ତାରିଖ: ୩୧.୦୩.୨୦୨୩, ଶୁକ୍ରବାର

୧-ରାମ ନବମୀ ପାଇଁ ମନ୍ଦିରରେ ପୂଜାର୍ଚ୍ଚନା ଚାଲିଥିବାବେଳେ ଅଘଟଣ। ଇନ୍ଦୋର ପଟେଲ ନଗରରେ ଥିବା ଏକ ମନ୍ଦିରରେ ପୂଜା ଚାଲିଥିବାବେଳେ ଧସି ପଡ଼ିଲା ଭୂତଳ କୂଅ। ଫଳରେ ୧୩ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

୨-କଟକରେ ସପିଂ ମଲ୍‌ରେ ରେଡ୍‌, କେମିକାଲ୍‌ରେ ଲିଭାଇ ବିକ୍ରି କରୁଥିଲେ ଏକ୍ସପାଏରୀ ସାମଗ୍ରୀ ।

୩-ହିନ୍ଦୀ ଶବ୍ଦ କହି ତାମିଲନାଡୁ ଓ କର୍ଣ୍ଣାଟକ ବିରୋଧ ପରେ ପ୍ୟାକେଟ୍‌ରୁ ହଟିଲା ଦହି ନାଁ, ବଦଳରେ ଇଂରାଜୀରେ ଲେଖାଯିବ କର୍ଡ ।

୪-ପୁଣି ୩୦୦ରୁ ଅଧିକ କର୍ମଚାରୀଙ୍କୁ ବାହାର କଲା Unacademy, ଗତବର୍ଷ ନଭେମ୍ବରରେ ହୋଇଥିଲା ତୃତୀୟ ପର୍ଯ୍ୟାୟ ଛଟେଇ ।

୫-ପୁଣି ଚର୍ଚ୍ଚାରେ କିଙ୍ଗ୍ କୋହଲି, ଭାଇରାଲ ହେଉଛି 10th ମାର୍କସିଟ୍‌ ।

୬-କଟକ ରେଳଷ୍ଟେସନରେ ଭଦ୍ରକ-ନୟାଗଡ଼ ଟାଉନ୍‍ ମେମୁ ଟ୍ରେନ୍‍ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ।

୭-ଭୁବନେଶ୍ବରରେ ଜମି ଦଲାଲ ସକ୍ରିୟ, ୭ ଅଭିଯୁକ୍ତ ଗିରଫ ।

୮-ମୋଦି ସରନେମ କେସ୍: ରାହୁଲ ଗାନ୍ଧିଙ୍କୁ ପାଟନା କୋର୍ଟରୁ ନୋଟିସ୍, ୧୨ ଏପ୍ରିଲରେ ହାଜର ଲାଗି ନିର୍ଦ୍ଦେଶ।

୯-ପାକିସ୍ତାନକୁ ମହଙ୍ଗା ପଡିଲା ଭାରତ ବିରୋଧରେ ଅପପ୍ରଚାର । ଭାରତରେ ଆଉ ଖୋଲିବନି ପାକିସ୍ତାନ ସରକାରଙ୍କ ଟୁଇଟର ଆକାଉଣ୍ଟ ।

୧୦-କାତାରରେ ୭ ମାସ ହେଲା ବନ୍ଦୀ ଅଛନ୍ତି ୮ ପୂର୍ବତନ ନୌସେନା କର୍ମଚାରୀ, ଫଳପ୍ରଦ ହେଉନି ଭାରତ ସରକାରଙ୍କ ଉଦ୍ୟମ ।

୧୧-ଯୁଦ୍ଧ ଭିତରେ ପାଦେ ଆଗେଇଲା ରୁଷିଆ, ଆରମ୍ଭ କଲା ବାଲେଷ୍ଟିକ ମିସାଇଲ ସହ ଯୁଦ୍ଧାଭ୍ୟାସ । ମସ୍କୋର ୩ଟି ଗୁପ୍ତ ସ୍ଥାନରେ ଚାଲିଛି କ୍ରେମଲିନର ନୂଆ ରଣନୀତି ।

୧୨-ଦୁଇବର୍ଷରେ ଲକ୍ଷେରୁ ଊର୍ଦ୍ଧ୍ବ ଲାଇସେନ୍ସ ବାତିଲ୍‌; ବିନା ହେଲ୍‌ମେଟ୍‌ ଓ ଦ୍ରୁତ ଗତି ପାଇଁ ଅଧିକ ବାତିଲ୍‌।

୧୩-ନୂଆ ଅବକାରୀ ନୀତି ଘୋଷଣା; ବଢ଼ିବ ଲାଇସେନ୍ସ ଫି, ହୋଟେଲକୁ ବାର୍‌ ଅନୁମତି ।

୧୪-ରାଜ୍ୟରେ ଆସନ୍ତା ୨୪ ଘଣ୍ଟାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା; ୨୫ ଜିଲ୍ଲାକୁ ୟୋଲୋ ୱାର୍ଣ୍ଣିଂ ଜାରି ।

୧୫-ପ୍ରତିରକ୍ଷା ମନ୍ତ୍ରାଳୟ ଓ ଭାରତ ଇଲେକ୍ଟ୍ରୋନିକ୍ ଲିମିଟେଡ୍ ମଧ୍ୟରେ ୫,୪୯୮ କୋଟିର ଚୁକ୍ତି ସ୍ୱାକ୍ଷରିତ; EW କିଣିବ ଭାରତୀୟ ସଶସ୍ତ୍ର ବଳ ।

୧୬-ଭାରତର ୫ଟି ବୃହତ କର୍ପୋରେଟ୍ ଗ୍ରୁପକୁ ଭାଙ୍ଗି ଦିଆଯାଉ, ଦେଶରେ ଦରଦାମ୍ ହ୍ରାସ କରିବାକୁ ପରାମର୍ଶ ଦେଲେ ରିଜର୍ଭ ବ୍ୟାଙ୍କର ପୂର୍ବତନ ଡେପୁଟି ଗଭର୍ଣ୍ଣର ।

୧୭-ପଳାତକ ଅମ୍ରିତପାଲ ସିଂ ପଞ୍ଜାବ ପୋଲିସକୁ ପୁଣିଥରେ ଖୋଲା ଚ୍ୟାଲେଞ୍ଜ ଦେଇଛି। ଖାଲିସ୍ତାନୀ ସମର୍ଥକ ଅମ୍ରିତପାଲ ସିଂ ଗୁରୁବାର କହିଛି ଯେ ସେ ଲୋକଙ୍କ ମଧ୍ୟରେ ସାମ୍ନାକୁ ଆସିବ। ‘ମୁଁ ଗିରଫକୁ ଭୟ କରେ ନାହିଁ, ମୁଁ ବିଦେଶକୁ ଯିବି ନାହିଁ, ମୁଁ ମୋର କେଶ ମଧ୍ୟ କାଟି ନାହିଁ।

୧୮-ଆମେରିକା ସେନାର ୨ ବ୍ଲାକ୍‌ ହକ୍‌ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ପ୍ରାଣ ହରାଇଲେ ୯ ଯବାନ ।

୧୯-ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଓଡ଼ିଶାର ୪ କିମ୍ବଦନ୍ତୀଙ୍କ ସ୍ମାରକୀ ଡାକଟିକଟ ଉନ୍ମୋଚିତ ।

୨୦-ନିର୍ବିରୋଧରେ ବିଶ୍ୱ ବ୍ୟାଙ୍କ ଅଧ୍ୟକ୍ଷ ହେବେ ଅଜୟ ବାଙ୍ଗା, ସରିଲା ପ୍ରାର୍ଥୀ ପତ୍ର ଦାଖଲ ସମୟ।

Leave a Reply

Your email address will not be published. Required fields are marked *