରିକତା ଛାଡ଼ିଛନ୍ତି ୨,୨୫ ଲକ୍ଷ ଲୋକ, ସଂସଦରେ ସୂଚନା ଦେଲେ ସରକାର।
୧୬- ରାମ ରହିମଙ୍କ ପାରୋଲକୁ ନେଇ ଉଠିଲା ପ୍ରଶ୍ନ, ହରିୟାଣା-ପଞ୍ଜାବ ଏବଂ କେନ୍ଦ୍ର ସରକାରଙ୍କୁ ଜବାବ ମାଗିଲେ ହାଇକୋର୍ଟ।
୧୭- ଆସାମ ବାଲ୍ୟ ବିବାହ ଗିରଫଦାରୀ ସଂଖ୍ୟା ୩ ହଜାର ପାଖାପାଖି ପହଞ୍ଚିଲା; ୭୮ ମହିଳା ବି ଆରେଷ୍ଟ।
୧୮- ମହିଳା T-20 ବିଶ୍ଵ କପ ଆଜିଠାରୁ। ଟ୍ରଫି ହାସଲ ଲକ୍ଷରେ ହରମନପ୍ରୀତ ବାହିନୀ।
୧୯- ତୁର୍କୀ-ସିରିୟା ଭୂମିକମ୍ପ: ୭୨ ଘଣ୍ଟା ପରେ ବି ବଞ୍ଚିଛି ଜୀବନ, ମୃତ୍ୟୁସଂଖ୍ୟା ୨୦ ହଜାର ଟପିଲା