ଆଜିର ମୁଖ୍ୟ ଖବର

ତାରିଖ: ୩୦.୦୩.୨୦୨୩, ବୁଧବାର
୧-ଆଇପିଏଲ୍ ୨୦୨୩ ପ୍ରଥମଥର ପାଇଁ ଓଡ଼ିଆ ଭାଷାରେ ଖେଳର ମଜା ନେବେ ଦର୍ଶକ ।
୨-ସାହାରା ଜମାକାରୀ ଫେରି ପାଇବେ ଟଙ୍କା, ଫେରସ୍ତ ପାଇଁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ ।
୩-କୁନୋ ଜାତୀୟ ଉଦ୍ୟାନରୁ ଆସିଲା ଖୁସି ଖବର । ୪ ଛୁଆଙ୍କୁ ଜନ୍ମ ଦେଲା ଚିତାବାଘ ସିୟାୟା ।
୪-ମାଲକାନଗିରିରେ ୫ଟି ସଚିବଙ୍କ ଦ୍ବିତୀୟ ଦିବସ । ଚାଲୁଥିବା ପ୍ରକଳ୍ପଗୁଡ଼ିକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ।
୫-ରାହୁଲଙ୍କୁ ବୁଝାଇଲେ ପାୱାର । ସବରକର ବିରୋଧୀ ବୟାନ ନଦେବାକୁ ଦେଲେ ପରାମର୍ଶ ।
୬-ନବ ଦାସଙ୍କ ହତ୍ୟାକୁ ନେଇ ଗୃହ ସରଗରମ । ଶୂନ୍ୟକାଳରେ ସରକାରଙ୍କୁ ଟାର୍ଗେଟ କଲେ ବିରୋଧୀ, ଜବାବ ରଖିଲା ଶାସକ ଦଳ ।
୭-ରଥଯାତ୍ରା ନେଇ ପ୍ରସ୍ତୁତି ବୈଠକ, ଶାନ୍ତି ଶୃଙ୍ଖଳା ଓ ସୁରୁଖୁରୁରେ କରିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ।
୮-ଜାତୀୟ ସଙ୍ଗୀତ ମାମଲାରେ ମମତା ବାନାର୍ଜୀଙ୍କୁ ଆଶ୍ବସ୍ତି ଦେବାକୁ ଅଗ୍ରାହ୍ୟ କଲେ ମୁମ୍ବାଇ ହାଇକୋର୍ଟ ।
୯-ୱାୟନାଡ଼ ଉପନିର୍ବାଚନ ଘୋଷଣା କରିବାକୁ ନିର୍ବଚାନ କମିସନ୍ ତତ୍ପର ନୁହେଁ: ମୁଖ୍ୟ ନିର୍ବାଚନ କମିସନର୍ ।
୧୦-ମେ ୧୦ରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ, ୧୩ରେ ଗଣତି ।
୧୧-ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ। ଆସନ୍ତା ମେ’ ୧୦ ତାରିଖରେ ହେବ ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ।
୧୨-୩୦ ହଜାରରୁ ଅଧିକ ୱେବ ଲିଙ୍କ ବ୍ଲକ୍ କରିବାକୁ ସରକାର ଦେଇଛନ୍ତି ନିର୍ଦ୍ଦେଶ: କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।
୧୩-ରାଜ୍ୟ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ କଡା ଭର୍ତ୍ସନା, ଘୃଣିତ ଭାଷଣ ଦେଉଥିବା ଲୋକଙ୍କ ଉପରେ କାହିଁକି ନେଉନ କାର୍ଯ୍ୟାନୁଷ୍ଠାନ ?
୧୪-ମଥୁରା ଶ୍ରୀକୃଷ୍ଣ ଜନ୍ମଭୂମି ସହ ଲାଗି ରହିଥିବା ମସଜିଦ୍ର ହେବ ସର୍ଭେ, ୧୭ ଏପ୍ରିଲ ସୁଦ୍ଧା ରିପୋର୍ଟ ଦେବାକୁ କୋର୍ଟଙ୍କ ନିର୍ଦ୍ଦେଶ ।
୧୫-ପ୍ରଥମ ଥର ଅଷ୍ଟ୍ରେଲିଆର କୌଣସି ରାଜ୍ୟର ଅର୍ଥମନ୍ତ୍ରୀ ହେଲେ ଜଣେ ହିନ୍ଦୁ, ଗୀତାକୁ ସାକ୍ଷୀ ରଖି ନେଲେ ଶପଥ ।
୧୬-ଏସସିଓ ବୈଠକରେ ପାକିସ୍ତାନ ଓ ଚୀନକୁ ଟାର୍ଗେଟ୍ କଲେ ଅଜିତ ଡୋଭାଲ । କହିଲେ, ଅନ୍ତର୍ଜାତୀୟ ସୁରକ୍ଷା ପାଇଁ ଆତଙ୍କବାଦୀ ବଡ଼ ବିପଦ ।
୧୭-ସଦସ୍ୟତା ରଦ୍ଦ ପରେ ସଂସଦରେ ରାହୁଲ ଗାନ୍ଧୀ। ଦଳୀୟ ନେତାଙ୍କ ବୈଠକରେ ସାମିଲ।
୧୮-ଅତ୍ୟାଧୁନିକ ଟେନିସ୍ କୋର୍ଟ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, ଏକ ସଙ୍ଗେ ବସିପାରିବେ ୧୫୦୦ ଦର୍ଶକ ।
୧୯-ଦିଲ୍ଲୀ-NCRରେ ବଦଳିଲା ପାଗ, ଝଡ଼ ତୋଫାନ ସାଙ୍ଗକୁ ବର୍ଷା, ଜୟପୁରକୁ ଡାଇଭର୍ଟ ହେଲା ୯ ବିମାନ ।
୨୦-ନକଲି ସାର୍ଟିଫିକେଟର ସୌଦାଗର ମନୋଜ ମିଶ୍ରଙ୍କ ଖୋଲୁଛି ଗୁମର: କେମିତି କରୁଥିଲେ ଜାଲିଆତି, ଧୀରେ ଧୀରେ ସାମ୍ନାକୁ ଆସୁଛି ସତ ।
୨୧-ବନ୍ଦେ ଭାରତ ଉପରେ ପଥର ଫିଙ୍ଗିଲେ ୫ ବର୍ଷ ଜେଲ୍ ଦଣ୍ଡ, ଚେତାବନୀ ଦେଲା ରେଲଓ୍ବେ ।
୨୨-ପଞ୍ଜାବ ଭଳି ଦିଲ୍ଲୀ ପୁଲିସକୁ ଫାଙ୍କିବା ପାଇଁ ମହିଳା ସହଯୋଗୀଙ୍କ ସାହାଯ୍ୟ ନେଇଥିଲା ଅମୃତପାଲ ।
୨୩-ଏପ୍ରିଲ ପହିଲାରୁ ବୃଦ୍ଧି ପାଇବ ଓମଫେଡ୍ କ୍ଷୀର ଦର। ୫୦୦ ମିଲିକୁ ୨ ଟଙ୍କା ହିସାବରେ ସମସ୍ତ ପ୍ରକାର କ୍ଷୀର ଦର ବୃଦ୍ଧି କରାଯାଇଥିବା ଓମଫେଡ ପକ୍ଷରୁ କୁହାଯାଇଛି।
୨୪-ଇତିହାସ ରଚିଲେ ଲିଓନେଲ୍ ମେସି, ଅନ୍ତର୍ଜାତୀୟ ଫୁଟବଲ୍ରେ ପୂରା କଲେ ୧୦୦ ଗୋଲ୍ ।
୨୫-ବଜାର ଟ୍ରେଡିଂରେ ବଦଳିଲା ନିୟମ, ଟଙ୍କା ବ୍ଲକ ସହ ସୁଧ ବ୍ୟବସ୍ଥା, ସେବିର(SEBI) ମଞ୍ଜୁରୀ ।