ପାରିବାରିକ କଳହକୁ କେନ୍ଦ୍ର କରି ଠେଙ୍ଗାରେ ପିଟି ସ୍ତ୍ରୀ କୁ ହତ୍ୟା କଲା ସ୍ୱାମୀ। ଶବ ସତ୍କାର ବେଳେ ପୋଲିସ ପହଞ୍ଚି ଶବ ଜବତ କରିବା ସହ ଅଭିଯୁକ୍ତ ଓ ତା ବଡ ଭାଇକୁ ଅଟକ ରଖଲା

କାମାକ୍ଷାନଗର,୧୮/୦୨- ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଆମ୍ବପଳାସ ଗାଁ ର ସାନ ମସମସା ସାହିରେ ରେ ଦେଖିବାକୁ ମିଳିଛି ଏହି ଅଭାବନୀୟ ଘଟଣା | ସୂଚନା ମୁତାବକ ମୃତ ମହିଳା ଜଣକ ହେଉଛନ୍ତି ମମତା ଖଟୁଆ। ଅଭିଯୁକ୍ତ ସ୍ବାମି ହେଉଛନ୍ତି ଅଷ୍ଟମ ଖଟୁଆ |ତେବେ ଅଷ୍ଟମ ୫ ବର୍ଷ ତଳେ ମମତା ଙ୍କୁ ଦ୍ୱିତୀୟ ବିବାହ କରିଥିଲେ |କିଛି ଦିନ ହେବ ଉଭୟଙ୍କ ମଧ୍ୟରେ ପାରିବାରିକ କଳହ ଲାଗିରହିଥିଲା। ମଦ୍ୟପାନକରି ସ୍ତ୍ରୀକୁ ବାଡାପିଟା କରିଥବା ବେଳେ ଏକାଧିକ ବାର ଥାନାରେ ମଧ୍ୟ ସମାଧାନ ହୋଇଛି|କିନ୍ତୁ ଗତ ରାତିରେ ସେହିପରି ସ୍ୱାମୀ ସ୍ତ୍ରୀ ଙ୍କ ମଧ୍ୟରେ କୌଣସି କାରଣ କୁ ନେଇ ପାରିବାରିକ କଳହ ହୋଇଥିଲା |ତେବେ ଏହି କଳହ ରେ ଅଭିଯୁକ୍ତ ସ୍ୱାମୀ ଉତ୍ୟକ୍ତ ହୋଇ ତାଙ୍କ ସ୍ତ୍ରୀ ଙ୍କୁ ଏକ ଠେଙ୍ଗା ରେ ବାଡେଇ ଦେଇ ଥିଲେ |ତେବେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା | ଆଜି ସକାଳେ ସେ ଓ ତାଙ୍କ ବଡ଼ ଭାଇ ଶିବ ଖଟୁଆ ମିଶି ଘର ପଛ ପାଖ ଜଙ୍ଗଲ କୁ ଶବ ସତ୍କାର ପାଇଁ ନେଇଥିଲେ । ବିଶେଷ ସୂତ୍ରରୁ ଖବର ପାଇ ପରଜଙ୍ଗ ପୋଲିସ ମୃତ ଦେହକୁ ଜବତ କରିବା ସହ, ଦୁଇ ଭାଇ ଙ୍କୁ ଥାନାରେ ଅଟକ ରଖିଛି | ଏବଂ ଅଧିକ ତଦନ୍ତ ପାଇଁ ସାଇଣ୍ଟିଫିକ ଟିମ ସହାୟତାରେ ତଦନ୍ତ ଯାରି ରହିଛି।

ରିପୋର୍ଟ- ପ୍ରକାଶ କୁମାର ପାତ୍ର , କାମାକ୍ଷାନଗର।

Leave a Reply

Your email address will not be published. Required fields are marked *