ବାଲେଶ୍ବରରୁ ଆସିଥିବା ଯାତ୍ରୀଙ୍କୁ 50 ହଜାର ଟଙ୍କା ନେଇ ଶ୍ରୀରାମ ଜୀ ବସ୍ ର ମାଲିକ ଠକିଥିବା ଅଭିଯୋଗ
![](https://teerthkhetra.com/wp-content/uploads/2023/02/IMG_20230210_142340-1024x562.jpg)
କୋଣାର୍କ:– ଯାତ୍ରୀ ଙ୍କୁ ଠକିଲେ ଶ୍ରୀରାମ ଜୀ ର ମାଲିକ।ଏପରି ଅଭିଯୋଗ କରିଛନ୍ତି ୬୦ ଜଣ ଯାତ୍ରୀ।ସୂଚନା ଥାଉକି ଗତ ୬ ଦିନତଳୁ ବାଲେଶ୍ବର ବାଲିଆପାଳ ବ୍ଳକ୍ ରତାଇ ଗାଁ ରୁ ୬୦ ଜଣ ଯାତ୍ରୀ ପୁରୀ କୋଣାର୍କ ,ଭୂବନେଶ୍ୱର ବୁଲିବାକୁ ଆସିଥିଲେ। ୬୦ ଜଣ ଯାତ୍ରୀ ଶ୍ରୀରାମ ଜୀ ବସ ନମ୍ବର OD-01C-9587 ରେ ବୁଲିବାକୁ ବାହାରି ଥିଲେ। ବସ୍ ମାଲିକ ୫୦ହଜାର ଟଙ୍କା ନେବା ସହ ଗାଡିରେ ତେଲ, ଗେଟେ ଟଙ୍କା ଦେବାକୁ କହିଥିବା ବେଳେ ୬୦ଜଣ ଯାତ୍ରୀ ବାହାରି ଥିଲେ ବୁଲିବା ପାଇଁ ଦୁଖର ବିସୟ ଯାତ୍ରୀ ମାନେ ୪୫ ହଜାର ଟଙ୍କା ର ତେଲ ପକାଇବା ପରେ ବସ୍ ମାଲିକ କୋଣାର୍କ ପେଟ୍ରୋଲ ପମ୍ପ ପାଖରୁ ଆଉ ନେବ ନାହିଁ କହି ବସ୍ ଠିଆ କରିଥିଲେ। ଯାତ୍ରୀ ମାନେ ବସ ଧରି କୋଣାର୍କ ଥାନା ସମୂଖରେ ଆସି କିପରି ଘରକୁ ଫୋରିବେ ବୋଲି ଲିଖିତ ଅଭିଯୋଗ କରିଛନ୍ତି। ଏ ନେଇ କୋଣାର୍କ ଥାନା ଅଧିକାରୀ ଫୋନ୍ ଯୋଗେ ଶ୍ରୀରାମ ଜୀ ବସ୍ ମାଲିକଙ୍କୁ ଯୋଗାଯୋଗ କରିଥିଲେହେ ଏପର୍ଯ୍ୟନ୍ତ କାହାରି ଦେଖା ନାହିଁ। ଏବେ ଛୋଟ ଛୋଟ ପିଲାଛୁଆ ଙ୍କୁ ଧରି ୬୦ ଯାତ୍ରୀ କିପରି ଘରକୁ ଯିବେ ଚିନ୍ତାରେ ଥିବା ବେଳେ ଖାଦ୍ୟ ନ ଖାଇ ଛୋଟ ଛୋଟ ପିଲାମାନେ ନାହିଁ ନଥିଲା ଅସୁବିଧାର ଶିକ୍ଷାର ହେଉଛନ୍ତି। ତୁରନ୍ତ ଯାତ୍ରୀ ମାନେ କିପରି ଘରେ ପହଞ୍ଚିବେ ସେଥିପାଇଁ କୋଣାର୍କ ପୋଲିସ ଚିନ୍ତାରେ।