ରଥଯାତ୍ରା ପାଇଁ ଘୁମୁସର ବନଖଣ୍ଡରୁ କଟାଗଲା କାଠ

ଭଞ୍ଜନଗର : ବିଶ୍ବପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ଏବର୍ଷ ଗଞ୍ଜାମ ଜିଲାର ଘୁମୁସର ବନଖଣ୍ଡରୁ କାଠ ନିଆଯିବ। ଏଥିପାଇଁ ପ୍ରଶାସନ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ଚିହ୍ନଟ କରାଯାଇଥିବା ଗଛ କଟାଯାଇଛି । ଉତ୍ତର ଘୁମୁସର ବନଖଣ୍ଡର ପୁରୁଣାପାଣି ଗ୍ରାମ ନିକଟ କାଳିଆମ୍ବା ସଂରକ୍ଷିତ ଜଙ୍ଗଲରୁ ୨ଟି ଗଛକୁ କଟାଯାଇଛି।

ରେଞ୍ଜର କୁମର ବେହେରାଙ୍କ ନେତୃତ୍ବରେ ଓ ଫରେଷ୍ଟର ଶରତ ଚନ୍ଦ୍ର ମହାନ୍ତି ଏବଂ ଗାର୍ଡ ସନ୍ତୋଷ ପାତ୍ରଙ୍କ ଉପସ୍ଥିତିରେ ନୟାଗଡ଼ରୁ ଆସିଥିବା ସ୍ବତନ୍ତ୍ର ଗଛକଟାଳି ଗଛକୁ କାଟିଥିଲେ। ପୁରୁଣାପାଣି ଗ୍ରାମର ଶତାଧିକ ମହିଳା ଓ ପୁରୁଷ ଗିନିମୃଦଙ୍ଗ ବଜାଇ ଚିହ୍ନଟ ହୋଇଥିବା ଗଛ ନିକଟରେ ଏକାଠି ହୋଇ ବନ୍ଦାପନା କରିଥିଲେ ।ଏହାପରେ ଗଛ କଟା ଯାଇଥିଲା। ରଥ ନିର୍ମାଣ ପାଇଁ ଜଙ୍ଗଲ ଭିତରେ ଚିହ୍ନଟ ହୋଇଥିବା ସମସ୍ତ ଗଛକୁ କଟାଯିବା ପରେ କାଠଗୁଡ଼ିକୁ ବୋହି ରାସ୍ତାକଡ଼କୁ ଅଣାଯିବ। ଏହାପରେ ସ୍ବତନ୍ତ୍ର ଗାଡ଼ିରେ କାଠଗଣ୍ଡିଗୁଡ଼ିକୁ ଏକାଠି କରି ପୁରୀ ପଠାଯିବ।

Leave a Reply

Your email address will not be published. Required fields are marked *