ଆଉ ଗୋଟିଏ ହାତୀର ମୃତଦେହ ଉଦ୍ଧାର

ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ଅନ୍ତର୍ଗତ ମୁଜାଗଡ଼ ବନାଞ୍ଚଳ ଡ଼ହ ବିଟ୍ ଅଧୀନ ତିଲିକି ଗ୍ରାମ ନିକଟ ଜଙ୍ଗଲରୁ ହାତୀର ଗଳିତ ମୃତ ଦେହ ଉଦ୍ଧାର ହୋଇଛି। ହାତୀ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି।ମାଇ ହାତୀଟିର ବୟସ 40 ବର୍ଷ ହେବ ବୋଲି ଅନୁମାନ କରାଯାଉଛି।ଘଟଣା ସ୍ଥଳରେ ବନ ବିଭାଗର ଅଧିକାରୀ ମାନେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ହାତୀର ମୃତଦେହ ରେ କ୍ଷତ ଚିହ୍ନ ଥିବାରୁ ଦୁଇ ହାତୀ ମଧ୍ୟରେ ଲଢେଇ ହୋଇ ମାଇ ହାତୀଟିର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି।

କିଛି ଦିନ ହେବ ଉକ୍ତ ଅଞ୍ଚଳରେ ୨୨ ଟିକିଆ ହାତୀପଲ ବିଚରଣ କରୁଥିବା ବେଳେ ଆଜି ସକାଳୁ ହାତୀର ମୃତଦେହ କୁ ଠାବ ହୋଇଛି। ଭୁବନେଶ୍ୱର ରୁ ଡାକ୍ତରୀ ଟିମ୍ ଆସିବା ପରେ ହାତୀଟିର ଶବ ବ୍ୟବଚ୍ଛେଦ କରାଯିବ। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ହାତୀ ମୃତ୍ୟୁ ର ପକୃତ କାରଣ ଜଣାପଡିବ।
Report – Siba Sankar Pradhan