କନ୍ଧମାଳ ଜିଲ୍ଲା ୨ ଦିନିଆ ଗସ୍ତରେ ରାଜ୍ୟ ଗୁଇନ୍ଦା ନିର୍ଦ୍ଦେଶକ

କନ୍ଧମାଳ,୨୩/୦୨:- କନ୍ଧମାଳ ଜିଲ୍ଲା ୨ ଦିନିଆ ଗସ୍ତରେ ରାଜ୍ୟ ଗୁଇନ୍ଦା ନିର୍ଦେଶକ ସଂଜୀବ ପଣ୍ଡା,ଆଇଜି ଅପରେଶନ ଅମିତାଭ ଠାକୁର,ଆଇଜି ସିଆରପିଏଫ ଏସ.କେ ମହାନ୍ତି.ସହିଦ ପସେଟ ବାଟାଲିୟନ ସିଆରପିଏଫ କମାନଡେଣ୍ଟ ଆନନ୍ଦ ସାହା.ସିଆରପିଏଫ ଡ଼ିଆଇଜି ଓ ଏମାନଙ୍କ ସାଥିରେ ରହିଥିଲେ କନ୍ଧମାଳ ଏସ.ପି ସୁଭେନ୍ଦୁ ପାତ୍ର ଆଜି ଅପରାହ୍ନରେ ହେଲିକ୍ୟାପ୍ଟର ଦ୍ୱାରା ଫୁଲବାଣୀ ସ୍ଥିତ ପୋଲିସ ପଡିଆରେ ଓଲ୍ହାଇ ଥିଲେ ପୋଲିସ ବ୍ୟାରେକରେ କିଛି ଅଧିକାରୀ ଙ୍କ ସହିତ କଥା ହୋଇ ରାଜ୍ୟ ଗୁଇନ୍ଦା ନିର୍ଦେଶକ ସଂଜୀବ ପଣ୍ଡା ଭୁବନେଶ୍ୱର ଫେରି ଯାଇଥିବାବେଳେ ଆଇଜି ଅପରେଶନ ଅମିତାଭ ଠାକୁର ସମେତ ଅନ୍ୟ ଅଧିକାରୀ ଫୁଲବାଣୀ ଏସ.ପି ଅଫିସ ଯାଇ ବରିଷ୍ଠ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ।ଗତକାଲି ବୁଧବାର ଦିନ ଗୁଇନ୍ଦା ଆଇଜି ନିଜେ ଫୁଲବାଣୀ ଆସି ସମସ୍ତ ସୂଚନା ଦେଇ ଯାଇଥିଲେ ଓ ଆଜି ଗୁରୁବାର ଗୁଇନ୍ଦା ନିର୍ଦ୍ଦେଶକ ସଂଜୀବ ପଣ୍ଡା ଓ ଓଡ଼ିଶା ପୋଲିସ ନିର୍ଦେଶକ କନ୍ଧମାଳ ଜିଲ୍ଲା ଗସ୍ତ ରହିଥିଲା।କନ୍ଧମାଳରେ ଥିବା ସିଆରପିଏଫ କ୍ୟାମ୍ପ ଗୁଡ଼ିକୁ ପୋଲିସ ଡ଼ିଜି ବୁଲି ଦେଖିବା ସହିତ ଯବାନ ମାନଙ୍କ ସହ କଥାବାର୍ତ୍ତା କରିଥିଲେ ।ଏହା ସହିତ ନକ୍ସଲ ଦମନ କାର୍ଯ୍ୟକ୍ରମକୁ ଅଧିକ ଜୋରଦାର କରାଯିବ ବୋଲି କିଛି ସୂତ୍ରରୁ ପ୍ରକାଶ ପାଉଛି।
ରିପୋର୍ଟ – ବୈଦ୍ୟନାଥ ବେହେରା, ଫୁଲବାଣୀ।