ଆଜିର ରାଶିଫଳ

ତାରିଖ – 28 ମାର୍ଚ୍ଚ 2023
ମେଷ: ଆଜି ବନ୍ଧୁଙ୍କ ସହ ଯାତ୍ରା ଆରମ୍ଭ କରିବେ। ବକେୟା ଅର୍ଥ ଲାଭ, ଶାରୀରିକ ସୁସ୍ଥତା, ବନ୍ଧୁଙ୍କ ପରାମର୍ଶ କାମକୁ ଆସିବ। ପ୍ରତିଦ୍ୱନ୍ଦ୍ୱିତା କିମ୍ବା ପ୍ରତିଯୋଗିତାରେ ସଫଳତା ମିଳିବ। ଅଫିସ୍ କାମରେ ଯୁକ୍ତିଯୁକ୍ତ କଥା କହି ବିବାଦ ଭିତରକୁ ପଶିଯାଇପାରନ୍ତି।
ବୃଷ : ଆଜି ଲୋକମାନଙ୍କ ସହିତ ସୌହାର୍ଦ୍ୟପୂର୍ଣ୍ଣ ସମ୍ବନ୍ଧ ରହିବ। ବାଦ-ବିବାଦରେ ସଫଳତା ମିଳିବ। ବିଦ୍ୟାର୍ଥିମାନଙ୍କ ପାଇଁ ଭଲ ସମୟ ଅଟେ। ପରିଶ୍ରମ ଅନୁପାତରେ ସଫଳତା କମ ମିଳିବ। ସ୍ୱାସ୍ଥ୍ୟ ଖରାପ ହେବାର ଆଶଂକା ଅଛି।
ମିଥୁନ :ସମସ୍ତ କାର୍ଯ୍ୟରେ ଆପଣ ଦ୍ୱନ୍ଦ୍ୱ ଅନୁଭବ କରିବେ। ମହିଳାମାନଙ୍କ ମାମଲାରେ ଅଧିକ ସମ୍ବେଦନଶୀଳ ହେବେ। ମାନସିକ ଅଶାନ୍ତି ଅନୁଭବ କରିବେ। ଶାରୀରିକ ଅସୁସ୍ଥତା ଦେଖାଦେଇପାରେ।
କର୍କଟ : ଆଜିର ଦିନଚି ଆପଣଙ୍କ ପାଇଁ ଭଲ ରହିବ। ବନ୍ଧୁ ତଥା ଆତ୍ମୀୟ ସ୍ଵଜନମାନଙ୍କ ସହ ଦେଖା ହୋଇପାରେ। ବାଣିଜ୍ୟ ବ୍ୟବସାୟରେ ଉନ୍ନତି ହେବ। ଆର୍ଥିକ ଲାଭ ତଥା ସମାଜରେ ଆଦର ସମ୍ମାନ ମିଳିବ। ବିରୋଧିମାନଙ୍କୁ ପରାଜିତ କରି ପାରିବେ।
ସିଂହ : ଦୂରରେ ବାସ କରୁଥିବା ବନ୍ଧୁ ତଥା ମିତ୍ରମାନଙ୍କ ସହିତ ସଂପର୍କ ସୁଦୃଢ ହେବ। ପରିବାରରେ ସୁଖ-ଶାନ୍ତି ରହିବ। ଉତ୍ତମ ଭୋଜନର ପ୍ରାପ୍ତି ହେବ। ନିର୍ଦ୍ଧାରିତ କାମରେ ସଫଳତା ମିଳିବ। ମହିଳା ମିତ୍ର ଆପଣଙ୍କୁ ସହାୟକ ପ୍ରମାଣିତ ହେବେ।
କନ୍ୟା : ଆଜି ଆପଣ ସୌହାର୍ଦପୂର୍ଣ୍ଣ ସମ୍ବନ୍ଧ ଘଟିବ। ବ୍ୟବସାୟ ଦୃଷ୍ଟିରେ ଆଜିର ଦିନ ଲାଭଦାୟକ ହେବ। ଆପଣଙ୍କ ସ୍ଵାସ୍ଥ୍ୟ ଭଲ ରହିବ । ମନ ସୁସ୍ଥ ରହିବ। ପରିଜନମାନଙ୍କ ସହିତ ସାକ୍ଷାତକରି ଏବଂ ସୁଖ-ଆନନ୍ଦ ପ୍ରାପ୍ତି ହେବ। ଧନ ଲାଭ ତଥା ପର୍ଯ୍ୟଟନର ଯୋଗ ଅଛି।
ତୁଳା : ଆଜି ଆପଣ ଅନ୍ୟ ମାନଙ୍କ ସହ ଝଗଡା ହେବାର ସଂଭାବନା ଅଛି। ପରୋପକାର ବଦଳରେ ଉପକାର ମିଳିପାରେ। ଆୟ ଅପେକ୍ଷା ଖର୍ଚ୍ଚର ମାତ୍ରା ବଢ଼ିବ। ଦ୍ୱନ୍ଦ୍ୱ ଏବଂ ସମସ୍ୟା ଲାଗି ରହିବ। ଆଧ୍ୟାତ୍ମିକ ବଚନ କିମ୍ବା ଈଶ୍ଵରଙ୍କର ନାମ ସ୍ମରଣ ଶାନ୍ତି ଦେବ।
ବିଚ୍ଛା : ଆଜି ଆପଣଙ୍କ ଗୃହସ୍ଥଜୀବନରେ ସୁଖ ଶାନ୍ତି ମିଳିବ। ପତ୍ନୀ ତଥା ପୁତ୍ରଙ୍କ ତରଫରୁ ଶୁଭ ସମାଚାର ମିଳିବ। ମାଙ୍ଗଳିକ କାର୍ଯ୍ୟ ହେବ। ବିବାହ ପାଇଁ ସଂଯୋଗ ବନିବ। ଚାକିରିରେ ଉନ୍ନତି ହେବ। ଆୟରେ ବୃଦ୍ଧି ହେବ। ମହିଳା ମିତ୍ରମାନଙ୍କଠାରୁ ଲାଭ ହେବାର ଯୋଗ ଅଛି।
ଧନୁ: ଆଜି ଆପଣଙ୍କ କାର୍ଯ୍ୟ ସଫଳତା ପୂର୍ବକ ସଂପନ୍ନ ହେବ। ପରୋପକାର ଭାବନା ଆଜି ବଲବତ୍ତର ରହିବ। ଆମୋଦ- ପ୍ରମୋଦ ସହିତ ଆପଣଙ୍କ ଦିନ କଟିବ। ଚାକିରି-ବ୍ୟବସାୟରେ ମାନ-ସମ୍ମାନ ପ୍ରାପ୍ତି ହେବ। ଗୃହସ୍ଥଜୀବନରେ ଆନନ୍ଦ ବ୍ୟାପ୍ତି ରହିବ।
ମକର : ଆପଣଙ୍କ ଆଜିର ଦିନ ମିଶ୍ର ଫଳ ମିଳିବ। ବ୍ୟବସାୟରେ ଉନ୍ନତି ହେବ। ଆଜି ଆପଣ ଅସୁସ୍ଥତା ଅନୁଭବ କରିପାରନ୍ତି।ସନ୍ତାନମାନଙ୍କ ସମସ୍ୟା ବିଷୟରେ ଚିନ୍ତା ସୃଷ୍ଟି ହୋଇପାରେ।
କୁମ୍ଭ : ନକାରାତ୍ମକ ବିଚାରରେ ମନ ଅଶାନ୍ତ ହୋଇପାରେ। ମାନସିକ ଉଦ୍ବେଗ ଏବଂ କ୍ରୋଧର ଭାବନା ଅନୁଭବ କରିପାରନ୍ତି। ନିଜ କଥା ଉପରେ ନିୟନ୍ତ୍ରଣ ନ ରହିବା କାରଣରୁ ପରିବାରରେ ମନମାଳିନ୍ୟ ଏବଂ ଝଗଡ଼ା ହେବାର ଆଶଂକା ଅଛି। ସ୍ଵାସ୍ଥ୍ୟ ଖରାପ ହୋଇପାରେ ।
ମୀନ : ଆଜିର ଦିନ ସୁଖ-ଶାନ୍ତିରେ କଟିବ। ବ୍ୟବସାୟୀମାନଙ୍କ ଉତ୍ତମ ସମୟ ଅଟେ। ପତି-ପତ୍ନୀଙ୍କର ମଧ୍ୟରେ ଦାମ୍ପତ୍ୟ ଜୀବନରେ ଶୁଭଫଳ ମିଳିବ। ମିତ୍ରମାନଙ୍କ ତଥା ସ୍ଵଜନମାନଙ୍କ ସହିତ ମିଳନ ତଥା ସାକ୍ଷାତ ସାର୍ବଜନିକ ଜୀବନରେ ପ୍ରସିଦ୍ଧି ମିଳିବ। ସମସ୍ତ ସୁଖ ପ୍ରାପ୍ତି ହେବ।