ଆଜିର ମୁଖ୍ୟ ଖବର

ତାରିଖ: ୨୭.୦୩.୨୦୨୩, ସୋମବାର
୧-ମହିଳା ପ୍ରିମିଅର୍ ଲିଗ୍ (ଡବ୍ଲୁ୍ୟପିଏଲ୍) ପ୍ରଥମ ସିଜନ୍ ର ଚାମ୍ପିଅନ୍ ହୋଇଛି ମୁମ୍ବାଇ ଇଣ୍ଡିଆନ୍ସ । ରବିବାର ଖେଳାଯାଇଥିବା ରୋମାଞ୍ଚକ ଫାଇନାଲ୍ ମୁକାବିଲାରେ ମୁମ୍ବାଇ ୭ ୱିକେଟ୍ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରିଛି ।
୨-ବିଜେପି ରାଜ୍ୟ ସଭାପତି ଭାବେ ଦାୟିତ୍ୱ ନେବା ପରେ ଆକ୍ରମଣାତ୍ମକ ଢଙ୍ଗରେ ଟାର୍ଗେଟ କରିଛନ୍ତି ମନମୋହନ ସାମଲ । ସେ କହିଛନ୍ତି ନବୀନଙ୍କ ଠାରୁ ଭଲ ମୁଖ୍ୟମନ୍ତ୍ରୀ ହୋଇପାରିବା ଲୋକ ଅଛନ୍ତି, ଓଡିଶାକୁ ୧୦୦ ବର୍ଷ ପଛକୁ ନେଇଯାଇଛନ୍ତି ନବୀନ ।
୩-ବଡ ଦୁର୍ଘଟଣା ବର୍ତ୍ତିଲା ! ଏୟାର ଇଣ୍ଡିଆ ଏବଂ ନେପାଳ ଏୟାରଲାଇନ୍ସର ବିମାନ ପରସ୍ପର ଧକ୍କାରୁ ଅଳ୍ପକେ ବର୍ତ୍ତିଲେ ।
୪-ଡିସେମ୍ବର ସୁଦ୍ଧା ଗଞ୍ଜାମର ସବୁ ହାଇସ୍କୁଲର ରୂପାନ୍ତର ହେବ-ମୁଖ୍ୟମନ୍ତ୍ରୀ ।
୫-‘ମନ୍ କି ବାତ୍’ରେ ଓଡ଼ିଆ ବୈଜ୍ଞାନିକ ଜ୍ୟୋତିର୍ମୟୀ ମହାନ୍ତିଙ୍କ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ.. ।
୬-ରାହୁଲ ଗାନ୍ଧି ପ୍ରସଙ୍ଗରେ କଂଗ୍ରେସର ସର୍ବଦଳୀୟ ବୈଠକରେ ନିଷ୍ପତ୍ତି ।କେନ୍ଦ୍ର ବିରୋଧରେ ରାଜ୍ୟପାଳଙ୍କ ନିକଟରେ ହେବେ ଫେରାଦ ।
୭-ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗଞ୍ଜାମ ଗସ୍ତ, ୨୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର କଲେ ଶୁଭାରମ୍ଭ ।
୮-ସଲମାନଙ୍କୁ ହତ୍ୟା ଧମକ ଦେଇ ଇ-ମେଲ୍ ପଠାଇଥିବା ଅଭିଯୁକ୍ତ ଗିରଫ ।
୯-ରାଜନୀତିରେ ପାଦଥାପିଲେ ସୁଷମା ସ୍ୱରାଜଙ୍କ ଝିଅ ବାଂସୁରୀ; ବିଜେପି ଆଇନ ସେଲର ସହ-ସଂଯୋଜିକା ଭାବେ ଦାୟିତ୍ବ ଗ୍ରହଣ କଲେ ।
୧୦-କେନ୍ଦୁଝର ଜିଲ୍ଲା ଘଟଗାଁ ବନାଞ୍ଚଳ ଅଟେଇ ସଂରକ୍ଷିତ ଜଙ୍ଗଲରେ ମହାବଳ ବାଘ ପୁଣି ଆତଙ୍କ ଖେଳାଇଛି। ଏକାବେଳେ ୪ଟି ମଇଁଷି ଶିକାର କରିଛି।
୧୧-ମହିଳା ବିଶ୍ବ ମୁଷ୍ଟିଯୁଦ୍ଧ ଚମ୍ପିଆନ୍ସିପ : ନିଖତ୍ ଓ ଲଭ୍ଲିନା ବିଶ୍ବ ବିଜୟିନୀ ।
୧୨-ବାର୍ଷିକ କେନ୍ଦ୍ରୀୟ ଚୁକ୍ତି ଘୋଷଣା କଲା BCCI, ୨୬ ଖେଳାଳିଙ୍କୁ ମିଳିଲା ସ୍ଥାନ, A+ରେ ଚାରି ଜଣ ।
୧୩-‘ଅବ୍ କି ବାର, କିଶାନ ସରକାର’: ମହାରାଷ୍ଟ୍ରରେ ବିଆରଏସ ପାର୍ଟିର ଶୁଭାରମ୍ଭ କଲେ ପାର୍ଟି ସୁପ୍ରିମୋ କେ.ଚନ୍ଦ୍ରଶେଖର ରାଓ ।
୧୪-ପୁଣି ରେପୋ ରେଟ୍ ବଢାଇପାରେ ଆରବିଆଇ, ମୁଦ୍ରା ନୀତି ବୈଠକରେ ହୋଇପାରେ ଘୋଷଣା ।
୧୫-ଓଡ଼ିଶା ମିଲେଟ୍ସ ମିଶନର ଅଭିନବ ପ୍ରୟାସ: ରାଜଧାନୀର ବିଭିନ୍ନ ପାର୍କ ସାମ୍ନାରେ ଖୋଲିଲା ପୁଷ୍ଟିଶସ୍ୟରୁ ପ୍ରସ୍ତୁତ ଫୁଡ୍ ଷ୍ଟଲ।
୧୬-ଇତିହାସ ରଚିଲା ଦକ୍ଷିଣ ଆଫ୍ରିକା, ଟି-୨୦ ଅନ୍ତର୍ଜାତୀୟରେ ହାସଲ କଲା ସବୁଠୁ ବଡ ବିଜୟ ଲକ୍ଷ୍ୟ ।
୧୭-ପୁଣି ମୁଣ୍ଡ ନେଲା କରୋନା ; ଦେଶରେ ୧୮୯୦ ନୂଆ ମାମଲା, ମହାରାଷ୍ଟ୍ର ଓ ଗୁଜୁରାଟରେ ଦୁଇ ଜଣ ଲେଖାଏଁ ମୃତ୍ୟୁ ।
୧୮-ଅମୃତପାଲ ସିଂହକୁ ଶରଣ ଦେଇଥିବା ମହିଳା ଗିରଫ, ପଳାତକକୁ ୬ ଘଣ୍ଟା ଲୁଚାଇ ରଖିଥିଲେ ବଲବୀର କୌର ।