ଆନ୍ତର୍ଜାତିକ ମହିଳା ଦିବସ ପାଳିତ
କୋଣାର୍କ – କୁରୁଜଙ୍ଗ ପଞ୍ଚାୟତ ସ୍ଥିତ ବାବା ଐଶାନେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଓଡ଼ିଶାର ପ୍ରଥମ ଗୋଷ୍ଠି ବେତାର କେନ୍ଦ୍ର ରେଡିଓ ନମସ୍କାର ପକ୍ଷରୁ ଆନ୍ତର୍ଜାତିକ ମହିଳା ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ କୁରୁଜଙ୍ଗ ଗ୍ରାମପଞ୍ଚାୟତର ବିଭିନ୍ନ ଗ୍ରାମର ତିନିଶହ ରୁ ଉର୍ଦ୍ଧ୍ବ ମହିଳା ,ଅଙ୍ଗନୱାର୍ଡୀ କର୍ମୀ ,ଆଶାକର୍ମୀ ,ଯୋଗଦେଇ ଥିଲେ । ଏଥିରେ ଅତିଥି ରୂପେ କୋଣାର୍କ ଏନ୍ ଏ ସି ର ଅଧ୍ୟକ୍ଷା ସୁଶ୍ରୀ ସଂଯୁକ୍ତା ତ୍ରିପାଠୀ ,ରେଡିଓ ନମସ୍କାର ର ସଂଯୋଜିକା ଏସ୍ କାଜାଲ ,କୋଣାର୍କ ଥାନା ର ଏ ଏସ ଆଇ ଜ୍ୟୋସ୍ନାରାଣୀ ସାହୁ , କୁରୁଜଙ୍ଗ ମହାସଂଘ ର ସଭାନେତ୍ରୀ ଝରଣା ପରିଡା ,ଏମ୍ବିକେ ମିନତୀ ସେଠି ,ନାରିନେତ୍ରୀ ସୁହାଶିନୀ ମହାପାତ୍ର ,ଅଙ୍ଗନୱାର୍ଡୀ କର୍ମୀ ପ୍ରଶାନ୍ତି ଦାସ ପ୍ରମୁଖ ଯୋଗଦେଇ ଘରୋଇ ହିଂସା , ଶିଶୁଶ୍ରମିକ,ବାଲ୍ୟବିବାହ କୁ ବିରୋଧ କରିବା ,ସ୍ୱଚ୍ଛତା , ଶିକ୍ଷା ,ସ୍ୱାସ୍ଥ୍ୟ ,ନାରୀ ଜାତିର ଉନ୍ନତି ରେ ଦେଶର ସର୍ବାଙ୍ଗିନ ବିକାଶ ହୋଇ ପାରିବ ଏହିଭଳି ଅନେକ କଥା ଆଲୋଚନା କରିଥିଲେ ,ପରେ ମହିଳା ମାନଙ୍କୁ ନେଇ ଏକ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ,ଯେଉଁ ମାନେ ଏଥିରେ ସଠିକ୍ ଉତ୍ତର ଦେଇଥିଲେ ସେହି ମହିଳା ମାନଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ । ଶେଷରେ ମହିଳା ମାନଙ୍କୁ ନେଇ ଏକ ପଦଯାତ୍ରା ଐଶାନେଶ୍ୱର ମନ୍ଦିର ପ୍ରାଙ୍ଗଣ ରୁ ବାହାରି ବଜାର ପରିକ୍ରମା କରିଥିଲା ,ଏହି କାର୍ଯ୍ୟକ୍ରମ କୁ ରୋଜାଲିନ୍ ପ୍ରଧାନ ,ଅନୁପ ସାହୁ ,ଟିକିନା ରାଉତ ,ଗୌରୀ ସ୍ୱାଇଁ ,ଗୀତା ବିଶ୍ୱାଳ, ଭାରତୀ ସେଠି ,ଯଶୋଦା କାଣ୍ଡି ,ପ୍ରମୁଖ ପରିଚାଳନା କରିଥିଲେ ।