ପୁରୀ ବେଳାଭୂମିରେ ମୃତ ଅଲିଭ ରିଡଲେ

ପୁରୀ ସ୍ୱର୍ଗଦ୍ବାର ସମ୍ମୁଖ ବେଳାଭୂମିରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଦୃଶ୍ୟ। ଗୋଟିଏ ବଡ ଅଲିଭ୍ ରିଡଲେ କଇଁଚ୍ଛ ମୃତ ଅବସ୍ଥାରେ ପଡି ରହିଥିବା ଦେଖିବାକୁ ମିଳିଛି। ସବୁଠାରୁ ବଡକଥା ହେଲା ବର୍ତ୍ତମାନ କଇଁଚ୍ଛଙ୍କ ଅଣ୍ଡାଦାନ ପ୍ରକ୍ରିୟା ଜାରି ରହିଥିବା ବେଳେ ମୃତ କଇଁଚ୍ଛ ପାଖରେ ତାର ଅଣ୍ଡା ଗୁଡିକ ମଧ୍ୟ ପଡି ରହିଛି। ତେବେ ସମୁଦ୍ର ଭିତରେ ଅବାଧରେ ଟ୍ରଲର ଚଳାଚଳ କିମ୍ବା ଡଙ୍ଗାର ଧକ୍କା ଯୋଗୁଁ ମୃତ୍ୟୁବରଣ କରିଥିବା ଅନୁମାନ କରାଯାଉଛି।

ତେବେ କଇଁଚ୍ଛଟି ସମୁଦ୍ର ଭିତରୁ ଭାସି ଆସିଥିବା ଉପସ୍ଥିତ ପର୍ଯ୍ୟଟକ ମାନେ କହିଥିବା ବେଳେ ବର୍ତ୍ତମାନ ବୁଲା କୁକୁର ମାନେ ଏହାକୁ ଝୁଣି ଖାଉଛନ୍ତି।

Leave a Reply

Your email address will not be published. Required fields are marked *