ପୁରୀ ଜିଲ୍ଲା ସ୍ତରୀୟ ପୋଷଣ ପକ୍ଷ ଶୁଭାରମ୍ଭ।

ପୁରୀ ୨୪/୩ ସନ୍ତୁଳିତ ଖାଦ୍ୟ ଶରୀର କୁ ପୁଷ୍ଟି ଯୋଗାଇବା ସହ ସୁସ୍ଥ ଓ ନୀରୋଗ ରଖିଥାଏ ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ।ଆଜି ପୂର୍ବାହ୍ନରେ ଜିଲ୍ଲା ସମାଜ କଲ୍ୟାଣ ବିଭାଗ ପକ୍ଷରୁ ସଦଭାବନା ସଭାଗୃହ ଠାରେ ପୋଷଣ ପକ୍ଷର ଶୁଭାରମ୍ଭ ହୋଇଥିଲା।ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀ ସାହୁ ବଞ୍ଚିବା ପାଇଁ ଖାଦ୍ୟ ଆବଶ୍ୟକ।ତେବେ ସନ୍ତୁଳିତ ଓ ସମନ୍ବିତ ଖାଦ୍ୟ ଶରୀର ପାଇଁ ଅତ୍ୟନ୍ତ ଜରୁରୀ ବୋଲି କହିଥିଲେ।ଚଳିତ ବର୍ଷ ମାଣ୍ଡିଆ ଉପଯୋଗୀ ଖାଦ୍ୟ ଉପରେ ଗୁରୁତ୍ୱ ଦିଆଯାଉଛି।ଯାହା ଏକ ସୁନ୍ଦର ପଦକ୍ଷେପ। ସଠିକ ପୋଷଣ ଅଭାବରୁ ଶିଶୁ ଠାରୁ ବୟସ୍କ ପର୍ଯ୍ୟନ୍ତ ବିଭିନ୍ନ ରୋଗରେ ଆକ୍ରାନ୍ତ ହେବା, ଦୁର୍ବଳ ଓ ଅବସ ହୋଇଥାନ୍ତି।ତେଣୁ ସଠିକ ପୋଷଣର ସଚେତନତା ସମସ୍ତ ଙ୍କ ନିକଟରେ ପହଞ୍ଚାଇବାକୁ ସେ ପରାମର୍ଶ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ରମେଶ ଚନ୍ଦ୍ର ରାୟ,ଏଡିଏମଓ ଡା ବିରଜା ଶଙ୍କର ରଥ,ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ,ଜିଲ୍ଲା ମଙ୍ଗଳ ଅଧିକାରୀ ବିକାଶ କୁମାର ମହାନ୍ତି, ଅତିରିକ୍ତ ଉଦ୍ୟାନ ଅଧିକାରୀ ସଂବିତ କୁମାର ଆଚାର୍ଯ୍ୟ ପ୍ରମୁଖ ଯୋଗ ଦେଇ ପୋଷଣ ପକ୍ଷର ଆବଶ୍ୟକତା , ଉପାଦେୟତା ଓ ସଚେତନତା ସମ୍ପର୍କରେ ଆଲୋକପାତ କରିଥିଲେ।ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଚିନ୍ମୟୀ ରଥ ଏଥିରେ ଅଧ୍ୟକ୍ଷତା କରିବା ସହ ମା ଓ ଶିଶୁର ସ୍ୱାସ୍ଥ୍ୟ ରକ୍ଷା ପାଇଁ ବିଭାଗ ଯତ୍ନଶୀଳ ହେବା ସହ ପୋଷଣ ସଚେତନତା ସୃଷ୍ଟି ପାଇଁ ପଦକ୍ଷେପ ନେଉଛନ୍ତି ବୋଲି କହିଥିଲେ।ପ୍ରୋଗ୍ରାମ ଅଫିସର ଶର୍ମିଷ୍ଠା ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।କାର୍ଯ୍ୟକ୍ରମ ରେ ସିଡିପିଓ, ମମତା ଓ ମିଶନ ଶକ୍ତି ର ଡିପିସି,ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟ ପ୍ରମୁଖ ସହଯୋଗ କରିଥିଲେ।