ସାଥି ରେବତୀ ବଲ୍ଲଭ ମହାନ୍ତିଙ୍କ ଷଷ୍ଠ ମୃତ୍ୟୁ ଦିବସ ପାଳନ

୧୬/୦୨- ଅଖିଳ ଭାରତ କ୍ରାନ୍ତିକାରୀ କୃଷକ ସଭାର ରାଜ୍ୟ ସଭାପତି ତଥା ସିପିଆଇ (ଏମ୍ ଏଲ)ରେଡଷ୍ଟାର କଣ୍ଟ୍ରୋଲ କମିଶନର ସଦସ୍ୟ ସାଥି ରେବତୀ ବଲ୍ଲଭ ମହାନ୍ତି ଙ୍କ ଷଷ୍ଠ ମୃତ୍ୟୁ ଦିବସ ରେଡଷ୍ଟାର ପାର୍ଟିର ରାଜ୍ୟ କାର୍ଯ୍ୟାଳୟ ଇନକିଲାବ ଭବନରେ ଅନୁଷ୍ଠିତ ହୋଇ ଯାଇଛି। ଏହି ଅବସରରେ “ଜାତି ପ୍ରଥାର ବିଲୋପ” ଶୀର୍ଷକ ଏକ ଆଲୋଚନା ସଭା ସାଥି ବିଜୟ ବାରିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ଆଲୋଚନା ସଭାରେ ଜାତି ପ୍ରଥା, ତଥା ଗୋତି ମୁକ୍ତ ଆନ୍ଦୋଳନ ର ସାଥି ବାଘାମ୍ବର ପଟ୍ଟନାୟକ, ବିଶିଷ୍ଟ ମାନବିକ ଅଧିକାର କର୍ମୀ ସାଥି ବିଶ୍ଵ ପ୍ରିୟ କାନୁନଗୋ, ରାଜନୈତିକ କର୍ମୀ ତଥା ସାଲିସ ବିହୀନ ସାଥୀ ଶ୍ରୀମନ୍ତ ମହାନ୍ତି ଯୋଗଦେଇ ଜାତିପ୍ରଥା ଏକ ଘୃଣ୍ୟ ପରମ୍ପରା ବୋଲି ବର୍ଣ୍ଣନା କରିବା ସହ ସମାଜକୁ ଭାଗ ଭାଗ କରିବା, ମଣିଷ ମଣିଷ ମଧ୍ୟରେ ବିଭାଜନ କରି କଳୁଷିତ ରାଜନୀତି କରିବା ପାଇଁ ଶାସକ ଗୋଷ୍ଠୀ ଏହି ଜାତିପ୍ରଥା କୁ ଏକ ଅସ୍ତ୍ର ଭାବେ ବ୍ୟବହାର କରି ଆସୁଅଛି। ଜାତିପ୍ରଥା ବିଲୋପ ପାଇଁ ସମସ୍ତେ ସଚେତନ ହୋଇ ସଂଘର୍ଷ କରିବାକୁ ହେବ ଏବଂ ଜାତିପ୍ରଥା ବିଲୋପ ଦ୍ବାରା ହିଁ ଏକ ନୂତନ ଶୋଷଣ ବିହୀନ ସମାଜ ଗଠନ ପାଇଁ ଅଗ୍ରସର ହୋଇପାରିବା ବୋଲି ସୁନ୍ଦର ଉପସ୍ଥାପନା କରିଥିଲେ। ବସ୍ତି ସୁରକ୍ଷା ମଞ୍ଚର ଲଢ଼ୁଆ ସାଥି ଯୋଗିନାଥ ବେହେରା, ଗୋପିନାଥ ନାୟକ, ରାମଚନ୍ଦ୍ର ସାହୁ , ମୂରଲୀଧର ଭୂୟାଁ ଓ ସିପିଆଇ ଏମ୍ ଏଲ (ରେଡଷ୍ଟାର) ରାଜ୍ୟ ସମ୍ପାଦିକା ପ୍ରମିଳା ଜାତିପ୍ରଥା ର ନିଷ୍ଠୁର ଆକ୍ରମଣ ସମ୍ପର୍କିତ ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ ପ୍ରମିଳା ବକ୍ତବ୍ୟ ରଖିଥିଲେ। ସାଥୀ ରେବତୀ ବଲ୍ଲଭ ମହାନ୍ତି ଜାତିପ୍ରଥା ବିରୋଧରେ ଅନେକ ସଂଘର୍ଷ ତିଆରି କରିଛନ୍ତି ଏବଂ ସେ ଭାଗ ଭାଗ ରାଜନୀତି ରୁ ବହୁ ଉର୍ଦ୍ଧ୍ବରେ ରହି ଶ୍ରମଜୀବୀ ଜନଗଣଙ୍କ ଜୀବନ, ଜୀବିକାର ଆନ୍ଦୋଳନ କୁ ପ୍ରାଥମିକତା ଦେଉଥିଲେ। ଏହା ସବୁଦିନ ପାଇଁ ଚିରସ୍ମରଣୀୟ ହୋଇ ରହିବ ।