ଆଜିର ମୁଖ୍ୟ ଖବର

ତାରିଖ: ୨୫.୦୩.୨୦୨୩, ଶନି ବାର
୧-ଜମ୍ମୁ-କାଶ୍ମୀର ଉପରାଜ୍ୟପାଳଙ୍କ ବିବାଦୀୟ ବୟାନ । କହିଲେ, ମହାତ୍ମା ଗାନ୍ଧୀ କେବଳ ମାଟ୍ରିକ ପାସ୍ କରିଥିଲେ ଓ ତାଙ୍କ ପାଖରେ ଅନ୍ୟ କୌଣସି ଡିଗ୍ରୀ ନଥିଲା ।
୨-ଗୋଠଖଣ୍ଡିଆ ଦୁଷ୍ଟ ଦନ୍ତାହାତୀ ପାଇଁ ପ୍ରଥମ ଥର ରାତିରେ ଅଦାଲତ ଚଳାଇଲେ କେରଳ ହାଇକୋର୍ଟ ।
୩-ପୋଲିସର ତଦନ୍ତକୁ ନେଇ ପ୍ରଶ୍ନ ଉଠାଇଲେ ଆଜେକ୍ସଙ୍କ ମାଆ : କହିଲେ, ତଦନ୍ତ ଚାପିବାକୁ ହେଉଛି ହୀନ ଉଦ୍ୟମ; ନ୍ୟାୟ ନ ମିଳିଲେ କରିବି ଆତ୍ମହତ୍ୟା ।
୪-ରାହୁଲ ଗାନ୍ଧୀଙ୍କ ସାଂସଦ ପଦ ରଦ୍ଦ । ମାନହାନି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ରାହୁଲ, ୨ ବର୍ଷ ସଜା କାରଣରୁ ସାଂସଦ ପଦ ହେଲା ରଦ୍ଦ ।
୫-ରାହୁଲ ଗାନ୍ଧୀ ଦୋଷୀ ସାବ୍ୟସ୍ତ ହେବା ପରେ କଂଗ୍ରେସର ପ୍ରତିବାଦ : ସଂସଦ ଭବନରୁ ବିଜୟଚୌକ୍ ପର୍ଯ୍ୟନ୍ତ ପଦଯାତ୍ରା କଲେ ବରିଷ୍ଠ ନେତା ।
୬-ଲୋକସଭାରୁ ନିଜର ସଦସ୍ୟତା ବାତିଲ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଏକ ଟୁଇଟ୍ କରି ସେ କହିଛନ୍ତି, ମୁଁ ଭାରତର ସ୍ୱର ପାଇଁ ଲଢ଼ୁଛି । ଏଥିପାଇଁ ଯେକୌଣସି ମୂଲ୍ୟ ଦେବାକୁ ପ୍ରସ୍ତୁତ ।
୭-ସୁପରଷ୍ଟାର ସଲମାନ ଖାନଙ୍କୁ ହତ୍ୟା ଧମକ ମାମଲାରେ ୟୁକେ ଲିଙ୍କ । ଇମେଲ୍ ଯୋଗେ ଧମକ ଆସିଥିବା ନେଇ ମୁମ୍ବାଇ ପୋଲିସ ହାତରେ ବଡ ପ୍ରମାଣ ।
୮-ସ୍କୁଲ ଡ୍ରପଆଉଟକୁ ନେଇ କେନ୍ଦ୍ର-ରାଜ୍ୟ ମୁହାଁମୁହିଁ । କେନ୍ଦ୍ରୀୟ ସଂସ୍ଥାର ରିପୋର୍ଟରେ ବିଶ୍ୱସନୀୟତାକୁ ନେଇ ପ୍ରଶ୍ନ ଉଠାଇବା ପରେ ସ୍ପଷ୍ଟୀକରଣ ରଖିଲା କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ।
୯-ଆମେରୀକୀୟ ପେମେଂଟ କମ୍ପାନୀ ବକ୍ଲ-ଇଙ୍କକୁ ରିସର୍ଚ୍ଚ ଫାର୍ମ ହିଣ୍ଡେନବର୍ଗର ଝଟକା । କମ୍ପାନୀ ବିରୋଧରେ ଦୁର୍ନିତୀ ଅଭିଯୋଗ ଆସିବା ପରେ ୨୦ ପ୍ରତିଶତ ଖସିଲା ସେୟାର ।
୧୦-ସିଦ୍ଧୁ ମୁସେୱାଲା ହତ୍ୟା ମାମଲା: ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ, ଗୋଲଡି ବ୍ରାର ଓ ଅନ୍ୟ ୧୨ ଜଣଙ୍କ ନାମରେ ଚାର୍ଜ ଶିଟ ଦାଖଲ କଲା NIA ।
୧୧-ସୁପ୍ରିମକୋର୍ଟ ପହଁଚିଲେ ୧୪ ବିରୋଧୀ ଦଳ । ଇଡି ଓ ସିବିଆଇ କାର୍ଯ୍ୟାନୁଷ୍ଠାନ ବିରୋଧରେ ପିଟିସିନ ଦାଖଲ କଲେ ବିରୋଧୀ ।
୧୨-ପୁଞ୍ଜିନିବେଶରେ ଜାତୀୟ ହାର ଠାରୁ ଓଡ଼ିଶା ଆଗରେ: ଶିଳ୍ପ ମନ୍ତ୍ରୀ ।
୧୩-ଲଗାତାର ଦ୍ୱିତୀୟ ଦିନରେ ହ୍ରାସ ସହ ବନ୍ଦ ହେଲା ସେୟାର ବଜାର, ନିବେଶକଙ୍କ ବୁଡ଼ିଲା ୨.୬୮ ଲକ୍ଷ କୋଟି ଟଙ୍କା ।
୧୪-ଖଲିସ୍ତାନ ସପକ୍ଷବାଦୀ ନେତା ତଥା ‘ୱାରିସ୍ ପଞ୍ଜାବ ଦେ’ ମୁଖ୍ୟ ଅମୃତପାଲ ସିଂହ ଓ ତାଙ୍କ ସହଯୋଗୀ ପାପଲପ୍ରୀତ ସିଂହଙ୍କୁ ନିଜ ଘରେ ଆଶ୍ରୟ ଦେଇଥିବା ବଲଜିତ କୌରଙ୍କୁ ଗିରଫ କଲା ହରିୟାଣା ପୁଲିସ ।
୧୫-Old Pension Schemeକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ସରକାରୀ କର୍ମଚାରୀଙ୍କ ପେନସନ୍ ପାଇଁ ଗଠନ ହେବ କମିଟି ।
୧୬-ଲୋକସଭାରେ ଜିଏସଟି ଆପିଲିଏଟ୍ ଟ୍ରିବ୍ୟୁନାଲ୍ ଗଠନକୁ ମଞ୍ଜୁରୀ, କରଦାତାଙ୍କୁ ମିଳିବ ଆଶ୍ବସ୍ତି ।
୧୭-ଗନ୍ଧମାର୍ଦ୍ଦନ ପାର୍ବତ୍ୟାଞ୍ଚଳକୁ ମିଳିଲା ଓଡ଼ିଶାର ତୃତୀୟ ଜୈବ ବିବିଧତା ଐତିହ୍ୟସ୍ଥଳୀର ମାନ୍ୟତା ।
୧୮-ବ୍ୟାଙ୍କଗୁଡ଼ିକର ସ୍ଥିତି ଆଜି ସମୀକ୍ଷା କରିବେ ଅର୍ଥମନ୍ତ୍ରୀ ।
୧୯-କୋଭିଡ୍ ପାରୋଲ ମାମଲାରେ ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶ: କଏଦୀ ୧୫ ଦିନ ମଧ୍ୟରେ ଆତ୍ମସମର୍ପଣ କରନ୍ତୁ ।
୨୦-ମହିଳା ପ୍ରିମିୟର ଲିଗ: ୟୁପି ୱାରିୟର୍ସକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କଲା ମୁମ୍ବାଇ ଇଣ୍ଡିଆନ୍ସ ।
୨୧-ଓଡିଶା ସ୍ବାସ୍ଥ୍ୟ ବିଜ୍ଞାନ ବିଶ୍ବବିଦ୍ୟାଳୟର ପ୍ରଥମ କୂଳପତି ହେଲେ ଡ. ଦତ୍ତେଶ୍ବର ହୋତା ।
୨୨-୪% ବଢିଲା କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ।
୨୩-IAS ସ୍ତରରେ ଅଦଳବଦଳ: ନିକୁଞ୍ଜ ବିହାରୀ ଧଳ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ।