ଆଜି କଳିଙ୍ଗ ଷ୍ଟାଡିୟମରେ ଅତ୍ୟାଧୁନିକ ଟେନିସ ସେଣ୍ଟରକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଦେଶର ପ୍ରମୁଖ କ୍ରୀଡା କେନ୍ଦ୍ର ଭାବେ ମୁଣ୍ଡ ଟେକିଥିବା ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ ସ୍ପୋର୍ଟସ କମ୍ପ୍ଲେକ୍ସରେ ଏବେ ଏକ ଆନ୍ତର୍ଜାତିକ ସ୍ତରର ଟେନିସ ସେଣ୍ଟର ଯୋଡିହେବାକୁ ଯାଉଛି । ଆଇଟିଏଫ ସ୍ୱୀକୃତି ପ୍ରାପ୍ତ କୋର୍ଟ ଥିବା ବିଶ୍ୱସ୍ତରୀୟ ଟେନିସ ସେଣ୍ଟରକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିବେ ।

ନୂଆ ଟେନିସ କୋର୍ଟରେ ଆସନ୍ତାମାସ ୪ ତାରିଖରୁ ଆଇଟିଏଫ ଏସିଆନ ଜୁନିୟର ଟେନିସ ଚାମ୍ପିଅନସିପ୍ ଖେଳାଯିବ ବୋଲି କ୍ରୀଡା ସଚିବ ଭିନୀଲ କ୍ରିଷ୍ଣା ସୂଚନା ଦେଇଛନ୍ତି। ଏହି ଟେନିସ ସେଣ୍ଟରରେ ଖେଳାଳିଙ୍କ ପାଇଁ ଅତ୍ୟାଧୁନିକ ବ୍ୟବସ୍ଥା ସବୁ ରହିଛି। ଟେନିସ ସେଣ୍ଟରରେ ଫ୍ଲଡ୍ ଲାଇଟ୍ ସହ ସିନ୍ଥେଟିକ କୋର୍ଟ ବିଛାଯାଇଛି ।

Leave a Reply

Your email address will not be published. Required fields are marked *