ଗେଟିପଡା ଠାରେ ସଡ଼କ ଦୁର୍ଘଟଣାରେ ଦୁଇମୃତ

ରାୟଗଡ଼ା— ରାୟଗଡା ବ୍ଲକ ଅନ୍ତର୍ଗତ କର୍ଲାକନା ପଂଚାୟତର ଗେଟିପଡା ପୋଲ ଉପରେ ଆଜି ୪ଟା ୪୦ମିନିଟ ସମୟରେ ମମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି । କୋଲନରା ବ୍ଲକର ରାମପୁର ଗ୍ରାମର ମନୋଜ ବେନିଆ ପିତା ନରେନ୍ଦ୍ର ବେନିଆ ବୟସ ୨୫ ଓ ଦୁର୍ଯ୍ୟୋଧନ ବେନିଆ ବୟସ ୨୦ଡାକ ନାମ ବୁଲୁ ପିତା ନରସେୟା ବେନିଆ ବାଇକ୍ OD 18K5572 ଚଳାଇ ନିଜ ଗ୍ରାମରୁ ଜେକେପୁର ଅଭିମୁଖେ ଆସୁଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ ମେକ୍ସିକୋ ଗାଡ଼ି OD 18G0755 ଧକ୍କା ଦେଇ ଚାଲିଯାଇଥିଲା । ଘଟଣା ସ୍ଥଳରେ ହିଁ ମନୋଜ ଓ ଦୂର୍ଯୋଧନ ମୃତ୍ୟୁ ଘଟିଛି । ଏହି ଦୁଇ ଯୁବକ ଜେକେପୁର ଠାରେ ଭଡ଼ାଘରେ ରହି ବେପାର ବଣିଜ କରି ବଞ୍ଚୁଥିଲେ । ଖବର ପାଇ ଚାନ୍ଦିଲି ଥାନା ପୋଲିସ ଅଧିକାରୀ ପହଞ୍ଚି ଶବ ଦୁଇଟିକୁ ବ୍ୟବଚ୍ଛେଦ ପାଇଁ ବ୍ୟବସ୍ଥା କରିବା ସହ ଶାନ୍ତି ଶୃଙ୍ଖଳା ରକ୍ଷା କରିଛନ୍ତି । ଧକ୍କା ଦେଇ ଚାଲି ଯାଇଥିବା ଗାଡ଼ିଟିକୁ ଚାନ୍ଦିଲି ଥାନା ପକ୍ଷରୁ ଜବତ କରାଯାଉଛି । କ୍ଷତି ପୂରଣ ଦାବିରେ ରାସ୍ତାରୋକ ସହିତ ଆନ୍ଦୋଳନ ଜାରି ରହିଛି । ରାସ୍ତାର ଉଭୟ ପାର୍ଶ୍ବରେ ଶହ ଶହ ଗାଡ଼ି ମଟର ଅଟକି ରହିଛି ।

Leave a Reply

Your email address will not be published. Required fields are marked *