ମୁଖ୍ୟ ଖବର

୧- ଆଜି ପବିତ୍ର ପଙ୍କୋଦ୍ଧାର ଏକାଦଶୀ । ପୁରୀର ବିଶ୍ୱନିୟନ୍ତା ପ୍ରଭୁ ଶ୍ରୀ ଲୋକନାଥ ଦେବଙ୍କ ପୀଠରେ ହେଲା ସ୍ୱତନ୍ତ୍ର ବ୍ୟବସ୍ଥା। ପ୍ରାୟ ଏକବର୍ଷ ପରେ ଆଜି ପ୍ରଭୁ ଶ୍ରୀ ଲୋକନାଥଦେବଙ୍କ ସମ୍ପୁର୍ଣ୍ଣ ଲିଙ୍ଗ ଦର୍ଶନ କରିବାର ସୌଭାଗ୍ୟ ମିଳିବ ଭକ୍ତଙ୍କୁ ।
୨-ଗୋପାଳପୁର ସଡ଼କ ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩ ଲକ୍ଷ ଟଙ୍କା ସହାୟତା ରାଶି କଲେ ଘୋଷଣା l
୩-ଏଣିକି କମିସନରେଟ୍ ପୁଲିସରେ ଥିବା ଅଧିକାରୀ ଓ କର୍ମଚାରୀମାନେ ସ୍ମାର୍ଟ ଓ ଫୂର୍ତ୍ତି ରହିବେ। ଏଥିପାଇଁ କମିସନରେଟ୍ ପୁଲିସ କଲେ ସ୍ବତନ୍ତ୍ର ଯୋଜନା l
୪-ଆଜି ତ୍ରିପୁରା ବିଧାନସଭାରେ ଥିବା ସମସ୍ତ ୬୦ ଆସନରେ ହେବ ଭୋଟ୍ ଗ୍ରହଣ । ୩,୩୨୮ ଭୋଟିଂ ବୁଥ୍ରେ ୨୮.୧୩ ଲକ୍ଷ ଭୋଟର ସେମାନଙ୍କ ମତଦାନ ସାବ୍ୟସ୍ତ କରିବେ।
୫- ୧୬ ଓ ୧୭ ତାରିଖରେ ଉପକୂଳବର୍ତ୍ତୀ ଓ ସଂଲଗ୍ନ ଜିଲ୍ଲାଗୁଡ଼ିକରେ ଅନୁଭୂତ ହେବ ଘନ କୁହୁଡ଼ି l ସେହିପରି ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ସର୍ବନିମ୍ନ ତାପମାତ୍ରା ପ୍ରାୟ ୩ରୁ ୪ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇବ।
୬-ନୂଆପଡ଼ା ଜିଲ୍ଲା ସିନାପାଲିର ମହେନ୍ଦ୍ର ମିଶ୍ର ପାଇବେ ୟୁନେସ୍କୋ ଆନ୍ତଜାତିକ ମାତୃଭାଷ ପୁରସ୍କାର ।
୭-ଏଣିକି କାରାଗାରରେ ଆଉ କାମ କରିବନି ମୋବାଇଲ୍ ଫୋନ୍, ଚୌଦ୍ବାର ଓ ଝାରପଡ଼ା ଜେଲ୍ରେ ଲାଗିବ ‘ଟି-ଏଚ୍ସିବିଏସ୍’ l
୮-ଛାତ୍ରୀ ଏବଂ ମହିଳା କର୍ମଚାରୀମାନଙ୍କୁ ଋତୁସ୍ରାବ ଯନ୍ତ୍ରଣା ପାଇଁ ଛୁଟି ଆବେଦନ ମାମଲାରେ ଆସନ୍ତା ଫେବ୍ରୁଆରି ୨୪ରେ ଶୁଣାଣି କରିବେ ସୁପ୍ରିମ୍କୋର୍ଟ l
୯-ସଫ୍ଟୱେର୍ ଇଞ୍ଜିନିୟର ଶ୍ୱେତା ଉତ୍କଳ କୁମାରୀଙ୍କ ଆତ୍ମହତ୍ୟା ମାମଲାରେ ବୟଫ୍ରେଣ୍ଡ ସୌମ୍ୟଜିତ୍କୁ ସମ୍ବଲପୁର ବଂଶୀଧରନଗରସ୍ଥିତ ଘରୁ ଉଠାଇ ଆଣିଲା ପୁଲିସ।
୧୦-ଓଡିଆ ଚଳଚ୍ଚିତ୍ର “ଅପରେସନ୍ ଅପହରଣ” ର ଟାଇଟେଲ୍ ହେଲା ଘୋଷଣା l ବହୁତଦିନ ପରେ ଦର୍ଶକ ଆକାଶ ଏବଂ ତମନ୍ନା ଙ୍କ ଯୋଡି ଦେଖିବାକୁ ପାଇବେ l
୧୧-ଭାଇବ୍ରାଣ୍ଟ ଭିଲେଜ ଯୋଜନାକୁ କ୍ୟାବିନେଟର ମିଳିଲା ମଞ୍ଜୁରି, ୪୮୦୦ କୋଟି ଟଙ୍କା ବ୍ୟୟରେ ୩ ବର୍ଷ ଭିତରେ କାର୍ଯ୍ୟକାରୀ ହେବ l
୧୨-ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଯାଞ୍ଚରେ ୧୧ଦିନରେ କଟାଗଲା ୨୬୭୪ ଚାଲାଣ l
୧୩-ଆସନ୍ତା ୨୭ ତାରିଖରେ ନାଗାଲାଣ୍ଡ ବିଧାନସଭା ନିର୍ବାଚନ। ମୋଟ୍ ୧୮୪ ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନରେ ଅଛନ୍ତି।
୧୪-ଏଲ୍ଓସି ନିକଟରେ ସ୍ଥାପନ ହେବ ଛତ୍ରପତି ଶିବାଜୀ ମହାରାଜଙ୍କ ପ୍ରତିମୂର୍ତ୍ତି; ଭୁମି ପୂଜନ ପାଇଁ ନିଆଯିବ ତାଙ୍କ ଦୁର୍ଗରୁ ମାଟି l
୧୫-ମହଙ୍ଗା ଭତ୍ତା(DA)କୁ ଆହୁରି ୩ ପ୍ରତିଶତ ବୃଦ୍ଧି କଲେ ପଶ୍ଚିମବଙ୍ଗ ରାଜ୍ୟ ସରକାର l ଘୋଷଣା ଅନୁଯାୟୀ ଆସନ୍ତା ମାର୍ଚ୍ଚ ମାସର ଦରମାରୁ ରାଜ୍ୟ ସରକାରୀ କର୍ମଚାରୀମାନେ ବର୍ଦ୍ଧିତ DA ପାଇବେ।
୧୬-ଭୂମଧ୍ୟସାଗରର ଲିବ୍ୟା ଉପକୂଳରେ ଏକ ବୋଟ୍ ବୁଡ଼ିଯିବାରୁ ୭୩ଜଣ ପ୍ରବାସୀଙ୍କର ହେଲା ମୃତ୍ୟୁ l
୧୭-ସ୍କଟଲ୍ୟାଣ୍ଡର ପ୍ରଥମ ମନ୍ତ୍ରୀ ନିକୋଲା ଷ୍ଟର୍ଜନଙ୍କ ଇସ୍ତଫା, ସେବା ପାଇଁ ପ୍ରଧାନମନ୍ତ୍ରୀ ସୁନକ ଜଣାଇଲେ ଧନ୍ୟବାଦ l
୧୮-ଓ୍ଵେଷ୍ଟଇଣ୍ଡିଜକୁ ୬ ଓ୍ଵିକେଟ୍ରେ ହରାଇଲା ଭାରତୀୟ ମହିଳା ଦଳ, ଟି-୨୦ବିଶ୍ଵକପ୍ରେ କ୍ରମାଗତ ୨ୟ ବିଜୟ l
୧୯-ଟି-୨୦ ଅର୍ନ୍ତଜାତୀୟରେ ୧୦୦ ୱିକେଟ୍ ନେବାରେ ହେଲେ ପ୍ରଥମ ଭାରତୀୟ ଦୀପ୍ତି ଶର୍ମା, ଦୁନିଆର ହେଲେ ନବମ ଖେଳାଳି l
୨୦-ଭାରତୀୟ ଦଳର ମଧ୍ୟକ୍ରମ ବ୍ୟାଟର ଚେତେଶ୍ବର ପୂଜାରା ଆସନ୍ତାକାଲି ଦିଲ୍ଲୀରେ ୧୦୦ତମ ଟେଷ୍ଟ ମ୍ୟାଚ୍ ଖେଳିବେ l