ଓସ୍କାର ଜିଣିଥିବା ଫିଲ୍ମସ୍ ପାଇଁ ବାଲୁକାକଳା ମାଧ୍ୟମରେ ଶୁଭେଚ୍ଛା

ଓସ୍କାର ଜିତି ଭାରତ ପାଇଁ ଗୌରବ ଆଣିଥିବା ହିନ୍ଦୀ ଫିଚର ଫିଲ୍ମ ଆର ଆର ଆର ଓ ଡ଼କୁମେଣ୍ଟାରୀ ସର୍ଟ ଫିଲ୍ମ ଏଲିଫ୍ୟାଣ୍ଟ ହ୍ବିସ୍ପରରସକୁ ଚାରିଆଡୁ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି ।ତେବେ ଏହି ଦୁଇ ଫିଲ୍ମକୁ ନିଜର ବାଲୁକାକଳା ମାଧ୍ୟମରେ ଶୁଭେଚ୍ଛା ଜଣାଇଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ୬ ଫୁଟ ଉଚ୍ଚ ଏହି ବାଲୁକା କଳାରେ ସେ ଉଭୟ ଫିଲ୍ମର ସିନ କୁ ରିକ୍ରିଏଟ କରିଛନ୍ତି ।ଏହାସହିତ ଉଭୟ ଫିଲ୍ମକୁ ବାଲୁକାକଳାରେ ଶୁଭେଛା ବାର୍ତ୍ତା ମଧ୍ୟ ଜଣାଇଛନ୍ତି ।ପୁରୀ ବେଳାଭୂମିରେ ନିର୍ମିତ ଏହି ବାଲୁକା କଳାରେ ଓସ୍କାରର ଟ୍ରଫିର ଅବିକଳ ଚିତ୍ରକୁ ସ୍ଥାନ ଦେବାସହ ଖୁବ ଆକର୍ଷଣୀୟ ଭାବରେ ବାଲୁକାକଳା ଟିକୁ ଗଢି ତୋଳିଛନ୍ତି। ସେପଟେ ୟୁଟୁବରେ ପୁରା ବିଶ୍ବର ୧୨୪ ମିଲିୟନ ଲୋକଙ୍କ ହୃଦୟ ଛୁଇଁଥିବା ଆର ଆର ଆର ଫିଲ୍ମ ଓ ଡ଼କୁମେଣ୍ଟାରୀ ଫିଲ୍ମ ଏଲିଫ୍ୟାଣ୍ଟ ହ୍ବିସ୍ପରରରସ ର ସୀନ ଥିବା ଏହି ବାଲୁକାକଳା ଦେଖିବାକୁ ପୁରୀ ବେଳାଭୂମିରେ ପର୍ଯ୍ୟଟକଙ୍କ ଭିଡ଼ ଛୁଟିଛି ।

Leave a Reply

Your email address will not be published. Required fields are marked *