ଟ୍ରାକ୍ଟର ମାଡି ଯାଇ ଜଣେ ଶିଶୁ ମୃତ୍ୟୁ/ଟ୍ରାକ୍ଟର ଚାଳକ ଘଟଣାସ୍ଥଳରୁ ଫେରାର/ଶବ ଜବତ କରି ବ୍ୟବଛେଦ ପାଇିଁ ପଠାଇବା ସହ ତଦନ୍ତ ଚଳାଇଛି ପୋଲିସ

ଢେଙ୍କାନାଳ-ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ଥାନା କନ୍ତିଓ ପୁଟସାହି(ଶବର ସାହି) ଗ୍ରାମରେ ଟ୍ରାକ୍ଟର ମାଡି ଯାଇ ଜଣେ ଶିଶୁ ର ମୃତ୍ୟୁ ହୋଇଛି |ମୃତ ଶିଶୁ ଜଣକ ହେଉଛନ୍ତି ସେହି ଗ୍ରାମର ବିଜୟୀ ଦେହୁରୀ ଙ୍କ ୪ବର୍ଷର ପୁଅ ବିସ୍ମୟ ଦେହୁରୀ |ସୂଚନା ମୁତାବକ ବିସ୍ମୟ ଗାଁ ଦାଣ୍ଡ ରେ ସାଙ୍ଗ ମାନ ଙ୍କ ସହ ଖେଳୁ ଥିବା ବେଳେ, ଏକ ଟ୍ରାକ୍ଟର ଅସାବଧାନତା କାରଣ ରୁ ମାଡି ଯାଇଥିଲା | ତେବେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିବା ବେଳେ, ପରିବାର ଲୋକ ଗ୍ରାମବାସୀଙ୍କ ଠାରୁ ଖବର ପାଇ ଘଟଣା ସ୍ଥଳକୁ ଯାଇଥିଲେ |ତେବେ ଏ ନେଇ ପରିବାର ଲୋକ ଥାନା ରେ ଅଭିଯୋଗ କରିଛନ୍ତି‌ ଅଭିଯୋଗ ପରେ ପୋଲିସ ପହଂଚି ଟ୍ରାକ୍ଟର ଟି ଜବତ କରିଥିବା ବେଳେ, ଚାଲାକ ଘଟଣା ସ୍ଥଳରୁ ଫେରାର ହୋଇଯାଇଛି ।ସେପଟେ ମୃତ ଶିଶୁ ଙ୍କ ମୃତ ଦେହ ପୋଲିସ ଜବତ କରିବା ସହ ଶବ ବ୍ୟବଛେଦ ପାଇଁ କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟକୁ ପଠାଇ ଅଧିକ ତଦନ୍ତ ଜାରି ରଖିଛି ।

ରିପୋର୍ଟ – ପ୍ରକାଶ କୁମାର ପାତ୍ର, କାମାକ୍ଷାନଗର।


Leave a Reply

Your email address will not be published. Required fields are marked *