ପ୍ରଧାନମନ୍ତ୍ରୀଙ୍କ ନୂଆ ଭାରତରେ ଭାଜପା ଟାର୍ଗେଟରେ ବିରୋଧୀ ନେତା: ମମତା

କୋଲକାତା,୨୪।୩: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସଂସଦର ସଦସ୍ୟତା ବାତିଲ ହେବା ନେଇ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ତଥା ଟିଏମ୍‌ସି ଅଧ୍ୟକ୍ଷ ମମତା ବାନାର୍ଜୀଙ୍କ ତୀବ୍ର ପ୍ରତିକ୍ରିୟା ସାମ୍ନାକୁ ଆସିଛି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦିଙ୍କ ନୂଆ ଭାରତରେ ଭାଜପା ଟାର୍ଗେଟରେ ରହିଛନ୍ତି ବିରୋଧୀ ଦଳର ନେତା। ମମତା ଆହୁରି ମଧ୍ୟ କହିଛନ୍ତି, ଯେତେବେଳେ ଆପରାଧିକ ପୃଷ୍ଠଭୂମି ଥିବା ଭାଜପା ନେତାମାନେ କ୍ୟାବିନେଟରେ ସାମିଲ ହୋଇଥିବାବେଳେ ବିରୋଧୀ ଦଳର ନେତାମାନେ ସେମାନଙ୍କ ଭାଷଣ ପାଇଁ ଅଯୋଗ୍ୟ ବୋଲାଇଥାନ୍ତି। ଆଜି ଆମେ ଆମର ସାମ୍ବିଧାନିକ ଗଣତନ୍ତ୍ର ପାଇଁ ଏକ ନୂତନ ନିମ୍ନସ୍ତରକୁ ଦେଖୁଛୁ। ଅନ୍ୟପଟେ ଅଭିଷେକ ବାନାର୍ଜୀ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି। ସେ ଆର୍‌ଆଇପି ଡେମୋକ୍ରାସି ହ୍ୟାସଟ୍ୟାଗ ଲେଖି ଟୁଇଟ କରିଛନ୍ତି।

Leave a Reply

Your email address will not be published. Required fields are marked *