ଡିବିରୀ ନିଆଁରେ ଶିଶୁ ଗୁରୁତର
କାମାକ୍ଷାନଗର- ଡିବୀରି ନିଆଁରେ ପୋଡିହୋଇ ୫ ବର୍ଷର ଶିଶୁ ଗୁରୁତର। ଗୁରୁତର ଶିଶୁ ହେଲେ ଯାଜପୁର ଜିଲ୍ଲା କାଳିଆପାଣି କଲରଙ୍ଗି ସାହି ବାବୁ ସର୍ଦାରଙ୍କ ୫ ବର୍ଷର ଝିଅ ଆସା ହର୍ଦାର। ସେ ଆଜି ସକାଳେ ଘରେ ଏକାକି ଥିବିବେଳେ ଡିବିରିରେ ପିନ୍ଧା ଫ୍ରକରେ ଲାଗିଯାଇଥିଲା। ଚିତ୍କାର ଶୁଣି ପଡୋଶି ଓ ପରିବାର ଲୋକେ ଉଦ୍ଧାରକରି ପ୍ରଥମେ କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତିକରିଥିଲେ। ଶିଶୁ ର ଅବସ୍ଥା ସଙ୍କଟାପନ୍ନ ଥିବାରୁ ଡାକ୍ତର ତାଙ୍କୁ ଢେଙ୍କାନଳ ମୁଖ୍ୟଚିକିତ୍ସାଳୟକୁ ସ୍ଥାନାନ୍ତର କରିଛନ୍ତି।
ରିପୋର୍ଟ – ପ୍ରକାଶ କୁମାର ପାତ୍ର, କାମାକ୍ଷାନଗର।