ମନ୍ଦିର କୂଅ ଭୁଶୁଡିବା ଘଟଣା: ମୃତ୍ୟୁ ସଂଖ୍ୟା ୩୫କୁ ବୃଦ୍ଧି, ଏବେ ବି ଅନେକ ନିଖୋଜ

ଇନ୍ଦୋର,୩୧।୩: ମଧ୍ୟପ୍ରଦେଶର ରାଜଧାନୀ ଇନ୍ଦୋରର ବେଲେଶ୍ୱର ମହାଦେବ ଜୁଲେଲାଲ ମନ୍ଦିର କୂଅ ଭୁଶୁଡିବା ଘଟଣାରେ ମୃତ୍ୟୁ ସଂଖ୍ୟା ୩୫କୁ ବୃଦ୍ଧି ପାଇଛି। ମୃତକଙ୍କ ମଧ୍ୟରେ ୧୮ ଜଣ ମହିଳା ଏବଂ ବାଳିକା ଅଛନ୍ତି। କୂଅ ତଳେ ଅନେକ ଲୋକ ପୋତି ହୋଇଥିବା ଜଣାପଡିଛି। ସେନା କର୍ମଚାରୀମାନେ ଲୋକଙ୍କୁ ଖୋଜିବାରେ ନିୟୋଜିତ ଅଛନ୍ତି। ଏନ୍‌ଡିଆରଏଫ୍‌ ଦଳ ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି।
ସୂଚନାଯୋଗ୍ୟ, ଇନ୍ଦୋର ସହରର ପଟେଲନଗର ଅଞ୍ଚଳରେ ଅବସ୍ଥିତ ବେଲେଶ୍ୱର ମହାଦେବ ମନ୍ଦିରରେ ରାମନବମୀ ପାଇଁ ଭକ୍ତଙ୍କ ପ୍ରବଳ ଭିଡ଼ ଜମିଥିଲା। ମନ୍ଦିର ପ୍ରାଙ୍ଗଣ ମଧ୍ୟରେ ଥିବା ଏକ ପୁରୁଣା କୂପ ଉପରେ ପଡ଼ିଥିବା ସିମେଣ୍ଟ କଂକ୍ରିଟ୍‌ର ଛାତ ଉପରେ ଭକ୍ତମାନେ ବସିଥିଲେ। ପୂଜାର୍ଚ୍ଚନା ଚାଲିଥିବାବେଳେ ହଠାତ୍‌ କୂଅର ସ୍ଲାବ୍‌ ଖସିପଡ଼ିଥିଲା। ଫଳରେ ତା’ ଉପରେ ବସିଥିବା ୩୦ରୁ ଊର୍ଦ୍ଧ୍ୱ ଭକ୍ତ କୂଅ ଭିତରେ ଖସିପଡ଼ିଥିଲେ। ଉଦ୍ଧାରକାରୀ ଦଳ ଆସି ଯୁଦ୍ଧକାଳୀନ ଭିତ୍ତିରେ ସେମାନଙ୍କୁ ବାହାରକୁ ଆଣିବା ପାଇଁ ଉଦ୍ୟମ କରିଥିଲା।

Leave a Reply

Your email address will not be published. Required fields are marked *