କନିଷ୍ଠ ଯନ୍ତ୍ରୀଙ୍କ ସରକାରୀ ବାସଭବନରୁ ମୃତ ଦେହ ଉଦ୍ଧାର

ଧର୍ମଶଳା ବ୍ଲକ ର ଜେଇ ଭାବେ କାର୍ଯ୍ୟରତ ବ୍ରହ୍ମାନନ୍ଦ ପଣ୍ଡାଙ୍କ ମୃତ୍ୟୁ ସନ୍ଦେହ ଜନକ ।ଏମିତି ଏକ ଆଶ୍ଚର୍ଯ୍ୟ କର ଘଟଣା ଦେଖିବାକୁ ମିଳିଛି ରାତ୍ର 8 ଘଟିକା ସମୟରେ ।ସୂଚନା ଅନୁଯାୟୀ ଆଜି ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକର କାର୍ଯ୍ୟରତ ଜେଇ,ବ୍ରହ୍ମାନନ୍ଦ ପଣ୍ଡା ନିଜର କାର୍ଯ୍ୟାଳୟରେ ମିଟିଙ୍ଗ ସାରି ସନ୍ଧ୍ୟା 5 ଟା ସମୟରେ ବ୍ଲକ ରେ ଥିବା କ୍ବାଟର କୁ ଯାଇଥିଲେ ।ମାତ୍ର ଦୀର୍ଘ ସମୟ ଯାଏ ରହିବା ଘର କବାଟ ନଖୋଲିବାରୁ,ସାମ୍ନା ରେ ରହୁଥିବା ବ୍ୟକ୍ତି ଯାଇ ତାଙ୍କ କବାଟ ପିଟି ଡାକିଥିଲେ ।ମାତ୍ର ବ୍ରହ୍ମାନନ୍ଦ କବାଟ ନଖୋଲିବାରୁ ସେମାନଙ୍କ ସନ୍ଦେହ ବଢିଥିଲା । ତେବେ ତୁରନ୍ତ ଧର୍ମଶାଳା ବିଡ଼ିଓ ଙ୍କୁ ଖବର ଦେବା ପରେ ତେବେ ବିଡ଼ିଓଙ୍କ ପରାମର୍ଶ କ୍ରମେ କବାଟ ଭଙ୍ଗା ଯାଇଥିଲା ।ପରେ ଦେଖିଲା ବେଳକୁ ରହିବା ଘରର ଗାଧୁଆ ଘର ଆଗରେ ପଡିଥିଲେ ।ତେବେ ତୁରନ୍ତ ତାଙ୍କୁ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ।ତେବେ ମୃତ୍ୟୁର କାରଣ ଏବେବି ଅସ୍ପଷ୍ଟ,ଥିବା ବେଳେ,କିଛି ବ୍ୟକ୍ତି କହିବା ଅନୁଯାୟୀ ନିଜ କାର୍ଯ୍ୟ ସ୍ଥାନରେ ଭିଜିଲାନ୍ସ ତଦନ୍ତ ଚାଲୁଥିବା କୁ ନେଇ କିଛି ଗୋଟେ ହୋଇଥିବ ବୋଲି ସନ୍ଦେହ କରୁଥିବା ବେଳେ,କେହି କେହି ହୃଦଘାତ ବୋଲି କହିବାକୁ ମିଳିଛି ।ତେବେ ଘଟଣା ସ୍ଥଳରେ ଧର୍ମଶାଳା ପୋଲିସ ପହଁଛି ତଦନ୍ତ ଚଳାଇଛି ।ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁ ର ରହସ୍ୟ ପଦାକୁ ଆସିବ ବୋଲି ଧର୍ମଶାଳା ଥାନା ଅଧିକାରୀ ଶ୍ରୀଯୁକ୍ତ ରାକେଶ କୁମାର ତ୍ରିପାଠୀ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *