ବିଶ୍ଵ ଯକ୍ଷ୍ମା ଦିବସ ରେ ସୁଦର୍ଶନଙ୍କ ବାଲୁକା କଳା

ପୁରୀ ବେଳାଭୂମିରେ ବାଲୁକାକଳା ମାଧ୍ୟମରେ ୟେସ ଉଈ କ୍ୟାନ ଉଇନ ଟିବିର ବାର୍ତ୍ତା ଦେଲେ ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ।6 ଟନ ବାଲିରେ ସେହି ବାଲୁକା ଭାସ୍କର୍ଯ୍ୟକୁ ସ୍ଥାନ ଦେଇଛନ୍ତି ।ମାର୍ଚ୍ଚ 24 କୁ ସାରା ବିଶ୍ୱରେ ଯକ୍ଷ୍ମା ବା ଟିବି ଦିବସ ରୂପରେ ପାଳନ କରାଯାଉଥିବା ବେଳେ ଯକ୍ଷ୍ମା ରୋଗ ପ୍ରତି ସମସ୍ତଙ୍କୁ ସଚେତନ କରିବା ଏବଂ ଯକ୍ଷ୍ମା ଭଳି ରୋଗକୁ ମୂଳରୁ ପ୍ରତିହିତ କରିବା ଏହି ଦିନର ଉଦ୍ଦେଶ୍ୟ ରହିଥାଏ ।

ଯକ୍ଷ୍ମା ଯେକୌଣସି ଅଙ୍ଗରେ ହୋଇପାରେ କିନ୍ତୁ ସାଧାରଣତଃ ଫୁସଫୁସକୁ ସଂକ୍ରମିତ ହୋଇଥାଏ ।ଯାହା ମନୁଷ୍ୟ ପାଇଁ ବେଶୀ ହାନିକାରକ ହୋଇଥାଏ ।ତେଣୁ ଏହି ବାଲୁକାକଳାରେ ସୁଦର୍ଶନ ଫୁସଫୁସ କୁ ସ୍ଥାନ ଦେବା ସହ ସଚେତନ କରାଇଛନ୍ତି ।