କାମାକ୍ଷାନଗର ମହୋତ୍ସବରେ ଅନ୍ତିମ ସନ୍ଧ୍ୟା

କାମାକ୍ଷାନଗର- କାମାକ୍ଷାନଗର ମହୋତ୍ସବର ଅନ୍ତିମ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଜଙ୍ଗଲ ପରିବେଶ ବିଭାଗ ମନ୍ତ୍ରୀ ପ୍ରଦିପ ଅମାନ୍ତ,ଯୋଜନା ଓ ସଂଯୋଜନି ବିଭାଗ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ,ଓଡିଆ ଚଳଚିତ୍ର ଉନ୍ନୟନ ନିଗମ ସଭାପତି ସତ୍ୟବ୍ରତ ତ୍ରିପାଠୀ, ଢେଙ୍କାନଳ ସାଂସଦ ମହେଶ ସାହୁ ଓ ଶାସନ ସଚିବ ନରୋତ୍ତମ ବେହେରା ଯୋଗ ଦେଇଥିଲେ। ଏହି ଅବସରରେ କାମାକ୍ଷାନଗର ଉପଖଣ୍ଡରେ ବିଭିନ୍ନ କ୍ରୀଡା କୃଷି, ଶିକ୍ଷା କ୍ଷେତ୍ରରେ କାମାକ୍ଷାନଗର ପାଇଁ ଗୌରବ ଆଣିଥିବା ବ୍ୟକ୍ତି ମାନଙ୍କୁ ମଞ୍ଚରେ ଅତିଥିଙ୍କ ଦ୍ବାରା ସମ୍ବର୍ଦ୍ଧନା କରାଯାଇଥିଲା। ଏବଂ ଉପଖଣ୍ଡର ବିଭିନ୍ନ କଲେଜ ଛାତ୍ରଛାତ୍ରୀଙ୍କ ଦ୍ବାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ବିଶେଷ ଆକର୍ଷଣ ନନସେନ୍ସ ମଣି ଲୋକଙ୍କୁ ହସାଇଥିଲେ। ଏବଂ କଣ୍ଠଶିଳ୍ପୀ ଗିତରେ ବିମୋହିତ ହୋଇଥିଲେ ହଜାର ହଜାର ଦର୍ଶକ। ଅନ୍ତିମ ସନ୍ଧ୍ୟାରେ ପଲ୍ଲିଶ୍ରୀ ମେଳାରେ ହଜାର ହଜାର ଗ୍ରାହାକ ବିଭିନ୍ନ ଘରକରଣା ଜିନିଷ କିଣା କିଣି କରିବା ସହ ଲକ୍ଷାଧିକ ଟଙ୍କାର କାରବାର ହୋଇଥିଲା।

ରିପୋର୍ଟ – ପ୍ରକାଶ କୁମାର ପାତ୍ର,କାମାକ୍ଷାନଗର।

Leave a Reply

Your email address will not be published. Required fields are marked *