ଝାଡଭୂମି ରାଧାରମଣ ଉଚ୍ଚ ବିଦ୍ୟାଳୟର ୩୨ତମ ବାର୍ଷିକୋତ୍ସବ

ଗଞ୍ଜାମ – ଜଗନ୍ନାଥ ପ୍ରସାଦ ବ୍ଲକର ଝାଡଭୂମି ରାଧାରମଣ ଉଚ୍ଚ ବିଦ୍ୟାଳୟର ୩୨ତମ ବାର୍ଷିକ ଉତ୍ସବ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ସାହୁ ଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବେ ଜଗନ୍ନାଥପ୍ରସାଦ ବି.ଡି.ଓ ଅନୁପ ପଣ୍ଡା ,ମୁଖ୍ୟବକ୍ତା ଭାବେ କ୍ଷତ୍ରିୟବରପୁର ଆଂଚଳିକ ମହାବିଦ୍ୟାଳୟର ଅବସର ପ୍ରାପ୍ତ ଅଧ୍ୟକ୍ଷ ସୂର୍ଯ୍ୟକାନ୍ତ ମହାନ୍ତି ,ସମ୍ମାନୀତ ଅତିଥି ଭାବେ ଜଗନ୍ନାଥ ପ୍ରସାଦ ବ୍ଲକ କନ୍ଧମାଳ ସାଂସଦ ପ୍ରତିନିଧି ବିପ୍ର ଚରଣ ବାରିକ,ଝାଡଭୂମୀ ଗ୍ରାମପଂଚାୟତ ବରିଷ୍ଠ ସରପଞ୍ଚ ବିପ୍ର ଚରଣ ସ୍ୱାଇଁ,ଯୁବ ସମିତିସଭ୍ୟ ଅନୁପ କୁମାର ଭୂୟାଁ,ଜିଲ୍ଲାପରିଷଦ ସଦସ୍ୟା ସୁମିତ୍ରା ପ୍ରଧାନ, ଅନୁଷ୍ଠାନର ପୂର୍ବତନ ସଂପାଦକ ତଥା ବର୍ଷିୟାନ ନେତା ବାଳି ନନ୍ଦ ,ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ବର୍ଷିୟାନ ଶିଖାବିତ୍ ନିରଞ୍ଜନ ନାୟକ,ଛାମୁଣ୍ଡା ଗ୍ରାମପଂଚାୟତ ପୂର୍ବତନ ସରପଞ୍ଚ ବସନ୍ତ କୁମାର ପ୍ରଧାନ,ପୂର୍ବତନ ସରପଞ୍ଚ ପ୍ରତିନିଧି ତଥା ଶିକ୍ଷାପ୍ରେମୀ ଭାଗିରଥି ମାଝି ପ୍ରମୁଖ ମଞ୍ଚାସୀନ ଥିଲେ । ଏଥିରେ କନ୍ଧମାଳ ସାଂସଦ ପ୍ରତିନିଧି ନିଜର ବକ୍ତବ୍ୟରେ କହିଥିଲେ ଆଜିର ଛାତ୍ର,ଛାତ୍ରୀମାନେ କାଲିର ଭବିଷ୍ୟତ ସେମାନେ ଘରର ଜଣେ ଜଣେ ସମ୍ପତ୍ତି । ଆମେ ପାଠ ପଢିବା ସମୟ ଭଳି ଆଉ ଝାଟିମାଟି ଚାଳ ଛପର ଗୋବର ଲିପା ଘର ନାହଁ । ବର୍ତ୍ତମାନ ଯୁଗରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ହାଇସ୍କୁଲ ପିଲାମାନଙ୍କ ପାଇଁ ଉତ୍ତମ ପାଠ ପଢିବା ସକାଶେ ୫ଟି ଅଧୀନରେ ହାଇସ୍କୁଲ ମାନଙ୍କର ନୂତନ ରୂପାନ୍ତିକରଣ ଓ ସୁଦୃଢ଼ ଶୈକ୍ଷିକ ଭିତ୍ତିଭୂମି ତଥା ଆଧୁନିକ ଜ୍ଞାନ କୌଶଳରେ ଛାତ୍ରଛାତ୍ରୀଙ୍କ ନିମନ୍ତେ ସ୍ମାର୍ଟ କ୍ଲାସ ଭଳି ବିଭିନ୍ନ ସୁବିଧା ସୁଯୋଗ ଯୋଗେଇ ଦେଉଛନ୍ତି । ଆମେମାନେ ସ୍ମାର୍ଟ କ୍ଲାସ ରେ ପାଠ ପଢି ସ୍ମାର୍ଟ ହେଇ ରହିବ ଏବଂ ଆମର ମାନ୍ୟବର ବାଚସ୍ପତି ଶ୍ରୀ ବିକ୍ରମ କେଶରୀ ଆରୁଖ ଓ ମାନ୍ୟବର କନ୍ଧମାଳ ସାଂସଦ ଶ୍ରୀଯୁକ୍ତ ଡ଼ଃ ଅଚ୍ୟୁତ ସାମନ୍ତ ଙ୍କ ଆନ୍ତରିକ ଉଦ୍ୟମ ଯୋଗୁଁ ଏହି ଅଂଚଳ ର ସମସ୍ତ ଶିକ୍ଷା ଅନୁଷ୍ଠାନ ର ଛାତ୍ର ଛାତ୍ରୀ ଙ୍କ ଗମନା ଗମନ ଓ ଶ୍ରେଣୀଗୃହ ର ଭିତ୍ତିଭୂମି ସୁଦୃଢ଼ ହୋଇପାରିଛି । ଛାତ୍ରଛାତ୍ରୀ ମାନେ ଭଲ ରେ ପାଠ ପଢିଲେ ସେମାନଙ୍କ ସୁନେଲୀ ଭବିଷ୍ୟତ ଗଠନରେ ଦେଶ ବେଶ୍ ସହାୟକ ହେବା ସଙ୍ଗେ ସଙ୍ଗେ ନିଜ ପିତାମାତା,ପରିବାର ଆର୍ଥିକ ଓ ସାମାଜିକ ସ୍ଥତି ସୁଦୃଢ଼ ହୋଇପାରିବ। ପରିଶେଷରେ ଶିକ୍ଷକ ସୁଧୀରକାନ୍ତ ସାମନ୍ତରାୟ ଧନ୍ୟବାଦ ଅର୍ପଣ କରିଥିଲେ ତା ପରବର୍ତ୍ତୀ ସମୟରେ ସାସ୍କୃତିକ କାର୍ଯ୍ୟକ୍ରମ ସାଙ୍ଗକୁ ପୁରସ୍କାର ବିତରଣ କାର୍ଯ୍ୟକ୍ରମ କରାଯାଇଥିଲା । ଏହି ଅବସରରେ ଶତାଧିକ ବୁଦ୍ଧିଜୀବୀ ଓ ଅଭିଭାବକମାନେ ଅଂଶଗ୍ରହଣ କରିଥିଲେ ।

ରିପୋର୍ଟ – ତ୍ରିଲୋଚନ ପଣ୍ଡା, ଗଞ୍ଜାମ।

Leave a Reply

Your email address will not be published. Required fields are marked *