ରାଜ୍ୟରେ ଆଜିଠୁ ସକ୍ରିୟ ହେବ ଆଉ ଏକ ପଶ୍ଚିମାଝଡ଼, ୨୬ ଯାଏଁ ବର୍ଷା ସମ୍ଭାବନା

ଭୁବନେଶ୍ୱର : ରାଜ୍ୟରେ ଆଜି ଆଉ ଏକ ପଶ୍ଚିମାଝଡ଼ ସକ୍ରିୟ ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର କହିଛି । ଏହାର ପ୍ରଭାବରେ ଆଜି ରାତିଠୁ ୨୬ ତାରିଖ ପର୍ଯ୍ୟନ୍ତ ରାଜ୍ୟର କିଛି ଜିଲ୍ଲାରେ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ୨୫ ତାରିଖ ବେଳକୁ ଆଭ୍ୟନ୍ତରୀଣ ଓଡ଼ିଶାର ଗୋଟିଏ ବା ୨ଟି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ମାର୍ଚ୍ଚ ୨୬ ତାରିଖରେ ଉପକୂଳ ଓଡ଼ିଶା ସମେତ ଉତ୍ତର ଓଡ଼ିଶା ଓ ଉପକୂଳ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି।

ରାଜ୍ୟରେ ପଶ୍ଚିମା ଝଡ଼ ପ୍ରଭାବରେ ୧୭ ତାରିଖରୁ ୨୧ ତାରିଖ ଯାଏଁ ଦୁଇ ବିଭିନ୍ନ ସ୍ଥାନରେ ବର୍ଷା,ପବନ ସହ କୁଆପଥର ମାଡ଼ ହୋଇଥିଲା।

Leave a Reply

Your email address will not be published. Required fields are marked *