ବିଭିନ୍ନ ଦାବି ନେଇ ଭୋକେସନାଲ ଟ୍ରେନର୍ସ ସଂଘର ବିକ୍ଷୋଭ ଓ ଧାରଣା
ରାଜ୍ୟରେ ୨୦୧୬ ରୁ ଭୋକେସନାଲ ଶିକ୍ଷା ଆରମ୍ଭ ହୋଇ ୬ ବର୍ଷ ଅତିକ୍ରାନ୍ତ ହୋଇଛି, କାର୍ଯ୍ୟରତ ୨୧୨୨
ଭୋକେସନାଲ ପ୍ରଶିକ୍ଷକ ଏବେମଧ୍ୟ ବିଭିନ୍ନ ସମସ୍ୟା ଭିତରେ ଅଛନ୍ତି ।
ସ୍ଥାୟୀ ନିଯୁକ୍ତି ସର୍ତ୍ତାଵାଳୀ ପ୍ରଣୟନ ଓ ପୂର୍ଣ୍ଣ ଶିକ୍ଷକତା ମାନ୍ୟତା ଏବଂ ସମାନ କାମକୁ ସମାନ ଦରମା ଓ ଜୀବନ ବୀମାଆଦି ବିଷୟ କୁ ନେଇ ସଂଘ ବିଭିନ୍ନ ସମୟରେ ବିଭିନ୍ନ ପ୍ରଶାସନିକ ଅଧିକାରୀ ଙ୍କ ଆଗରେ ଉପସ୍ଥାପନା ଓ ଧାରଣା ବିକ୍ଷୋଭ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ,
ଉପରୋକ୍ତ ଦାବି ଗୁଡିକୁ ଏକ ନିର୍ଦ୍ଦିଷ୍ଟ ନିୟମ ପ୍ରଣୟନ କରି ଭୋକେସନାଲ ଟ୍ରେନର ମାନଙ୍କ ଅସୁବିଧା ଗୁଡିକୁ ପ୍ରତିହତ କରିବା ପାଇଁ ସଂଘ ସଭାପତି ଶ୍ରୀ ସୁନିଲ ଦେବତା ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀ ରେ ସମ୍ପାଦକ ଶେଖ ବେଲାଲ ଉଦ୍ଦିନ, ଶାନ୍ତନୁ ଷଡ଼ଙ୍ଗି , ରାଜକିଶୋର ଦାସ,ରାଜରଞ୍ଜନ ଦାଶ, ନୀଳମାଧବ ଦାଶ, ପ୍ରଶାନ୍ତ ଚମ୍ପରି ପ୍ରମୁଖ ଯୋଗ ଦେଇ ଉଦବେଗ ପ୍ରକାଶ କରିଥିଲେ।
ଦାବି ପୂରଣ ହେବା ପର୍ଯ୍ୟନ୍ତ ଶୁକ୍ରବାର ଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବିଧାନସଭା ସମ୍ମୁଖରେ ଭୋକେସନାଲ ପ୍ରଶିକ୍ଷକ ମାନେ ଶାନ୍ତିବିକ୍ଷୋଭ, ଗଣ ଧାରଣା ଜାରି ରଖିଛନ୍ତି।