ପୁଣି ଥରିଲା ପାକିସ୍ତାନ

ଇସ୍‌ଲାମାବାଦ,୨୩।୩: ପଡ଼ୋଶୀ ଦେଶ ପାକିସ୍ତାନରେ ପୁଣି ଥରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ଫୈସଲାବାଦ ଏବଂ ଏହାର ଆଖପାଖ ଅଞ୍ଚଳରେ ଲୋକମାନେ ଭୂକମ୍ପ କମ୍ପନ ଅନୁଭବ କରିଥିଲେ। ଗୁରୁବାର ସନ୍ଧ୍ୟାରେ ୪ଟା ୩୮ ମିନିଟ୍‌ରେ ଅନୁଭୂତ ହୋଇଥିବା ଭୂକମ୍ପର ତୀବ୍ରତା ୪.୮ ରହିଛି। ପାକିସ୍ତାନୀ ସମା ଟିଭି ଚ୍ୟାନେଲ ଅନୁଯାୟୀ, ଏହି ଭୂକମ୍ପର କେନ୍ଦ୍ରସ୍ଥଳ ସର୍ଗୋଧାଠାରୁ ୩୦କିଲୋମିଟର ଦକ୍ଷିଣ-ପଶ୍ଚିମ ଦିଗରେ ରହିଥିଲା। ପଞ୍ଜାବ, ଖାଇବର ପଖତୁନଖୱା ଏବଂ ଇସ୍‌ଲାମାବାଦ ସମେତ ପାକିସ୍ତାନର ବିଭିନ୍ନ ସ୍ଥାନରେ ଭୂକମ୍ପ ଅନୁଭୂତ ହୋଇଥିଲା। ଭୂକମ୍ପ ଯୋଗୁ ଭୟଭୀତ ହୋଇପଡ଼ି ସର୍ଗୋଧା ସହରର ଲୋକମାନେ ନିଜ ଘରୁ ବାହାରି ବାହାରକୁ ପଳାଇଆସିଥିଲେ। ଅନ୍ୟପଟେ ମଙ୍ଗଳବାର ମଧ୍ୟ ଉତ୍ତର-ପଶ୍ଚିମ ଖାଇବର ପଖତୁନଖୱାରେ ୬.୫ ତୀବ୍ରତାର ଭୂକମ୍ପ ହୋଇଥିଲା। ଏଥିଯୋଗୁ କେତେକ ଘରର କିଛି ଅଂଶରେ ଫାଟ ସୃଷ୍ଟି ହୋଇଥିଲା। ଏଥିରେ ୧୧ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୬୦ରୁ ଅଧିକ ଲୋକ ଆହତ ହୋଇଥିଲେ।

Leave a Reply

Your email address will not be published. Required fields are marked *